Advertisment

ମହେଶ ବାବୁଙ୍କ ବିବାଦୀୟ ମତ; ରାମ ଗୋପାଳ କହିଲେ ବଲିଉଡ ଏକ କମ୍ପାନୀ ନୁହେଁ

ମହେଶ ବାବୁଙ୍କ ଏକ ବିବାଦୀୟ ମତ ଏବେ ପୁଣି ଚର୍ଚ୍ଚାରେ ଥିବା ବେଳେ ଏହାର ପ୍ରତିକ୍ରିୟା ଦେଇଛନ୍ତି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା। ବଲିଉଡ ଏକ କମ୍ପାନୀ ନୁହେଁ ବୋଲି ସେ କହିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Ram Gopal Varma reacted to Mahesh Babu statement

Ram Gopal Varma reacted to Mahesh Babu statement

ଦେଶସାରା ଆଜିକାଲି ବଲିଉଡ ବନାମ ସାଉଥ୍‌ ଇଣ୍ଡଷ୍ଟ୍ରିକୁ ନେଇ ହଙ୍ଗାମା ଚାଲିଛି। କିଚ୍ଚା ସୁଦୀପଙ୍କ ଏଜ ବିବୃତ୍ତିରୁ ଆରମ୍ଭ ହୋଇଥିବା ଏହି ବିବାଦ ମହେଶ ବାବୁଙ୍କ ଏକ ବିବାଦୀୟ ମତ ପରେ ଏବେ ପୁଣି ଚର୍ଚ୍ଚାରେ ରହିଛି। ନିକଟରେ ମହେଶ ବାବୁ ବଲିଉଡ୍‌କୁ ଟାର୍ଗେଟ୍ କରି ନିଜର ମତ ରଖିଥିଲେ। ବର୍ତ୍ତମାନ ଏହାର ପ୍ରତିକ୍ରିୟା ଦେଇଛନ୍ତି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା।

Advertisment

ଏକ ୱେବ୍‌ସାଇଟ୍ ସହିତ ବାର୍ତ୍ତାଳାପରେ ରାମ ଗୋପାଳ ବର୍ମା କହିଛନ୍ତି ଯେ ଅଭିନେତାଙ୍କ ସବୁ ଫିଲ୍ମ ଯେତିକି ଟଙ୍କା ରୋଜଗାର କରିଛି, ଏହାଠାରୁ ଅଧିକ ଟଙ୍କା ଫିଲ୍ମକୁ ହିନ୍ଦୀରେ ଡବ୍‌ କରି ଅର୍ଜନ କରାଯାଇଛି। ମହେଶ ବାବୁଙ୍କ ମତର ଉତ୍ତରରେ ଚଳଚ୍ଚିତ୍ର ନିର୍ମାତା କହିଛନ୍ତି, "ଜଣେ ଅଭିନେତା ଭାବରେ ଏହା ତାଙ୍କର ପସନ୍ଦ। କିନ୍ତୁ ମୁଁ ପ୍ରକୃତରେ ବୁଝିପାରୁ ନାହିଁ ବଲିଉଡ୍‌ ସହ ତାଙ୍କର ଉଦ୍ଦେଶ୍ୟ କ’ଣ। ମୁଁ ତାଙ୍କୁ ସହ୍ୟ କରିପାରୁନି।

ରାମ ଗୋପାଳ ଆହୁରି କହିଛନ୍ତି ଯେ ମୁଁ ଏପର୍ଯ୍ୟନ୍ତ ବୁଝିପାରିଲି ନାହିଁ ଯେ ତାଙ୍କର ଏଥିରେ ମତଲବ କ’ଣ ଥିଲା, କାରଣ କଥା ହେଉଛି ଯଦି ଆପଣ ବର୍ତ୍ତମାନର ଦକ୍ଷିଣ ଭାରତୀୟ ଫିଲ୍ମକୁ ଦେଖନ୍ତି, ତେବେ ସେସବୁ ଡବ୍‌ କରି ରିଲିଜ୍ କରାଯାଇଛି ଏବଂ ତା’ପରେ ଯାହା ହୋଇଛି ତାହା ସମସ୍ତଙ୍କ ସାମ୍ନାରେ ଅଛି।” ସେ ଆହୁରି ମଧ୍ୟ କହିଛନ୍ତି, "ଏହାଛଡା, ବଲିଉଡ୍‌ ଏକ କମ୍ପାନୀ ନୁହେଁ। ଏହା ଗଣମାଧ୍ୟମ ଦ୍ୱାରା ଦିଆଯାଇଥିବା ଏକ ଲେବଲ୍। ଯଦି କୌଣସି ବ୍ୟକ୍ତିଗତ ଚଳଚ୍ଚିତ୍ର କମ୍ପାନୀ କିମ୍ବା ପ୍ରଡକ୍ସନ୍ ହାଉସ୍ ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟରେ ଏକ ଫିଲ୍ମ କରିବାକୁ କହିବ, ତେବେ ଏଥିରେ ବଲିଉଡ୍‌କୁ ଅନ୍ତର୍ଭୁକ୍ତ କରିବାର କିଛି ଅର୍ଥ ହିଁ ନାହିଁ।"

Advertisment

ପ୍ରକାଶଥାଉ ଯେ ସାଉଥ୍ ଅଭିନେତା ମହେଶ ବାବୁ ହିନ୍ଦୀ ଚଳଚ୍ଚିତ୍ରରେ ନିଜ ଅଂଶଗ୍ରହଣକୁ ନେଇ କହିଥିଲେ ଯେ ବଲିଉଡ୍‌ ତାଙ୍କୁ ଉଚିତ ମୂଲ୍ୟ ଦେଇପାରିବ ନାହିଁ। ଅଭିନେତାଙ୍କ ଏହି ବିବୃତ୍ତି ପରେ ବଲିଉଡ୍‌ ଏବଂ ସାଉଥ୍‌ ଇଣ୍ଡଷ୍ଟ୍ରିର ଅନେକ କଳାକାରଙ୍କ ମିଶ୍ରିତ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ତେବେ ପରେ ନିଜ ମତକୁ ନେଇ ସଫେଇ ଦେଇ ମହେଶ ବାବୁ କହିଛନ୍ତି ଯେ ତାଙ୍କୁ ହିନ୍ଦୀ ଚଳଚ୍ଚିତ୍ର କରିବା ଆବଶ୍ୟକ ନାହିଁ ଏବଂ ସେ କେବଳ ତେଲୁଗୁ ଚଳଚ୍ଚିତ୍ରରେ କାମ କରିବାକୁ ଚାହୁଁଛନ୍ତି।

ମହେଶ ବାବୁଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'ସାରକାରୁ ଭାରି ପାଟା'ରେ ସେ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରଟି ମେ ୧୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହାପୂର୍ବରୁ, ଅଭିନେତା ୨୦୨୦ରେ ଆସିଥିବ ଚଳଚ୍ଚିତ୍ର ‘ସରିଲରୁ ନୀକେଭରୁ’ରେ ନଜର ଆସିଥିଲେ। ଏହା ବ୍ୟତୀତ ଅଭିନେତା ଏସ୍‌ଏସ ରାଜାଲୌଲୀଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ରରେ ନଜର ଆସିବେ।

Bollywood
Advertisment
Advertisment