Advertisment

ରାଜ୍ କୁନ୍ଦ୍ରାଙ୍କ ଜାମିନ୍ ପରେ ଖୁସି ବ୍ୟକ୍ତ କଲେ ପୁଅ ଭିଆନ୍ କୁନ୍ଦ୍ରା,ଜୀବନ ଗଣେଶଙ୍କ ଶୁଣ୍ଢ ପରି

ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ରାଜ କୁନ୍ଦ୍ରାଙ୍କୁ ଜାମିନ୍ ମିଳିଛି । ଏନେଇ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରିଛନ୍ତି ପୁଅ ଭିଆନ୍ କୁନ୍ଦ୍ରା । ଦୀର୍ଘ ୨ ମାସ ପରେ ରାଜ୍ କୁନ୍ଦ୍ରା ଜେଲରୁ ଜାମିନ୍ ପାଇ ଘରକୁ ଫେରିଛନ୍ତି ।  ରାଜଙ୍କ ଜାମିନ୍ ମିଳିବା ନେଇ ପୁଅ ଭିଆନ୍ କୁନ୍ଦ୍ରା ଖୁସିବ୍ୟକ୍ତ କରି ଭଗବାନ ଗଣେଶଙ୍କ ଫଟୋ ସେୟାର କରିଛନ୍ତି । ଫଟୋ ସହିତ ଲେଖାଯାଇଛି ଯେ 'ଜୀବନ ହେଉଛି ଗଣେଶଙ୍କ ଶୁଣ୍ଢ ପରି ଓ ତାଙ୍କ ମୂଷକ ପରି ଛୋଟ ସମସ୍ୟା ଓ ମୋଦକ ପରି ମିଠା ଅନୁଭୁତି'

ଅଦ୍ୟତନ ହୋଇଛି
Raj kundra and family

Raj kundra and family

Advertisment

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ରାଜ କୁନ୍ଦ୍ରାଙ୍କୁ ଜାମିନ ମିଳିଛି । ଏନେଇ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରିଛନ୍ତି ପୁଅ ଭିଆନ୍ କୁନ୍ଦ୍ରା । ଦୀର୍ଘ ୨ ମାସ ପରେ ରାଜ୍ କୁନ୍ଦ୍ରା ଜେଲରୁ ଜାମିନ ପାଇ ଘରକୁ ଫେରିଛନ୍ତି ।  ରାଜଙ୍କ ଜାମିନ୍ ମିଳିବା ନେଇ ପୁଅ ଭିଆନ୍ କୁନ୍ଦ୍ରା ଖୁସିବ୍ୟକ୍ତ କରି ଭଗବାନ ଗଣେଶଙ୍କ ଫଟୋ ସେୟାର କରିଛନ୍ତି । ଫଟୋ ସହିତ ଲେଖାଯାଇଛି ଯେ 'ଜୀବନ ହେଉଛି ଗଣେଶଙ୍କ ଶୁଣ୍ଢ ପରି ଓ ତାଙ୍କ ମୂଷକ ପରି ଛୋଟ ସମସ୍ୟା ଓ ମୋଦକ ପରି ମିଠା ଅନୁଭୁତି' । ତେବେ ସୋସିଆଲ ମିଡିଆରେ ଭିଆନ କୁନ୍ଦ୍ରାଙ୍କ ଏକ ପୋଷ୍ଟ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ ସେ ମାଆ ଶିଳ୍ପା ଶେଟ୍ଟୀ ଏବଂ ଭଉଣୀଙ୍କ ସହ ନଜର ଆସିଛନ୍ତି ।

Advertisment
shilpa and her familysocial media

ଏହାଛଡା କେବଳ ରାଜ କୁନ୍ଦ୍ରାଙ୍କ ପୁଅ ନୁହଁ ଶିଳ୍ପା ସେଟ୍ଟି ମଧ୍ୟ ସୋସିଆଲ ମିଡିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଶିଳ୍ପା ଏକ ଇନ୍ଦ୍ରଧନୁର ଫଟୋ ସହ ଏକ ପଜିଟିଭ୍ ଥଟସ୍ କୁ ସେୟାର କରିଛନ୍ତି । ସେ ସେୟାର କରିଥିବା ପୋଷ୍ଟରେ ଲେଖାଯାଇଛି ଯେ 'ସବୁ ଝଡ଼ ପରେ କିଛି ନା କିଛି ଭଲ ହୋଇଥାଏ , ଯେମିତି ଝଡ଼ ପରେ ଇନ୍ଦ୍ରଧନୁ ଆସି ପ୍ରମାଣିତ କରେ ଯେ ଝଡ଼ ପରେ କିଛି ଭଲ ଜିନିଷ ହୋଇପାରିବ' ।

Advertisment

ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଦୀର୍ଘ ୬୪ ଦିନ ପରେ ଜେଲରୁ ବାହାରିଛନ୍ତି । ସୋମବାର ମୁମ୍ବାଇର ଏକ କୋର୍ଟ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିଥିଲେ। ସୂଚନା ଅନୁସାରେ ମୁମ୍ବାଇର ଏକ କୋର୍ଟ ଅଶ୍ଳୀଳ ମାମଲାରେ କୁନ୍ଦ୍ରାଙ୍କୁ ୫୦,୦୦୦ ଟଙ୍କାରେ ଜାମିନ ପ୍ରଦାନ କରିଛନ୍ତି।  ପ୍ରକାଶଥାଉ ଯେ ପୂର୍ବରୁ ଅଶ୍ଳୀଳ ମାମଲାରେ ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା । ୧୫୦୦ ପୃଷ୍ଠାର ଚାର୍ଜସିଟରେ ୪୩ ସାକ୍ଷୀଙ୍କ ନାମ ଦିଆଯାଇଥିଲା। ଏହି ପ୍ରସଙ୍ଗରେ ଶିଳ୍ପାଙ୍କ ବିବୃତ୍ତି ସାମ୍ନାକୁ ଆସିଥିଲା ଯାହା ସେ ପୋଲିସକୁ ଦେଇଥିଲେ । ଏଥିସହିତ ଶିଳ୍ପା ଶେଟ୍ଟୀ ମୁମ୍ବାଇ ପୋଲିସକୁ କହିଥିଲେ ଯେ ସେ ନିଜ କାର୍ଯ୍ୟରେ ବହୁତ ବ୍ୟସ୍ତ ଥିଲେ, ରାଜ କୁନ୍ଦ୍ରା କ’ଣ କରୁଛନ୍ତି ତାହା ସେ ଜାଣି ନ ଥିଲେ।

Bollywood Raj Kundra Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ