• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ସ୍ଥଗିତ ହେଲା ଆଲିଆ ଓ ରଣବୀର ଙ୍କ ବିବାହ । ଗତ କିଛି ଦିନି ହେବ ଆଲିଆ-ରଣବୀର ଉଭୟଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ । ହେଲେ ଏହି ସମୟରେ ଉଭୟଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖଦ ଖବର ଆସିଛି । ସୂଚନା ଅନୁସାରେ, ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ପୁଣି ସ୍ଥଗିତ ହୋଇଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ ଦର୍ଶାଯାଇଛି ଯେ ଏହି ଦମ୍ପତି ନିଜ ବିବାହ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ।

ଉକ୍ତ ପୋଷ୍ଟରେ ଅନେକ ଫ୍ୟାନ୍ସ ମାନେ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି । କାରଣ ଗତ ଦୀପାବଳି ଦିନ ଆଲିଆ ନିଜ ଇଣ୍ଟାଗ୍ରାମ୍‌ ଆକାଉଣ୍ଟରେ ଉଭୟୋଙ୍କ ଏକ ରୋମାଣ୍ଟିକ୍ ପୋଷ୍ଟ ପୋଷ୍ଟ କରିଥିଲେ । ଯାହା କାରଣରୁ ସେମାନଙ୍କ ଫ୍ୟାନ୍ସ ଭାବିଥିଲେ ଯେ, ଉଭୟ ଶୀଘ୍ର ବିବାହ କରିବେ। ଫୋଟଗ୍ରାଫର ଭାଇରାଲ ଭାୟାନି ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ଏବେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ଏହି ପୋଷ୍ଟରେ ସେ ରଣବୀର ଓ ଆଲିଆଙ୍କ ଫୋଟକୁ ସେୟାର କରି ଲେଖିଛନ୍ତି ଯେ, ଯେ ଆସନ୍ତା ବର୍ଷ ଏପ୍ରିଲ ମାସ ପର୍ଯ୍ୟନ୍ତ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ସ୍ଥଗିତ ରଖାଯାଇଛି ।

ଚଳିତ ବର୍ଷ ରଣବୀର ଓ ଆଲିଆଙ୍କ ବିବାହ ହେବ ନାହିଁ ବୋଲି ଉକ୍ତ ପୋଷ୍ଟରୁ ସ୍ପଷ୍ଟ ଜଣାପଡୁଛି । ଏହାସହ ପୋଷ୍ଟରେ ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିଷୟରେ ମଧ୍ୟ ଉଲ୍ଲେଖ ହୋଇ ଲେଖାଯାଇଛି ଯେ, ଚଳିତ ବର୍ଷ ଭିକି ଏବଂ କ୍ୟାଟ୍ରିନା ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଆଶା କରାଯାଉଛି ।

bollywood ranbir kapoor alia Bhatt marriage postpone  till next year april month ranj(ଭାଇରାଲ ଭାୟାନିଙ୍କ ପୋଷ୍ଟ)

ଚଳିତ ବର୍ଷ ହେବ ନାହିଁ ଆଲିଆ-ରଣବୀରଙ୍କ ବିବାହ

ଭାଇରାଲ ଭାୟାନି ସେୟାର କରିଥିବା ପୋଷ୍ଟରେ ଆଲିଆ ୟାରପୋର୍ଟ ପାଖରେ ବିମାନବନ୍ଦରରେ ଥିବାବେଳେ ରଣବୀର କପୁରଙ୍କୁ କ୍ଲିନିକ ବାହାରେ ଦେଖିବାକୁ ମିଳିଛି । ଏହାସହ ସେ ସୂଚନା ଦେଇଛନ୍ତି ଯେ, ଉଭୟ ନିଜ କାମ ତଥା କ୍ୟାରିଅର ପାଇଁ ଦେଇଥିବା ପ୍ରତିଶ୍ରୁତି ହେତୁ ବିବାହ ତାରିଖକୁ ଘୁଞ୍ଚାଇବା ନିଷ୍ପତ୍ତି ନେଇଛନ୍ତି । ଦୁହେଁଙ୍କ ଫ୍ୟାନ୍ସ ନିଶ୍ଚିତ ଥିଲେ ଯେ, ରଣବୀର ଓ ଆଲିଆ ଚଳିତ ବର୍ଷ ହିଁ ବିବାହ କରିବେ । ହେଲେ ଏବେ ବିବାହ ଘୁଞ୍ଚିବା ଘଟଣା ତାଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଛି । ଏପରିକି ସୋସିଆଲ୍‌ ମିଡିଆରେ ଅନେକ ଲୋକ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରିଛନ୍ତି । ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି, ‘ 'ବ୍ରହ୍ମାସ୍ତ୍ର' ପରି ବିବାହ ମଧ୍ୟ ବିଳମ୍ବ ହେଉଛି’ । ସେହିପରି ଅନ୍ୟ ଜଣେ ଲେଖିଛନ୍ତି ଯେ, ‘ଏହି ଦୁଇ ସେଲିବ୍ରିଟି ପରସ୍ପରକୁ କେବେ ହେଲେ ବିବାହ କରିବେ ନାହିଁ । ଏମାନେ କେବଳ ପ୍ରଚାର ପାଇଁ ବିବାହ କରିବାର ଢୋଙ୍ଗ କରୁଛନ୍ତି’ ।

ଆଲିଆ ଓ ରଣବୀର ଉଭୟ 'ବ୍ରହ୍ମାସ୍ତ୍ର' ଫିଲ୍ମରେ ନଜରରେ ଆସିବେ । ହେଲେ ଏହି ଚଳଚ୍ଚିତ୍ରର ରିଲିଜ୍‌ ଡେଟ୍‌ ମଧ୍ୟ ସେମାନଙ୍କ ବିବାହ ପରି ବହୁ ସମୟ ଧରି ଅଟକି ରହିଛି । ଏହି ଚଳଚ୍ଚିତ୍ର ମାଧ୍ୟମରେ ଫ୍ୟାନ୍ସ ମାନେ ପ୍ରଥମ ଥର ପାଇଁ ରଣବୀର ଏବଂ ଆଲିଆଙ୍କୁ ଏକାଠି ସିନେ ପରଦାରେ ଦେଖିବାକୁ ପାଇବେ ।