Advertisment

Ramayana: ଧମାଲ ମଚାଇଲା ବିଗ୍ ବଜେଟ୍ ଫିଲ୍ମ 'ରାମାୟଣ' ଟିଜର୍

ଗୁରୁବାର ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ 'ରାମାୟଣ' ଫିଲ୍ମର ଟିଜର୍ ରିଲିଜ୍ ହୋଇଛି, ଯାହା ଦର୍ଶକଙ୍କୁ ଆକୃଷ୍ଟ କରିଛି ।

ଅଦ୍ୟତନ ହୋଇଛି
Ramayana

Ramayana

Advertisment

ରିଲିଜ୍ ହୋଇଛି ଦେଶର ସବୁଠୁ ବଡ଼ ହାଇ ବଜେଟ୍ ଫିଲ୍ମ 'ରାମାୟଣ' ଟିଜର୍। ପୁଣି ଥରେ ବଡ଼ ପରଦାରେ ବିରାଟ ଆକାରରେ ଆସୁଛି ରାମାୟଣ। ଶ୍ରୀରାମଙ୍କ ଭୂମିକାରେ ରଣବୀର କପୁର, ରାବଣ ଚରିତ୍ରରେ କେଜିଏଫ୍ ଫ୍ରେମ୍ ୟସ୍ ଆଉ ମା ସୀତାଙ୍କ ଭୂମିକାରେ ସାଇ ପଲ୍ଲବୀ, ହନୁମାନ ଚରିତ୍ରରେ ସନି ଦେଓଲଙ୍କୁ ଦେଖିବାକୁ ମିଳିବ। ଆଜି ରିଲିଜ୍ ହେଇଥିବା ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏଇ ସିନେମାର ୩ ମିନିଟ୍ ଟିଜରରେ AR ରେହମାନ୍ ଙ୍କ ପାୱାରଫୁଲ୍ ବିଜିଏମ୍ ସହ ରାମ ଆଉ ରାବଣଙ୍କ ଯୁଦ୍ଧର ଏକ ଝଲକ ଦେଖା ଯାଇଛି।

Advertisment

ଅଧିକ ପଢ଼ନ୍ତୁ:ପାକିସ୍ତାନ ଲୋକଙ୍କ ପ୍ରତି ମୋର କୌଣସି ଅଭିଯୋଗ ନାହିଁ; ଜାଭେଦ ଅଖତର

ଗୁରୁବାର ଦିନ 'ରାମାୟଣ' ସିନେମା ସିରିଜର ନିର୍ମାତାମାନେ ସେମାନଙ୍କ ଫିଲ୍ମର ପ୍ରଥମ ଝଲକ ସେୟାର କରି ଇଣ୍ଟରନେଟରେ ଧମାଲ ମଚାଇ ଦେଇଛନ୍ତି। ରାମ ଭୂମିକାରେ ରଣବୀର କପୁର ଅବତ୍ତୀର୍ଣ୍ଣ ହୋଇଥିବା ବେଳେ ରାବଣ ଭୂମିକାରେ ଅଭିନୟ କରିଛନ୍ତି ୟଶ ।

ପ୍ରଥମ ଥର କୌଣସି ଭାରତୀୟ ସିନେମାକୁ ସମ୍ପୂର୍ଣ୍ଣ ଭାବେ IMAXରେ ସୁଟ ହେଇଛି। ଫଳରେ ଟିଜରର ଗୋଟିଏ ଗୋଟିଏ ସିନ୍ ହଲିଉଡ୍ ର ହାଇବଜେଟ Marvel, DC ଫିଲ୍ମ୍ ଭଳି ଅନୁଭବ କରାଉଛି। ସବୁଠୁ ଅଧିକ ଆକର୍ଷିତ କରିଛି ରାମ ଆଉ ରାବଣଙ୍କ ଫାଇଟ୍ ସିନ୍, ଯେଉଁଠି ରଣବୀର ଓ ୟସ୍ ଙ୍କ ଲୁକ୍ସ ଅଧିକ ପ୍ରଭାବିତ କରିଛି ସମସ୍ତଙ୍କୁ। ଏହା ଭାରତର ସବୁଠୁ ବଡ଼ ଓ ହାଇ ବଜେଟ୍ ଫିଲ୍ମ, ଯାହା ପ୍ରାୟ ୯୦୦ କୋଟି ଟଙ୍କାରେ ନିର୍ମିତ।

Advertisment

ପୂର୍ବରୁ 'ରାମାୟଣ' ଉପରେ ପର୍ଯ୍ୟବେସିତ ‘ଆଦିପୁରୁଷ’ ବେଳେ ବି ଅନେକ ଚର୍ଚ୍ଚା ହେଉଥିଲା । କିନ୍ତୁ ପ୍ରଭାସଙ୍କ ‘ଆଦିପୁରୁଷ’ ସବୁଠୁ ଖରାପ 'ରାମାୟଣ' ସିନେମା ସାବ୍ୟସ୍ତ ହୋଇଥିଲା । ଏଥର ରଣବୀର ଓ ୟଶଙ୍କ 'ରାମାୟଣ' ବକ୍ସ ଅଫିସରେ ହିଟ୍ ହେବ ନା ଚିରାଚରିତ ଭାବେ ଚାଲିବ ତାକୁ ହିଁ ଅପେକ୍ଷା ।

ଅଧିକ ପଢ଼ନ୍ତୁ:‘ଅପରେସନ୍ ସିନ୍ଦୂର’କୁ ନେଇ ଏମିତି କହିଲେ ଜାଭେଦ ଅଖତର; ଲୋକେ କଲେ ଟାର୍ଗେଟ୍

Advertisment
Bollywood Ramayana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ