Advertisment

ରାଜୁ ଶ୍ରୀବାସ୍ତଙ୍କ ସମେତ ହୃଦଘାତରେ ପ୍ରାଣ ହରେଇଥିବା ୫ କଳାକାର

ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ବୁଧବାର ଦିଲ୍ଲୀ AIIMS ରେ ମୃତ୍ୟୁ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ହୃଦଘାତ ଯୋଗୁଁ ଦେଶର ଅନେକ ଯୁବ କଳାକାରଙ୍କ ମୃତ୍ୟୁ ଘଟିଛି। ତେବେ ଆସନ୍ତୁ ଏହି ସେଲିବ୍ରିଟିମାନଙ୍କ ବିଷୟରେ ଜାଣିବା।

ଅଦ୍ୟତନ ହୋଇଛି
Raju Srivastava Death

Raju Srivastava and other celebrities died due to heart attack

Advertisment

ଯୁବକମାନଙ୍କ କ୍ଷେତ୍ରରେ ହୃଦଘାତ ଏବଂ କାର୍ଡିୟକ ଆଟାକ୍ ମାମଲା ଦ୍ରୁତ ଗତିରେ ବଢି ଚାଲିଛି। ପ୍ରତିବର୍ଷ ହଜାର ହଜାର ଯୁବକ ଏହି କାରଣରୁ ମୃତ୍ୟୁବରଣ କରୁଛନ୍ତି। ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ବୁଧବାର ଦିଲ୍ଲୀ AIIMS ରେ ମୃତ୍ୟୁ ହୋଇଛି। ୪୧ ଦିନ ପୂର୍ବରୁ ତାଙ୍କର ହୃଦ୍‌ଘାତ ହୋଇଥିଲା, ଏହା ପରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ।

Advertisment

ମୃତ୍ୟୁ ବେଳକୁ ରାଜୁ ଶ୍ରୀବାସ୍ତବ ଙ୍କୁ ୫୮ ବର୍ଷ ହୋଇଥିଲା ଏବଂ ସେ ତାଙ୍କର ଫିଟ୍‌ନେସ୍ ପାଇଁ ମଧ୍ୟ ପ୍ରସିଦ୍ଧ ଥିଲେ। ଗତ କିଛି ବର୍ଷ ମଧ୍ୟରେ ହୃଦଘାତ ଯୋଗୁଁ ଦେଶର ଅନେକ ଯୁବ କଳାକାରଙ୍କର ମୃତ୍ୟୁ ଘଟିଛି। ତେବେ ଆସନ୍ତୁ ଏହି ସେଲିବ୍ରିଟିମାନଙ୍କ ବିଷୟରେ ଜାଣିବା।

ଟିଭି କଳାକାର ଦୀପେଶ ଭାନ:

୪୧ ବର୍ଷୀୟ ଟିଭି ଅଭିନେତା ଦୀପେଶ ଭାନ, ସିରିଏଲ 'ଭାବୀ ଜୀ ଘର ପର୍‌ ହୈ’ ରୁ ନାଁ କମେଇ ଥିବାବେଳେ ଜୁଲାଇ ୨୩ରେ କ୍ରିକେଟ୍ ଖେଳୁଥିବା ବେଳେ ଷ୍ଟ୍ରୋକ୍ ଯୋଗୁଁ ମୃତ୍ୟୁ ହୋଇଥିଲା। ତାଙ୍କର ଜବରଦସ୍ତ ଫିଟ୍‌ନେସ୍‌ ଯୋଗୁଁ ସେ ସୋସିଆଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚାରେ ରହୁଥିଲେ। ସେ ହଠାତ୍ ଦୁନିଆ ଛାଡିଦେଇଥିବାରୁ ତାଙ୍କ ମୃତ୍ୟୁରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Advertisment

ପ୍ରସିଦ୍ଧ ଗାୟକ କେକେ:

ବଲିଉଡ୍‌ର ପ୍ରସିଦ୍ଧ ଗାୟକ କେକେ ଚଳିତ ବର୍ଷ ମେ ୩୧ ରେ କୋଲକାତାରେ ଏକ ମ୍ୟୁଜିକ୍ କନ୍ସର୍ଟ କରୁଥିବା ବେଳେ ହୃଦଘାତରେ ପୀଡିତ ହୋଇଥିଲେ। ୫୩ ବର୍ଷର ଏହି ଗାୟକଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁନିତ୍ ରାଜକୁମାର:

ସାଉଥ୍‌ ସୁପର୍‌ଷ୍ଟାର୍‌ ପୁନିତ୍ ରାଜକୁମାର ଗତ ବର୍ଷ ଅକ୍ଟୋବରରେ ହୃଦ୍‌ଘାତରେ ମୃତ୍ୟୁ ବରଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା। ଜିମ୍ କରିବା ସମୟରେ ତାଙ୍କର ହୃଦ୍‌ଘାତ ହୋଇଥିଲା ଏବଂ ସେ ନିଜ ଫିଟ୍‌ନେସ୍ ପାଇଁ ବହୁତ ପ୍ରସିଦ୍ଧ ମଧ୍ୟ ଥିଲେ। ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିଥିଲା।

Advertisment

ସିଦ୍ଧାର୍ଥ ଶୁକ୍ଳା:

ରିୟଲିଟି ଶୋ’ ବିଗ୍ ବସ୍ ଏବଂ ଟିଭି ସିରିଏଲ୍ ସହିତ ଇଣ୍ଡଷ୍ଟ୍ରିରେ ଏକ ପରିଚୟ ସୃଷ୍ଟି କରିଥିବା ସିଦ୍ଧାର୍ଥ ଶୁକ୍ଳାଙ୍କର ଗତ ବର୍ଷ ସେପ୍ଟେମ୍ବରରେ ହୃଦଘାତ ହେତୁ ଦେହାନ୍ତ ହୋଇଥିଲା। ୪୦ ବର୍ଷର ସିଦ୍ଧାର୍ଥ ତାଙ୍କ ଫିଟ୍‌ନେସ୍‌କୁ ନେଇ ବହୁତ ଗମ୍ଭୀର ଥିଲେ, କିନ୍ତୁ ସେ କମ ବୟସରେ ଜୀବନ ହରାଇଥିଲେ।

ଏହି କଳାକାରମାନେ ମଧ୍ୟ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି:

ବଲିଉଡ୍‌ ଅଭିନେତା ମିଥିଲେଶ ଚତୁର୍ବେଦୀ ୬୭ ବର୍ଷ ବୟସରେ ଅଗଷ୍ଟ ୩ ରେ ହୃଦଘାତ ହେତୁ ମୃତ୍ୟୁ ବରଣ କରିଥିଲେ। ତାଙ୍କ ବ୍ୟତୀତ ମିର୍ଜାପୁର ୱେବ୍ ସିରିଜ୍ ଦ୍ୱାରା ପ୍ରସିଦ୍ଧ ହୋଇଥିବା ୩୬ ବର୍ଷୀୟ ବ୍ରହ୍ମ ସ୍ୱରୂପ ମିଶ୍ରଙ୍କର ଛାତି ଯନ୍ତ୍ରଣା ହେତୁ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବଲିଉଡ୍‌ ତାରକା ହୃଦଘାତ ହେତୁ ଦୁନିଆକୁ ବିଦାୟ ଦେଇଛନ୍ତି। ଏହି ଘାତକ ଟ୍ରେଣ୍ଡ୍ ବୃଦ୍ଧି ପାଇବାରେ ଲାଗିଛି।

Bollywood Comedian Raju Shrivastav Raju Shrivastav
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ