Advertisment

ଲମ୍ବା ଚୁଟି ସହ ଷ୍ଟାଇଲିସ୍‌ ଲୁକ୍ ରେ ନଜର ଆସିଲେ ରଣବୀର ସିଂହ

ଅଭିନେତା ରଣବୀର ସିଂ ବଲିଉଡରର ଜଣେ ଜଣାଶୁଣା ଓ ପ୍ରସିଦ୍ଧ ଅଭିନେତା । ସବୁବେଳେ ରଣବୀର ନିଜର ଲୁକ୍ କୁ ନେଇ ଟ୍ରୋଲ୍ ହୋଇଥାନ୍ତି । କେବେ ରଙ୍ଗବେରଙ୍ଗର ପୋଷାକ ପିନ୍ଧି ତ କେବେ କିଛି ମଜାକିୟା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ରଣବୀର । ନିଜ ଲୁକ୍‌ ଉପରେ ସବୁବେଳେ ଏକ୍ସପେରିମେଣ୍ଟ କରନ୍ତି ରଣବୀର । ଏଥର ମଧ୍ୟ ସେ ତାଙ୍କର ନୂଆ ହେୟାର ଷ୍ଟାଇଲର ଲୁକ୍ ପାଇଁ ଚର୍ଚ୍ଚାରେ ଅଛନ୍ତି

ଅଦ୍ୟତନ ହୋଇଛି
ଲମ୍ବା ଚୁଟି ସହ ଷ୍ଟାଇଲିସ୍‌ ଲୁକ୍ ରେ ନଜର ଆସିଲେ ରଣବୀର ସିଂହ

ranveer singh

Advertisment

ମୁମ୍ବାଇ: ଅଭିନେତା ରଣବୀର ସିଂ ବଲିଉଡର ଜଣେ ଜଣାଶୁଣା ଓ ପ୍ରସିଦ୍ଧ ଅଭିନେତା । ସବୁବେଳେ ରଣବୀର ନିଜର ଲୁକ୍ କୁ ନେଇ ଟ୍ରୋଲ୍ ହୋଇଥାନ୍ତି । କେବେ ରଙ୍ଗବେରଙ୍ଗର ପୋଷାକ ପିନ୍ଧି ତ କେବେ କିଛି ମଜାକିୟା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ରଣବୀର । ନିଜ ଲୁକ୍‌ ଉପରେ ସବୁବେଳେ ଏକ୍ସପେରିମେଣ୍ଟ କରନ୍ତି ରଣବୀର । ଏଥର ମଧ୍ୟ ସେ ତାଙ୍କର ନୂଆ ହେୟାର ଷ୍ଟାଇଲର ଲୁକ୍ ପାଇଁ ଚର୍ଚ୍ଚାରେ ଅଛନ୍ତି । ରଣବୀର ଇନଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରିଛନ୍ତି । ରଣବୀର ଫଟୋରେ ନିଜର ଏକ ନିଆରା ହେୟାର ଷ୍ଟାଇଲରେ ନଜର ଆସିଛନ୍ତି । ଫଟୋରେ ତାଙ୍କ ଚୁଟି ବଢ଼ିଥିବା ବେଳେ ସେ ତାହାକୁ ବାନ୍ଧି ଦେଇଛନ୍ତି। ସେହିପରି ଲମ୍ବା ଲମ୍ବା ଦାଢ଼ି ବି ରଖିଥିବା ଫଟୋରେ ଦେଖିବାକୁ ମିଳିଛି। ଆଗରୁ ରଣବୀର ଭିନ୍ନ ଭିନ୍ନ ଲୁକରେ ନଜର ଆସିଥିବା ବେଳେ ଏବେକାର ଲୁକ୍ ପୁରା ଅଲଗା ଦେଖାଯାଉଛନ୍ତି ।

Advertisment

ରଣବୀର ଏକ ସାଇଡ୍‌ ରୁ ପୋଜ୍‌ ଦେଇଥିବା ଫଟୋ ସେୟାର କରିଛନ୍ତି। ଫଟୋରେ ତାଙ୍କ ଦାଢ଼ି ଓ ପୋନିଟେଲ୍‌ ଏକ ସ୍ମାର୍ଟ ଲୁକ୍‌ ଦେଉଛି । ରଣବୀରଙ୍କର ଲୁକ୍ ସଂପୂର୍ଣ୍ଣ ଅଲଗା ଥିଲା । ପୂର୍ବରୁ ଲୁକ୍ ପୁରା ସାଧାରଣ ଥିଲା । ଫଟୋରେ ସେ ଖୁବ୍ ସିମ୍ପଲ ଓ ଡ୍ୟାସିଂ ଦେଖା ଯାଉଥିଲେ । ତେବେ ରଣବୀରଙ୍କର ଏହି କୁଲ୍ ଓ ସ୍ମାର୍ଟ ଲୁକ୍ ତାଙ୍କ ଫ୍ୟାନ୍ସ ମାନଙ୍କୁ ଦିବାନା କରିଦେଇଛି ।

ତେବେ ସୂଚନା ଅନୁସାରେ ଆଗକୁ ରଣବୀରଙ୍କ ନୂଆ ଫିଲ୍ମ ୮୩, ଜୟେଶଭାଇ ଜୋରଦାର ଆଗକୁ ଆସିବାକୁ ଯାଉଛି। ସେହିପରି ସର୍କସର ଫିଲ୍ମ ସୁଟିଂ ଏବେ ଚାଲିଛି। ତାହା ଖୁବ୍‌ଶୀଘ୍ର ପରଦାକୁ ଆସିବ। ରଣବୀର ତାଙ୍କର ଅପକମିଙ୍ଗ ଫିଲ୍ମ ପାଇଁ ବ୍ୟସ୍ତ ଥିବା ବେଳେ ନିକଟରେ ଏକ ମଇଦାନରେ ଧୋନିଙ୍କ ସହ ସ୍ପୋର୍ଟି ଲୁକରେ ନଜର ଆସିଥିଲେ ।

Advertisment
Mumbai Ranveer Singh Bollywood News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ