Advertisment

Rajinikanth Coolie: ବକ୍ସଅଫିସରେ କିଏ ମାରିବ ବାଜି ? ଆଡଭାନ୍ସ ବୁକିଂରେ କୁଲି ଆଗରେ ୱାର ୨ ପଛରେ

ଓ୍ଵାର ୨’ ହେଉଛି ୨୦୧୯ରେ ମୁକ୍ତିଲାଭ କରିଥିବା ‘ଓ୍ଵାର’ ଚଳଚ୍ଚିତ୍ରର ସିକ୍ୱେଲ। ‘ଓ୍ଵାର’ ବିଶ୍ୱବ୍ୟାପୀ ୪୭୪ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏବେ ଏହି ଚଳଚ୍ଚିତ୍ରରେ ‘ଆରଆରଆର’ ଷ୍ଟାର ଜୁନିଅର ଏନଟିଆରଙ୍କ ଏଣ୍ଟ୍ରି ହୋଇଛି । ଏଥିରୁ ଆପଣ ଅନୁମାନ କରିପାରିବେ ଯେ ଚଳଚ୍ଚିତ୍ରର କଲେକ୍ସନ କେତେ ହୋଇପାରେ ।

Rajinikanth Coolie

Rajinikanth Coolie

Advertisment

ଏହି ସ୍ୱାଧୀନତା ଦିବସରେ ଭାରତୀୟ ବକ୍ସ ଅଫିସରେ ଦୁଇଟି ବଡ଼ ଚଳଚ୍ଚିତ୍ର ‘ଓ୍ଵାର ୨’ ଏବଂ ‘କୁଲି’ ମଧ୍ୟରେ ଜୋରଦାର ଟକ୍କର ହେବାକୁ ଯାଉଛି। ଉଭୟ ଚଳଚ୍ଚିତ୍ର ସ୍ୱାଧୀନତା ଦିବସ ଅବସରରେ ୧୪ ଅଗଷ୍ଟରେ ମୁକ୍ତିଲାଭ କରିବ। ଉଭୟ ଚଳଚ୍ଚିତ୍ରକୁ ନେଇ ସୋସିଆଲ ମିଡିଆରେ ଜବରଦସ୍ତ କ୍ରେଜ ରହିଛି ।

Advertisment

‘ଓ୍ଵାର ୨’ରେ ହ୍ରିତିକ ରୋଶନ ଏବଂ ଜୁନିଅର ଏନଟିଆର ପରି ଅଭିନେତା ନଜର ଆସିବେ, ଅନ୍ୟପଟେ ଭାରତୀୟ ସିନେମାର ଥଲାଇଭା ରଜନୀକାନ୍ତ ତାଙ୍କ ଆକ୍ସନ ଚଳଚ୍ଚିତ୍ର ‘କୁଲି’ରେ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି। ଉଭୟ ଚଳଚ୍ଚିତ୍ରର ମୁକ୍ତିଲାଭରେ ଏବେ ଏକ ସପ୍ତାହରୁ ମଧ୍ୟ କମ ସମୟ ବାକି ଅଛି।

କୁଲି’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ୭୩ ‍ ‍ବର୍ଷିୟ ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତ। ଏତିକି ନୁହେଁ, ଏହି ଚଳଚ୍ଚିତ୍ରରେ ନାଗାର୍ଜୁନ ଏବଂ ବଲିଉଡ ସୁପରଷ୍ଟାର ଆମିର ଖାନ ମଧ୍ୟ ଆକ୍ସନ ଅବତାରରେ ନଜର ଆସିବେ।

Advertisment

ଏହା ସହିତ ଆହୁରି ବଡ଼ କଥା ହେଉଛି ଯେ ‘କୁଲି’ର ନିର୍ଦ୍ଦେଶକ ହେଉଛନ୍ତି ଲୋକେଶ କନଗରାଜ, ଯିଏ କମଲ ହାସନଙ୍କ ସହ ‘ବିକ୍ରମ’ ଏବଂ ଥଲାପତି ବିଜୟଙ୍କ ସହ ‘ମାଷ୍ଟର’ ଓ ‘ଲିଓ’ ପରି ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଛନ୍ତି।

ଓ୍ଵାର ୨’ ହେଉଛି ୨୦୧୯ରେ ମୁକ୍ତିଲାଭ କରିଥିବା ‘ଓ୍ଵାର’ ଚଳଚ୍ଚିତ୍ରର ସିକ୍ୱେଲ। ‘ଓ୍ଵାର’ ବିଶ୍ୱବ୍ୟାପୀ ୪୭୪ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏବେ ଏହି ଚଳଚ୍ଚିତ୍ରରେ ‘ଆରଆରଆର’ ଷ୍ଟାର ଜୁନିଅର ଏନଟିଆରଙ୍କ ଏଣ୍ଟ୍ରି ହୋଇଛି । ଏଥିରୁ ଆପଣ ଅନୁମାନ କରିପାରିବେ ଯେ ଚଳଚ୍ଚିତ୍ରର କଲେକ୍ସନ କେତେ ହୋଇପାରେ ।

Advertisment

ୟଶରାଜ ସ୍ପାଏ ୟୁନିଭର୍ସର ଗୋଟିଏ ବି ସ୍ପାଏ ଚଳଚ୍ଚିତ୍ର ଫ୍ଲପ ହୋଇନାହିଁ ଏବଂ ‘ଓ୍ଵାର ୨’ ହେଉଛି ୟଶରାଜ ପ୍ରଡକ୍ସନର ଷଷ୍ଠ ସ୍ପାଏ ଚଳଚ୍ଚିତ୍ର। ଗତ ସପ୍ତାହରେ ଉଭୟ ଚଳଚ୍ଚିତ୍ରର ଆନ୍ତର୍ଜାତୀୟ ବଜାରରେ ପ୍ରି-ବୁକିଂ ଆରମ୍ଭ ହୋଇଛି। ଉତ୍ତର ଆମେରିକାରେ ‘କୁଲି’ ଆଡ଼ଭାନ୍ସ ବୁକିଂରେ ୨ ନିୟୁତ ଡଲାର (୧୭ କୋଟି ଟଙ୍କା) ରୋଜଗାର କରିସାରିଛି। ଏହା ବ୍ୟତୀତ ମାଲେସିଆ, ଯୁକ୍ତରାଷ୍ଟ୍ର, ଏବଂ ସିଙ୍ଗାପୁରରେ ମଧ୍ୟ ପ୍ରଚୁର ଟିକେଟ ବୁକ୍ ହେଉଛି।

ରିପୋର୍ଟ ଅନୁଯାୟୀ, ଉତ୍ତର ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ ଚଳଚ୍ଚିତ୍ରର ଆଡ଼ଭାନ୍ସ ବୁକିଂ ରୋଜଗାର ୪ ନିୟୁତ ଡଲାର ଅର୍ଥାତ୍ ୩୪ କୋଟି ଟଙ୍କା ହୋଇସାରିଛି। ଏହି ମୁହୂର୍ତ୍ତରେ ଓଭରସିଜରେ ଆଡ଼ଭାନ୍ସ ବୁକିଂରେ ସର୍ବାଧିକ ରୋଜଗାରର ରେକର୍ଡ (୬୬ କୋଟି ଟଙ୍କା) ହେଉଛି ‘ଲିଓ’ର, ଯାହା ଲୋକେଶଙ୍କ ହିଁ ଚଳଚ୍ଚିତ୍ର।

ଅନ୍ୟପଟେ ‘ଓ୍ଵାର ୨’ର ଆଡଭାନ୍ସ ବୁକିଂ ଉତ୍ତର ଆମେରିକାରେ ପ୍ରାୟ ୫୦୦ ହଜାର ଡଲାରରେ ପହଞ୍ଚିଛି, ଯାହା ‘କୁଲି’ର ଆଡ଼ଭାନ୍ସ ବୁକିଂର ଏକ ଚତୁର୍ଥାଂଶ। ଓଭରସିଜରେ ମୋଟ ୧ ନିୟୁତ ଡଲାରର ରୋଜଗାର ହୋଇଛି। ଯାହାକୁ ଦେଖିଲେ ‘କୁଲି’ ହିନ୍ଦୀ ଚଳଚ୍ଚିତ୍ର ‘ଓ୍ଵାର ୨’ଠାରୁ ବହୁତ ଆଗରେ ଅଛି।

‘କୁଲି’ର ଭାରତର କେରଳ ଏବଂ ତାମିଲନାଡୁରେ ଆଡ଼ଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି। ‘କୁଲି’ କେରଳରେ ୩ କୋଟି ଟଙ୍କା ଆଡ଼ଭାନ୍ସ ବୁକିଂରେ ରୋଜଗାର କରିସାରିଛି। ‘ଓ୍ଵାର ୨’ର ଆଡ଼ଭାନ୍ସ ବୁକିଂ ଭାରତରେ ଆସନ୍ତା ୧୦ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି।

Rajinikanth Hritik Roshan Junior NTR
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ