ସ୍ୱଳ୍ପ ଲୋକଙ୍କ ଉପସ୍ଥିତିରେ ହେଉଛି ଆଲିଆ-ରଣବୀର ବିବାହ, ରିସେପ୍‌ସନ୍‌ ବି ଦେବେନି ! ହେଲେ କାହିଁକି ?

ପୂର୍ବରୁ ସେମାନଙ୍କର ରିସେପ୍‌ସନ୍‌ ଭୋଜିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କୁହାଯାଉଥିଲା କି ଉଭୟ ଦୁଇଟି ରିସେପ୍‌ସନ୍‌ ପାର୍ଟିର ଆୟୋଜନ କରିବେ ।

Ranveer-Alia

ରଣବୀର-ଆଲିଆଙ୍କ ବିବାହକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । ସୀମିତ ସଂଖ୍ୟକ ତଥା ଅତି ନିଜର ଲୋକଙ୍କ ଉପସ୍ଥିତିରେ ରଣବୀର ଆଲିଆ ବିବାହ କରୁଛନ୍ତି । ବଲିଉଡ୍‌ ଇଣ୍ଡଷ୍ଟ୍ରୀରୁ ଖୁବ୍‌ କମ୍‌ ଲୋକଙ୍କୁ ସେମାନଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ ରହିଛି । ତେବେ ବିବାହ ସରିବା ପରେ ସନ୍ଧ୍ୟାରେ ଆଲିଆ ଓ ରଣବୀର ମିଡିଆ ସମ୍ମୁଖକୁ ଆସିବେ । ଏହା ପୂର୍ବରୁ ସେମାନଙ୍କର ରିସେପ୍‌ସନ୍‌ ଭୋଜିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଥିଲା କି ଉଭୟ ଦୁଇଟି ରିସେପ୍‌ସନ୍‌ ପାର୍ଟିର ଆୟୋଜନ କରିବେ । ଏଥିରେ ପିଲ୍ମ ଦୁନିଆର ଅନେକ ସେଲିବ୍ରିଟି ସାମିଲ ହେବେ । କିନ୍ତୁ ଏହି ଚର୍ଚ୍ଚାରେ ବିରାମ ଦେବାକୁ ଚେଷ୍ଟା କରିଛନ୍ତି କୋରିଓଗ୍ରାଫର ରାଜେନ୍ଦ୍ର ସିଂହ ତଥା ମାଷ୍ଟର ଜି । ସେ କହିଛନ୍ତି ବିବାହ ପରେ କୌଣସି ପ୍ରକାର ରିସେପ୍‌ସନ୍ ଭୋଜିର ଯୋଜନା ନାହିଁ ।

ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ମାଷ୍ଟରଜୀ କହିଛନ୍ତି ଯେ, କୌଣସି ପ୍ରକାର ରିସେପସନ୍ ହେବାର ନାହିଁ । ଖୁବ୍ କମ୍ ସମୟ ମଧ୍ୟରେ ସେ କପୁର ପରିବାରକୁ ନୃତ୍ୟ ଶିଖାଇଥିଲେ, ଯାହାକି ସେମାନେ ମେହେନ୍ଦି ଏବଂ ସଂଗୀତ ସମାରୋହରେ ପ୍ରଦର୍ଶନ କରିଥିଲେ । ଏହି ଡ୍ୟାନ୍ସ ରଣବୀର ଆଲିଆଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ଆୟୋଜନ କରାଯାଇଥିଲା । ରାଜେନ୍ଦ୍ର ସିଂ ଆହୁରି ମଧ୍ୟ କହିଛନ୍ତି ଯେ, କପୁର ଏବଂ ଭଟ୍ଟ ପରିବାର ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହରେ ପ୍ରଦର୍ଶନ କରିବେ ନାହିଁ ।

ସଂଗୀତ ଓ ମେହେନ୍ଦୀ ସମାରୋହକୁ ବର୍ଣ୍ଣନା କରି ରାଜେନ୍ଦ୍ର ସିଂ କହିଛନ୍ତି ଯେ ରଣବୀର ଓ ଆଲିଆ କୌଣସି ଗୀତରେ ପ୍ରଦର୍ଶନ କରିନାହାନ୍ତି । କେବଳ କପୁର ପରିବାର ଡ୍ୟାନ୍ସ କରିଥିଲେ । ମାଷ୍ଟରଜୀ ଆହୁରି କହିଛନ୍ତି ଯେ, ସଂଗୀତ ସମାରୋହରେ ଋଷି କପୁରଙ୍କ କୌଣସି ଗୀତ ପ୍ଲେ କରାଯାଇନଥିଲା । କାରଣ ହଠାତ୍ ଏହି ସଂଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିବାହ କାର୍ଯ୍ୟକ୍ରମ ମଧ୍ୟ ଖୁବ୍ କମ୍ ସମୟ ମଧ୍ୟରେ ଆୟୋଜନ କରାଯାଇଛି । ତେଣୁ ସବୁ ଜଲ୍ଦି ଜଲ୍ଦିରେ କରାଯାଇଥିଲା ।

କପୁର ପରିବାର ଡ୍ୟାନ୍ସ କରୁଥିବା ଦେଖି ରଣବୀର କପୁର ଏବଂ ଆଲିଆ ଭଟ୍ଟ, ଉଭୟଙ୍କର କିଭଳି ପ୍ରତିକ୍ରିୟା ରହିଥିଲା ? ଏହି ପ୍ରଶ୍ନର ଉତ୍ତରରେ ମାଷ୍ଟରଜୀ କହିଛନ୍ତି, "ରରବୀର-ଆଲିଆ ଏହାକୁ ଖୁବ୍‌ ପସନ୍ଦ କରିଥିଲେ । କାରଣ ସେମାନେ କେବେ ବି ଭାବିନଥିଲେ କପୁର ପରିବାର ପକ୍ଷରୁ ଏମିତି କିଛି ସରପ୍ରାଇଜ୍‌ ଡ୍ୟାନ୍ସ କାର୍ଯ୍ୟକ୍ରମ ରହିଛି । ଖୁବ୍‌ କମ୍ ଲୋକଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟକ୍ରମ ଚାଲିଛି ।