• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦକ୍ଷିଣୀ ଫିଲ୍ମ ପୁଷ୍ପା କ୍ରେଜ୍‌ରେ ଘାଇଲା ସାରା ବିଶ୍ୱ । ଏ ଫିଲ୍ମର ହିଟ୍ ନମ୍ବର ହେଉ କି ଡାଇଲଗ୍ କିମ୍ବା ଭରା ଆକ୍ସନ୍ ପ୍ୟାକ୍, ଏ ସବୁକିଛି ଲୋକଙ୍କୁ ଏତେ ମାତ୍ରାରେ କିମିଆ କରିଛି ଯେ ଆଗରୁ ଏମିତି କେବେ ଦେଖିବାକୁ ମିଳିନଥିଲା । ସାଧାରଣ ଜୀବନରୁ ରାଜନୀତି ଆଉ କ୍ରିକେଟରୁ ମନୋରଞ୍ଜନ, ସବୁ କ୍ଷେତ୍ରରେ ଦେଖିବାକୁ ମିଳିଛି ପୁଷ୍ପା ରାଜ୍ । ଏପରିକି ପୁଷ୍ପାକୁ ଅନୁକରଣ କରି ମହାରାଷ୍ଟ୍ର ପୋଲିସ ହାବୁଡ଼ରେ ପଡ଼ିଛନ୍ତି କର୍ଣ୍ଣାଟକର ଜଣେ ଟ୍ରକ୍ ଡ୍ରାଇଭର । ଫିଲ୍ମର କାହାଣୀ ଭଳି ସେ ବି ରକ୍ତ ଚନ୍ଦନ କାଠକୁ ପରିବା ଟ୍ରକ୍ ଭିତରେ ଲୁଚାଇ ନେବା ବେଳେ ଗିରଫ ହେବାରୁ ପୋଲିସକୁ କହିଥିଲେ ‘ମେଁ ଝୁକେଗା ନାହିଁ’।

ଆଖି ଖୋଲିଲେ ପୁଷ୍ପା କାନ ବି ଖୋଲିଲେ ପୁଷ୍ପା । ଯୁଆଡ଼େ ଦେଖିବ ସେଇ ଚିତ୍ର, ଯାହାଠୁ ଶୁଣିବ ସେଇ ଗୋଟିଏ ନମ୍ବର, ଗୋଟିଏ ଡାଏଲଗ୍ (ଶ୍ରୀବଲ୍ଲୀ...ପୁଷ୍ପା...ଝୁକେଗା ନେହିଁ) । ଦକ୍ଷିଣୀ ବ୍ଲକ୍ ବୁଷ୍ଟର ‘ପୁଷ୍ପା ଦ ରାଇଜ’ ପାର୍ଟ ଓ୍ୱାନ ରିଲିଜ୍ ହେବାର ଦିନ କେଇଟା ଭିତରେ ସାରା ବିଶ୍ୱକୁ ଘାଇଲା କରିଛି । ଏ ଫିଲ୍ମର ଆକ୍ସନ, ମ୍ୟୁଜିକ ଆଉ ଡାଏଲଗ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଖାଲି କ୍ରିକେଟ୍ର ଗ୍ରୀନ୍ ରୁମ୍ ନୁହେଁ, ଗ୍ରେ ଫିଲ୍ଡରେ ବି ପୁଷ୍ପାର ଜବରଦସ୍ତ ଝଲକ ଇଣ୍ଡିଆରୁ ୱେଷ୍ଟଇଣ୍ଡିଜରୁ, ଅଷ୍ଟ୍ରେଲିଆରୁ ବାଂଲାଦେଶ, ସବୁଠି ଦେଖିବାକୁ ମିଳୁଛି । ପୁଷ୍ପାର ଅନୋଖା ଷ୍ଟାଇଲ ମନୋରଞ୍ଜନ ଦୁନିଆକୁ ବି ଲାଗିଛି ପୁଷ୍ପା ସିରିୟସ୍ ଫିଭର । ଏମିତିକି ପୁଷ୍ପା କ୍ରେଜରୁ ବାଦ୍ ପଡ଼ିନି ପଲିଟିକ୍ସ । ଏପଟେ ସାଧାରଣ ଜୀବନ କଥା ଆଦୌ ନକହିବା ଭଲ । କାରଣ ଏ ଫିଲ୍ମର ହିଟ୍ ନମ୍ବରକ ପ୍ରଭାବ ଯେ କେତେ, ତାକୁ ସୋସିଆଲ ମିଡିଆରେ ଆକଳନ କରିବା ମୁସ୍‌କିଲ ।

 

ମୂଳ ତେଲୁଗୁ ହେଲେ ବି ଫିଲ୍ମ ପୁଷ୍ପା ଦେଶର କୋଣ ଅନୁକୋଣ ଯାଏଁ ଆବାଳ ବୃଦ୍ଧ ବନିତାଙ୍କୁ ମନକୁ ଛୁଇଁଛି । ଏମିତିକି ଏ ଫିଲ୍ମର ଷ୍ଟୋରୀକୁ ଅନେକ ନିଜ ରିଅଲ ରାଇଫରେ ଉତାରି ଅଡୁଆରେ ପଡ଼ିଲେଣି । ସେମିତି ଜଣେ ହେଲେ ମହାରାଷ୍ଟ୍ର ପୋଲିସ ହାବୁଡ଼ରେ ପଡ଼ିଥିବା କର୍ଣ୍ଣାଟକର ଏ ଟ୍ରକ୍ ଡ୍ରାଇଭର । ଫିଲ୍ମର କାହାଣୀ ଭଳି ସେ ବି ରକ୍ତ ଚନ୍ଦନ କାଠକୁ ପରିବା ଟ୍ରକ୍ ଭିତରେ ଲୁଚାଇ ନେବା ବେଳେ ଗିରଫ ହେବାରୁ ପୋଲିସକୁ ‘ମେଁ ଝୁକେଗା ନାହିଁ’ ବୋଲି କହିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଢେର୍ ଚର୍ଚ୍ଚା ।

ଏପଟେ ପୁଷ୍ପାକୁ ନେଇ ଓଡ଼ିଶାରେ ବି କ୍ରେଜ୍ କିଛି କମ୍ ନୁହେଁ । ଗଲା କିଛି ଦିନ ତଳେ ହେଲମେଟ୍ ପିନ୍ଧିବା ଉପରେ ସଚେତନତା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ନିଜ ଟ୍ୱିଟର ହାଣ୍ଡେଲରେ ପୁଷ୍ପାର ଏ ଫଟୋ ଓ ଡାଇଲଗ୍‌ର ସାହାରା ନେଇଥିବାର ଦେଖିବାକୁ ମିଳିଥିଲା ।

ଲୋକଙ୍କ ସାଧାରଣ ଜୀବନରେ ବି ଆଗରୁ ବି ଅନେକ ଫିଲ୍ମର ଗୀତ, ଆକ୍ସନ ଓ ସେଲିବ୍ରିଟିଙ୍କ ଡାଇଲଗ୍‌ର ପ୍ରଭାବ ଦେଖିବାକୁ ମିଳିଛି, ହେଲେ ଦକ୍ଷିଣୀ ଫିଲ୍ମ ପୁଷ୍ପାର କ୍ରେଜ୍ ଯେମିତି ସାରା ବିଶ୍ୱକୁ ପବନ ବେଗରେ ବ୍ୟାପିଛି ।