/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679921241.jpg)
Ollywood Producer Arrested
ଓଲିଉଡ୍ ପିଛା ଛାଡ଼ୁନି ବିବାଦ । ଗୋଟିଏ ବିବାଦ ନସରୁଣୁ ପୁଣି ଗୋଟିଏ ବିବାଦ ଓଲିଉଡ୍ରେ ଦେଖାଦେଉଛି । ପୂର୍ବରୁ କାଷ୍ଟିଂ କାଉଚ ପରି ସଙ୍ଗୀନ ଅଭିଯୋଗ ଆସିଥିବା ବେଳେ ପରବର୍ତ୍ତୀ ସମୟ ଅନେକ ପ୍ରସଙ୍ଗକୁ ନେଇ ଅଭିନେତା ଓ ପ୍ରଯୋଜକ ବିବାଦରେ ଛନ୍ଦି ହୋଇଛନ୍ତି ।
Advertisment
ଆଉ ବର୍ତ୍ତମାନ ଓଲିଉଡରେ ପୁଣି ଥରେ ବିବାଦ ଦେଖାଦେଇଛି । ଘର ବିକ୍ରି କରିବା ନାଁରେ ଜଣେ ଫିଲ୍ମ ପ୍ରଡ୍ୟୁସର ଗିରଫ ହୋଇଛନ୍ତି । ୭୫ ଲକ୍ଷ୍ୟ ଟଙ୍କା ଠକେଇ ମାମଲାରେ ଫିଲ୍ମ ପ୍ରଡ୍ୟୁସର ଅଜିତାଭ୍ ମଲ୍ଲିକଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ ।
୪ ବର୍ଷ ହେବ ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଘର ଦେବେ କହି ଫିଲ୍ମ ପ୍ରଡ୍ୟୁସର ଜଣଙ୍କ ଭୂଆଁ ବୁଲାଇ ଆସୁଥିଲେ ବୋଲି ଅଭିଯୋଗ କରିଛନ୍ତି । ଶେଷରେ ଏ ନେଇ ସେ ଖଣ୍ଡଗିରି ଥାନାରେ ଏତଲା ଦେବା ପରେ ପୋଲିସ ଫିଲ୍ମ ପ୍ରଡ୍ୟୁସର ଜଣଙ୍କୁ ଗିରଫ କରିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)