Advertisment

Pushpa 2 collection day 10: ଜଙ୍ଗଲି ନିଆଁ ପରି ବ୍ୟାପୁଛି ‘ପୁଷ୍ପା ୨’ର ରୋଜଗାର; ଦଶମ ଦିନରେ ବି ଏତେ କୋଟି!

ଅଲ୍ଲୁ ଅର୍ଜୁନଙ୍କ ସ୍କ୍ରିନିଂରେ ହୋଇଥିବା ଦଳାଦଳିରେ ଜଣେ ମହିଲାଙ୍କ ମୃତ୍ୟୁ ମାମଲାରେ ଅଭିନେତା ଗିରଫ ହେବା ପରେ ମଧ୍ୟ ‘ପୁଷ୍ପା ୨’ର ରୋଜଗାରରେ କୌଣସି ପ୍ରଭାବ ପଡି ନାହିଁ। ବକ୍ସ ଅଫିସ୍ ରୋଜଗାର ଦିନକୁ ଦିନ ଜଙ୍ଗଲି ନିଆଁ ପରି ବ୍ୟାପୁଛି।

ଅଦ୍ୟତନ ହୋଇଛି
pushpa 2 jumps on 2nd weekend as crosses 1190 cr worldwide gross

pushpa 2 jumps on 2nd weekend as crosses 1190 cr worldwide gross

Advertisment

‘ପୁଷ୍ପା ୨’ର ବକ୍ସ ଅଫିସ୍ ରୋଜଗାର ଦିନକୁ ଦିନ ଜଙ୍ଗଲି ନିଆଁ ପରି ବ୍ୟାପୁଛି। ପ୍ରଥମ ସପ୍ତାହ ଶେଷରେ ଏହି ଫିଲ୍ମ ଜବରଦସ୍ତ ରୋଜଗାର କରିଥିବାବେଳେ ଏହାର ସଫଳତା ମଧ୍ୟ ଏହି ସପ୍ତାହରେ ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ଅଲ୍ଲୁ ଅର୍ଜୁନଙ୍କ ସ୍କ୍ରିନିଂରେ ହୋଇଥିବା ଦଳଦଳିରେ ଜଣେ ମହିଲାଙ୍କ ମୃତ୍ୟୁ ମାମଲାରେ ଅଭିନେତା ଗିରଫ ହେବା ପରେ ମଧ୍ୟ ‘ପୁଷ୍ପା ୨’ର ରୋଜଗାରରେ କୌଣସି ପ୍ରଭାବ ପଡି ନ ଥିଲା।

Advertisment

ଶନିବାର ସକାଳେ ଅଲ୍ଲୁ ଅର୍ଜୁନଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଥିଲା। ଏହା ପରେ, ଫିଲ୍ମର ରୋଜଗାର ଦ୍ୱିଗୁଣିତ ହେବାରେ ଲାଗିଛି। ଦ୍ୱିତୀୟ ସପ୍ତାହର ଶେଷ ଅର୍ଥାତ୍ ଶନିବାର ୧୦ମ ଦିନର ରୋଜଗାରକୁ ଦେଖି ଏହା ଅନୁମାନ କରାଯାଇପାରେ।

Advertisment


ଅଧିକ ପଢ଼ନ୍ତୁ: ବିଳମ୍ବରେ ପହଞ୍ଚିଲା ଜାମିନ୍‌ ଅର୍ଡର, ରାତି ସାରା ଜେଲ୍‌ରେ ରହିଲେ ଅଲ୍ଲୁ !

ଦ୍ୱିତୀୟ ସପ୍ତାହ ଶେଷରେ ରୋଜଗାର:

ବକ୍ସ ଅଫିସ୍ ଟ୍ରାକର୍ ସାକ୍‌ନିଲ୍କର ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ, ଶନିବାର ଦିନ ଅର୍ଥାତ୍ ଦଶମ ଦିନରେ ଫିଲ୍ମ ୬୨.୩ କୋଟି ଟଙ୍କା ଆୟ କରିଛି, ଯାହା ପରେ ଭାରତରେ ଏହି ସଂଖ୍ୟା ୮୨୪.୫ କୋଟି ଟଙ୍କା ହୋଇଛି।

Advertisment

ଏଥିରେ ଫିଲ୍ମ ତେଲୁଗୁରେ ୨୬୨.୬ କୋଟି, ହିନ୍ଦୀରେ ୪୯୮.୧ କୋଟି, ତାମିଲରେ ୪୪.୯ କୋଟି, କନ୍ନଡରେ ୫.୯୫ କୋଟି ଏବଂ ମାଲାୟାଲମରେ ୧୨.୯୫ କୋଟି ଟଙ୍କା ଆୟ କରିଛି। ବିଶ୍ୱବ୍ୟାପୀ ଏହି ସଂଖ୍ୟା ୧୧୯୦ କୋଟିରେ ପହଞ୍ଚିଛି।


୯ ଦିନରେ ରୋଜଗାର:

ଯଦି ଆମେ ରିଲିଜ୍ ହେବାର ୯ ଦିନର ରୋଜଗାରକୁ ଦେଖିବା ତେବେ, ‘ପୁଷ୍ପା ୨’ ପ୍ରଥମ ଦିନରେ ୧୭୪.୨୫ କୋଟି ଟଙ୍କାରେ ଖାତା ଖୋଲିଥିଲା। ଏହି ଚଳଚ୍ଚିତ୍ରଟି ଦ୍ୱିତୀୟ ଦିନରେ ୯୩.୮ କୋଟି ଟଙ୍କା ସଂଗ୍ରହ କରିଥିଲା। ତୃତୀୟ ଦିନରେ ଫିଲ୍ମ ୧୧୯.୨୫ କୋଟି ଟଙ୍କା ରୋଜଗାର କରିଥିଲା।​ ଚତୁର୍ଥ ଦିନରେ ରୋଜଗାର ୧୪୧.୦୫ କୋଟିରେ ପହଞ୍ଚିଥିଲା।

ସେହିପରି ପଞ୍ଚମ ଦିନରେ ରୋଜଗାର ୬୪.୪୫ କୋଟି ଟଙ୍କା ଥିଲା। ଏହି ଚଳଚ୍ଚିତ୍ରଟି ଷଷ୍ଠ ଦିନରେ ୫୧.୫୫ କୋଟି ଟଙ୍କା ଆୟ କରିଥିଲା। ଏହାପରେ ସପ୍ତମ ଦିନରେ ଫିଲ୍ମ ୪୩.୩୫ କୋଟି ଟଙ୍କା ରୋଜଗାର କରିଥିଲା। ଅଷ୍ଟମ ଦିନରେ ଫିଲ୍ମର ୩୭.୪୫ କୋଟିରେ ରୋଜଗାର କରିଥିବା ବେଳେ ନବମ ଦିନରେ ୩୬.୪ କୋଟି ଟଙ୍କା ରୋଜଗାର କରିଥିଲା।


ଅଧିକ ପଢ଼ନ୍ତୁ: ବେଲ୍‌ ମିଳିବା ପରେ ବି କାହିଁକି ଜେଲ୍‌ରେ ରାତି କାଟିଲେ ଅଲ୍ଲୁ ?

'ପୁଷ୍ପା ୨' ତୃତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର:

'ପୁଷ୍ପା ୨' Jr NTR ଏବଂ ରାମ ଚରଣଙ୍କ ଚଳଚ୍ଚିତ୍ର 'RRR' ର ଲାଇଫ୍‌ଟାଇମ୍ ରୋଜଗାରକୁ ପରାସ୍ତ କରିଛି। ୨୦୨୨ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ଭାରତରେ ମୋଟ ୭୮୨.୨ କୋଟି ଟଙ୍କା ଆୟ କରିଥିଲା।

ଯେତେବେଳେ କି ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ମାତ୍ର ୧୦ ଦିନ ମଧ୍ୟରେ ଏହି ସଂଖ୍ୟା ଅତିକ୍ରମ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ 'ପୁଷ୍ପା ୨' ଭାରତର ତୃତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ରରେ ପରିଣତ ହୋଇଛି। ଏହାର ପରବର୍ତ୍ତୀ ଲକ୍ଷ୍ୟ ହେଉଛି KGF 2 ଯାହାର ମୋଟ ରୋଜଗାର ହେଉଛି ୮୫୯.୭ କୋଟି ଟଙ୍କା। ତେବେ ରବିବାରର ରୋଜଗାର ମିଶିଗଲେ ଏହି ସଂଖ୍ୟା ପାର ହୋଇଯିବ ବୋଲି ଅନୁମାନ କରାଯାଏ।

'ପୁଷ୍ପା ୨' ବିଶ୍ୱ ବକ୍ସ ଅଫିସରେ ମଧ୍ୟ ହିଟ୍:

ବିଶ୍ୱବ୍ୟାପୀ 'ପୁଷ୍ପା ୨' ମଧ୍ୟ ବହୁତ ଭଲ ରୋଜଗାର କରୁଛି। ଦଶମ ଦିନରେ ଏହାର ରୋଜଗାର ୧୧୯୦ କୋଟି ଟଙ୍କା ହୋଇଥିବା ବେଳେ ମାତ୍ର ୯ ଦିନ ମଧ୍ୟରେ ଏହି ଚଳଚ୍ଚିତ୍ର ବିଶ୍ୱବ୍ୟାପୀ ବକ୍ସ ଅଫିସରେ ୧୧୦୫.୮୫ କୋଟି ଟଙ୍କା ରୋଜଗାର କରିଥିଲା।

ଭାରତରେ ଏହି ଫିଲ୍ମ 'RRR' କୁ ପରାସ୍ତ କରିଦେଇଥିବା ବେଳେ ବେର୍ତ୍ତମାନ ବିଶ୍ୱବ୍ୟାପୀ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ଏହି ଗ୍ରାଫ୍ ଅତିକ୍ରମ କରିବା ଠାରୁ ସାମାନ୍ୟ ଦୂରରେ ଅଛି। 'RRR' ସାରା ବିଶ୍ୱରେ ୧୨୩୦ କୋଟି ଟଙ୍କା ବ୍ୟବସାୟ କରିଥିଲା।

ଅଧିକ ପଢ଼ନ୍ତୁ: ରିଲ୍ ନୁହେଁ ରିଅଲ୍‌ରେ ବନ୍ଧା ହେଲେ ‘ପୁଷ୍ପାରାଜ୍’; ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

Allu Arjun Rashmika Mandanna Pushpa South Indian Films Box Office Collection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ