Advertisment

‘ସୂର୍ଯ୍ୟବଂଶୀ’କୁ ଟକ୍କର ଦଉଛି ‘ଅନ୍ନାଥେ’, ଜାଣନ୍ତୁ କିଏ କାହା ଉପରେ ଭାରୀ

ଏହି ଦୀପାବଳୀ ଦର୍ଶକଙ୍କ ପାଇଁ ନେଇ ଆସିଛି ମନୋରଞ୍ଜନର ମାହୋଲ। ଲକ୍‌ଡାଉନ୍‌ ପରେ ପ୍ରେକ୍ଷାଳୟଗୁଡିକ ଚଳଚଞ୍ଚଳ ହୋଇପଡିଥିବା ବେଳେ ପରଦାକୁ ଆସିଛି ଅନେକ ଫିଲ୍ମ। ଭାରତୀୟ ଫିଲ୍ମ ‘ଅନ୍ନାଥେ’ ଓ ‘ସୂର୍ଯ୍ୟବଂଶୀ’ ବକ୍ସ ଅଫିସ୍‌ରେ ଯେଉଁଭଳି ଭାବେ ପ୍ରଦର୍ଶନ କରୁଛନ୍ତି ଏଥିରୁ ଲାଗୁଛି ଏହି ଦୁଇ ଫିଲ୍ମ ଖୁବ୍ ଶୀଘ୍ର ଶହେ କୋଟି ଫିଲ୍ମର ତାଲିକାରେ ନାମାଙ୍କିତ ହେବେ। ତେବେ ରଜନୀକାନ୍ତଙ୍କ ‘ଅନ୍ନାଥେ’ ଅକ୍ଷୟଙ୍କ ‘ସୂର୍ଯ୍ୟବଂଶୀ’କୁ ଟକ୍କର ଦେଇ ଆଗେଇ ଚାଲିଛି।

author-image
Pramod Behera
ଅଦ୍ୟତନ ହୋଇଛି
Rajinikanth’s Annathe beat Akshay Kumar’s Sooryavanshi

Rajinikanth’s Annathe beat Akshay Kumar’s Sooryavanshi

ମୁମ୍ବାଇ : ଭାରତୀୟ ସିନେ ଦୁନିଆ ପାଇଁ ଏହି ଦୀପାବଳୀ ମନୋରଞ୍ଜନର ମାହାଲ୍ ନେଇ ଆସିଛି। ଏହି ଅବସରରେ ସାରା ଦେଶର ସିନେମାଘରରେ ଅନେକ ବଡ ବଡ ଫିଲ୍ମ ରିଲିଜ୍ ହୋଇଛି। ଏଥିରେ ଅକ୍ଷୟ କୁମାରଙ୍କର ‘ସୂର୍ଯ୍ୟବଂଶୀ’, ରଜନୀକାନ୍ତଙ୍କର ‘ଅନ୍ନାଥେ’ ଓ ହଲିଉଡ୍ ଫିଲ୍ମ ‘ଇଣ୍ଟର୍ଣ୍ଣାଲ୍ସ’ ସାମିଲ ଅଛି। ସିନେ ସମୀକ୍ଷକମାନେ ଏହି ଫିଲ୍ମଗୁଡିକରୁ ଯେମିତି ଆଶା କରୁଥିଲେ ତାହା ସବୁ ମିଳିପାରିଛି। କିନ୍ତୁ ବକ୍ସ ଅଫିସ୍‌ରେ ରଜନୀକାନ୍ତଙ୍କ ଫିଲ୍ମ ‘ଅନ୍ନାଥେ’ ବାକି ଦୁଇ ଫିଲ୍ମ ଠାରୁ ଭାରୀ ପଡିଛି।

Advertisment

ଲକ୍‌ଡାଉନ୍‌ ପରେ ପରେ ପ୍ରେକ୍ଷାଳୟଗୁଡିକରେ ପ୍ରଥମଥର ପାଇଁ ମାହୋଲ୍ ଫେରିଆସିଛି। ଆଗକୁ ଯଦି ଏହିଭଳି ଚାଲେ ତେବେ ଭାରତୀୟ ସିନେମା ଏହାର ପୁରୁଣା ଦିନଗୁଡିକୁ ଫେରିପାଇବାରେ ବେଶି ଦିନ ଲାଗିବ ନାହିଁ। ତେବେ ଭାରତୀୟ ଫିଲ୍ମ ‘ଅନ୍ନାଥେ’ ଓ ‘ସୂର୍ଯ୍ୟବଂଶୀ’ ବକ୍ସ ଅଫିସ୍‌ରେ ଯେଉଁଭଳି ଭାବେ ପ୍ରଦର୍ଶନ କରୁଛନ୍ତି ଏଥିରୁ ଲାଗୁଛି ଏହି ଦୁଇ ଫିଲ୍ମ ଖୁବ୍ ଶୀଘ୍ର ଶହେ କୋଟି ଫିଲ୍ମର ତାଲିକାରେ ନାମାଙ୍କିତ ହେବେ। ସୂଚନା ମୁତାବକ ଉତ୍ତର ଭାରତର ପ୍ରେକ୍ଷାଳୟଗୁଡିକୁ ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’ କବ୍ଜା କରି ନେଇଥିବାରୁ ସେଠାରେ ହଲିଉଡ୍‌ ଫିଲ୍ମ ‘ଇଣ୍ଟର୍ଣ୍ଣାଲ୍ସ’ ସେଭଳି ପ୍ରଦର୍ଶନ କରିପାରି ନାହିଁ।

Advertisment

ଯଦି ଫିଲ୍ମ ‘ଇଣ୍ଟର୍ଣ୍ଣାଲ୍ସ’ର ଆଡଭାନ୍ସ ବୁକିଂ ଦେଖାଯାଏ ତେବେ ଏହା ଖୁବ ଭଲ ପ୍ରଦର୍ଶନ କରିଛି ଓ ରିଲିଜ୍ ହେବାର ପ୍ରଥମ ଦିନରେ ୭.୫ କୋଟି ଟଙ୍କା କମେଇବାରେ ସଫଳ ହୋଇଛି। ରଜନୀକାନ୍ତଙ୍କ କଥା କହିଲେ, ସାଉଥ୍‌ରେ ତାଙ୍କ ଫିଲ୍ମ ‘ଅନ୍ନାଥେ’ ହଇଚଇ ସୃଷ୍ଟିକରିଛି। ଏହି ଫିଲ୍ମ ଆଗରେ ଆଉ କୋଉ ଫିଲ୍ମ ତିଷ୍ଟିବାର କ୍ଷମତା ନାହିଁ। ଏହା ପ୍ରଥମ ଦିନରେ ଜବରଦସ୍ତ ରୋଜଗାର କରି ସମସ୍ତଙ୍କୁ ଚକିତ କରିଦେଇଛି।

Rajinikanth’s Annathe beat Akshay Kumar’s Sooryavanshi‘ସୂର୍ଯ୍ୟବଂଶୀ’କୁ ଟକ୍କର ଦଉଛି ‘ଅନ୍ନାଥେ’, ଜାଣନ୍ତୁ କିଏ କାହା ଉପରେ ଭାରୀ 

ସୂଚନା ମୁତାବକ ଫିଲ୍ମ ‘ଅନ୍ନାଥେ’ ରିଲିଜ୍ ହେବାର ପ୍ରଥମ ଦିନରେ କେବଳ ତାମିଲନାଡୁରେ ୩୪.୯୨ କୋଟି ଟଙ୍କା ରୋଜଗାର କରିଛି, ଯାହା ‘ସୂର୍ଯ୍ୟବଂଶୀ’ର ପ୍ରଥମଦିନର ସମୁଦାୟ ରୋଜଗାର ଠାରୁ ବି ଅଧିକ। ତେବେ ଅକ୍ଷୟ କୁମାରଙ୍କର ‘ସୂର୍ଯ୍ୟବଂଶୀ’ ପ୍ରଥମ ଦିନରେ ମୋଟ୍ ୨୫ ରୁ ୨୮ କୋଟି ରୋଜଗାର କରିଥିଲା। କିନ୍ତୁ ‘ଅନ୍ନାଥେ’ ପ୍ରଥମ ଦିନରେ ୭୦.୧୯ କୋଟି ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଥିଲା।

ସାରା ଭାରତରେ ଫିଲ୍ମ ‘ଅନ୍ନାଥେ’ ପାଖାପାଖି ୨୨୦୦ ପ୍ରେକ୍ଷାଳୟରେ ପଡିଥିବା ବେଳେ ବିଦେଶରେ ଏହା ୧୧୦୦ ସ୍କ୍ରିନ୍‌ରେ ଦେଖିବାକୁ ମିଳେ। ସେହିପରି ‘ସୂର୍ଯ୍ୟବଂଶୀ’କୁ ସାରା ଭାରତରେ ୩୫୧୯ ପ୍ରେକ୍ଷାଳୟରେ ରିଲିଜ୍ କରାଯାଇଥିବା ବେଳେ ବିଦେଶରେ ପାଖାପାଖି ୧୨୦୦ ହଲ୍‌ରେ ରିଲିଜ୍ କରାଯାଇଛି। ଫିଲ୍ମ ‘ଅନ୍ନାଥେ’କୁ ସିରୁଥଇ ଶିବା ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ଦିବଂଗତ ଗାୟକ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କ ବୋଲିଥିବା ଗୀତ ମଧ୍ୟ ଅଛି। ଏହା ତାଙ୍କର ଶେଷ ଗୀତ ଥିଲା।

Bollywood Sooryavanshi Annatthe
Advertisment
Advertisment