Advertisment

ମୁଁ ଆଲିଆଙ୍କ ପାଇଁ ଜଣେ ମହାନ ସ୍ୱାମୀ ନୁହେଁ; ଏମିତି କାହିଁକି କହିଲେ ରଣବୀର

ଏକ ସାକ୍ଷାତକାରରେ ରଣବୀର କପୁର ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ସେ କିପରି ନିଜକୁ ସ୍ୱାମୀ ଭାବରେ ମୂଲ୍ୟାଙ୍କନ କରନ୍ତି ସେ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ସେ କହିଛନ୍ତି ଯେ ଆଲିଆଙ୍କ ପାଇଁ ସେ ଜଣେ ମହାନ ସ୍ୱାମୀ ହୋଇପାରି ନାହାନ୍ତି। ଏମିତି କାହିଁକି କହିଲେ…

ଅଦ୍ୟତନ ହୋଇଛି
Ranbir Kapoor

Ranbir kapoor says he is not a great husband to alia bhatt

Advertisment

ଅଭିନେତା ରଣବୀର କପୁରଙ୍କୁ ଲାଗୁଛି ଯେ ସେ ଜଣେ ମହାନ ସ୍ୱାମୀ ନୁହଁନ୍ତି। ଗତ ବର୍ଷ ରଣବୀର ଏବଂ ଆଲିଆ ଭଟ୍ଟ ବିବାହ କରିଥିଲେ ଏବଂ ଏହା ଭିତରେ ସେମାନଙ୍କର ଏକ ଝିଅ ମଧ୍ୟ ହୋଇଯାଇଛି, ଯାହାର ନାଁ ରାହା। ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ରଣବୀର ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ସେ କିପରି ନିଜକୁ ସ୍ୱାମୀ ଭାବରେ ମୂଲ୍ୟାଙ୍କନ କରନ୍ତି ସେ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି।

Advertisment

ରଣବୀର କହିଛନ୍ତି ଯେ 'ଯଦିଓ ସେ ଜଣେ ମହାନ ସ୍ୱାମୀ ନୁହଁନ୍ତି, ତଥାପି ତାଙ୍କର ମହାନ ସ୍ୱାମୀ ହେବାର ଇଚ୍ଛା ଅଛି'। ରଣବୀର କପୁର କହିଛନ୍ତି ଯେ ସେ 'ସଠିକ୍ ପଥରେ' ଅଛନ୍ତି। ବିବାହ ପୂର୍ବରୁ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଦୀର୍ଘ ବର୍ଷ ଧରି ସେମାନଙ୍କ ସମ୍ପର୍କକୁ ଗୁପ୍ତ ରଖିଥିଲେ।

ଅଧିକ ପଢ଼ନ୍ତୁ: ମା’ ନୀତୁ କପୁର କରିଦେଲେ ଏମିତି ଭୁଲ୍, ଅଡୁଆରେ ପଡିଲେ ରଣବୀର

ଏହା ସତ୍ତ୍ୱେ ବିବାହ ପୂର୍ବରୁ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ପାରିବାରିକ କାର୍ଯ୍ୟ ଏବଂ ସର୍ବସାଧାରଣ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଥିଲା। ରଣବୀର କପୁର ଏବଂ ଆଲିଆ ଭଟ୍ଟ ୧୪ ଏପ୍ରିଲ ୨୦୨୨ରେ ମୁମ୍ବାଇର ନିଜ ଘର ‘ବାସ୍ତୁ’ରେ ଏକ ପରିବାରିକ ସମାରୋହରେ ବିବାହ କରିଥିଲେ।

Advertisment

ଏହି ଅବସରରେ କେବଳ ଅତି ଘନିଷ୍ଠ ଲୋକମାନେ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଘନିଷ୍ଠ ବନ୍ଧୁ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏବଂ ପରିବାର ସଦସ୍ୟ ଥିଲେ। ଯେଉଁଥିରେ ରଣବୀରଙ୍କ ସମ୍ପର୍କୀୟ ଭଉଣୀ କରିସ୍ମା ଏବଂ କରୀନା କପୁର, ତାଙ୍କ ମା ନୀତୁ କପୁର ଏବଂ ଭଉଣୀ ରିଦ୍ଧିମା କପୁର ସାହନି ସାମିଲ ହୋଇଥିଲେ।

ନିକଟରେ ଏକ ସାକ୍ଷାତକାରରେ ରଣବୀର କପୁର ଆଲିଆଙ୍କ ସହ ତାଙ୍କ ବୈବାହିତ ସଂପର୍କକୁ ନେଇ କହିଛନ୍ତି ଏବଂ ସେ ନିଜକୁ କିଭଳି ସ୍ୱାମୀ ବୋଲି ବିଚାର କରନ୍ତି ତାହା ପ୍ରକାଶ କରିଛନ୍ତି। ରଣବୀର କହିଛନ୍ତି ଯେ “ସାମଗ୍ରିକ ଭାବେ ଆପଣ ଅନୁଭବ କରୁଥିବେ ଯେ ଆପଣ ଯାହା କରୁଛନ୍ତି ସବୁ ଭଲ କରୁଛନ୍ତି। କିନ୍ତୁ ଜୀବନ ଏପରି ଯେ ଏହା କେବେ ବି ସଂପୂର୍ଣ୍ଣ ଠିକ ହୁଏ ନାହିଁ। ମତେ କିନ୍ତୁ ଲାଗୁନାହିଁ ଯେ ମୁଁ ଜଣେ ଭଲ ପୁଅ, ମହାନ ସ୍ୱାମୀ କିମ୍ବା ଜଣେ ଭାଇ। କିନ୍ତୁ ମତେ ଲାଗୁଛି, ଏହା ହିଁ ଗୁରୁତ୍ୱପୂର୍ଣ୍ଣ ଯେପର୍ଯ୍ୟନ୍ତ ଆପଣ ଠିକ୍ ରାସ୍ତାରେ ଅଛନ୍ତି।”

Advertisment
Bollywood Alia Bhatt Ranbir Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ