/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689504273.jpg)
Rakhi sawant says driver stolen car key money and phone
ବଲିଉଡର ଡ୍ରାମା କ୍ୱିନ୍ ରାଖୀ ସାୱନ୍ତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। କୌଣସି ନା କୌଣସି କାରଣକୁ ନେଇ ସେ ପ୍ରାୟତଃ ସୋସିଆଲ ମିଡିଆରେ ଛାଇ ଯାଆନ୍ତି। ପ୍ରାୟ ଅଧିକାଂଶ ସମୟ ସେ ଅନେକ ଅସୁବିଧାର ଶୀକାର ହୁଅନ୍ତି।
ଶନିବାର ଦିନ ଅଭିନେତ୍ରୀଙ୍କ ସହ ଏଭଳି କିଛି ଘଟଣା ଘଟିଛି। ଏହି କାରଣରୁ ସେ ଖୁବ୍ ଚିନ୍ତାରେ ଥିବା ଜଣାପଡିଛି। ଅଭିନେତ୍ରୀଙ୍କ ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ରାଖୀ ସାୱନ୍ତ ପାପାରାଜିଙ୍କ ସହ କଥାବାର୍ତ୍ତା କରୁଥିବାବେଳେ କହିଥିଲେ ଯେ ତାଙ୍କ ଡ୍ରାଇଭର ତାଙ୍କ କାର୍ର ଚାବି ନେଇ ପଳାଇ ଯାଇଛି। ଏହା ସହିତ ରାଖୀ କହିଥିଲେ ଯେ ତାଙ୍କ ସୁନାର ଫୋନ ଏବଂ ଟଙ୍କା ନେଇ ଯାଇଛି।
ଏହି ଘଟଣା ପରେ ରାଖୀ ଖୁବ୍ ଚିନ୍ତାରେ ଥିବା ଦେଖାଯାଇଥିଲେ। ସେ କହିଛନ୍ତି ଯେ ସେ ଏବେ କୁଆଡେ ଯିବେ ଏବଂ କେଉଁ ଗ୍ରହରେ ଯାଇ ରହିବେ। ତାଙ୍କ କହିବା କଥା ଯେ ସେ ଗରିବ ବୋଲି ଭାବି ତାଙ୍କୁ କାମରେ ରଖିଥିଲେ। ସେ କିନ୍ତୁ ସବୁ ଜିନିଷ ନେଇ ପଳାଇଗଲା। ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଭଉଣୀ ମଧ୍ୟ ତାଙ୍କ ଘରେ କାମ କରନ୍ତି। ରାଖୀ କହିଛନ୍ତି ଯେ ସେ ୟୁପିରୁ ଆସିଥିବା ଏହି ବ୍ୟକ୍ତି ପପୁ ଯାଦବଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବେ।
ଇନଷ୍ଟାଗ୍ରାମରେ ଏକ ଭାଇରାଲ ଭିଡିଓରେ ରାଖୀ ସାୱନ୍ତ ଏକ ଅଟୋରେ ବସିଥିବାର ନଜର ଆସିଛନ୍ତି। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ “ମୁଁ ଚନ୍ଦ୍ରଯାନର ଖୁସିକୁ ପାଳନ କରୁଥିଲୁ ଏବଂ ପପୁ ଯାଦବ ମୋ ଜୀବନରେ ଗ୍ରହଣ ଲଗେଇ ଚାଲିଗଲା।”
A post shared by F I L M Y G Y A N (@filmygyan)
ରାଖୀଙ୍କର ଏହି ଭିଡିଓ ଉପରେ ଅନେକ ଲୋକ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ଜଣେ ଲେଖିଛନ୍ତି, “ମ୍ୟାଡାମ୍ ସେ ଚନ୍ଦ୍ରକୁ ଯାଇଛନ୍ତି।” ଅନ୍ୟ ଜଣେ ଲେଖିଛନ୍ତି, “ନିଶ୍ଚିତ ଭାବରେ ରାଖୀ ତାଙ୍କୁ ଦରମା ଦେଇ ନଥିବେ।” ସେହିଭଳି ଆଉ ଜଣେ ଲେଖିଛନ୍ତି – “ଏ ପ୍ରକୃତରେ ଜଣେ କମେଡିଆନ୍, ଯଦି ରାଖୀ ଅଛନ୍ତି ତେବେ ଆପଣଙ୍କୁ କମେଡି ଶୋ’ ଦେଖିବାର ଆବଶ୍ୟକ ନାହିଁ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)