Advertisment

ଆଦିପୁରୁଷ ଫିଲ୍ମ ପାଇଁ ମାଗଣାରେ ମିଳିବ ୧୦ ହଜାର ଟିକେଟ୍‌

ବାହୁବଳୀ ଫେମ୍‌ ପ୍ରଭାସ ଓ କ୍ରିତି ସାନନଙ୍କ ପରି ବଡ଼ ଷ୍ଟାରକାଷ୍ଟଙ୍କୁ ନେଇ ହୋଇଥିବା ବିଗ୍‌ ବଜେଟ ଫିଲ୍ମ ‘ଆଦିପୁରୁଷ’ ଆସନ୍ତା ୧୬ ତାରିଖରେ ସିନେମା ହଲ୍‌ରେ ରିଲିଜ ହେବ।

ଅଦ୍ୟତନ ହୋଇଛି
Abhishek Agarwal will donate 10 thousand  adipurush film tickets

Abhishek Agarwal will donate 10 thousand adipurush film tickets

Advertisment

ଆଦିପୁରୁଷ ଫିଲ୍ମ ଦେଖିବା ପାଇଁ ମାଗଣାରେ ଦିଆଯିବ ୧୦ ହଜାର ଟିକେଟ୍‌। ଜୁନ୍‌ ୧୬ରେ ବଡ଼ ପରଦାରେ ଆସୁଛି ହାଇବଜେଟ୍‌ ପୌରାଣିକ ଫିଲ୍ମ ଆଦିପୁରଷ। ଓମ୍‌ ରାଉତ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଭୁ ଶ୍ରୀରାମ ଭୂମିକାରେ ନଜରରେ ଆସିବେ ପ୍ରଭାସ। ଏହି ଫିଲ୍ମରେ ଅତ୍ୟାଧୁନିକ VFX ବ୍ୟବହାର କରାଯାଇଥିବାରୁ ଦର୍ଶକଙ୍କ ଭିତରେ ଉତ୍କଣ୍ଠା ଦେଖାଦେଇଛି।

Advertisment

ଇତି ମଧ୍ୟରେ କାଶ୍ମିର ଫାଇଲ୍ସ ଓ କାର୍ତ୍ତିକେୟ ୨ର ପ୍ରଯୋଜକ ଅଭିଶେକ ଅଗ୍ରୱାଲ ବଡ଼ ଘୋଷଣା କରିଛନ୍ତି। ପ୍ରଭୁ ରାମଙ୍କ ଉଦ୍ଦେଶ୍ୟରେ ସେ ଆଦିପୁରୁଷ ଫିଲ୍ମ ପାଇଁ ୧୦ ହଜାର ଟିକେଟ୍‌ କିଣି ଦାନ କରିବେ। ସେ ତେଲେଙ୍ଗାନାର ବିଭିନ୍ନ ସରକାରୀ ସ୍କୁଲ, ଅନାଥ ଆଶ୍ରମ, ଜରାଶ୍ରମକୁ ମାଗଣାରେ ଟିକେଟ୍‌ ଦେବେ। ଗୁଗଲ୍‌ ଫର୍ମ ଲିଙ୍କ୍‌ ଜରିଆରେ ଟିକେଟ୍‌ ଦିଆଯିବ, ଯେଉଁଠି ଲୋକ ସହଜରେ ଆଣିପାରିବେ।

ଜୁନ୍‌ ୭ରେ ପ୍ରଯୋଜକ ଅଭିଶେକ ଅଗ୍ରୱାଲ ୧୦ ହଜାର ଆଦିପୁରୁଷ ଫିଲ୍ମ ଟିକେଟ୍‌ ଦେବାକୁ ଘୋଷଣା କରିଥିଲେ। ଏନେଇ ସେ ଟ୍ୱିଟରରେ ଲେଖିଛନ୍ତି ଯେ ଆଦିପୁରୁଷ ପରି ଫିଲ୍ମ ଜୀବନରେ ଥରେ ଆସେ, ଯାହାକୁ ଆମେ ଦେଖି ସମସ୍ତେ ସେଲିବ୍ରେଟ୍‌ କରିବା କଥା।  ମୋର ଶ୍ରୀରାମଙ୍କ ପ୍ରତି ପ୍ରଗାଢ ଭକ୍ତି ଓ ବିଶ୍ୱାସ ରହିଛି। ସେଥିପାଇଁ ମୁଁ ୧୦ ହଜାରରୁ ଉର୍ଦ୍ଧ୍ୱ ଟିକେଟ୍‌ ତେଲେଙ୍ଗନାର ସରକାରୀ ସ୍କୁଲ, ଅନାଥ ଆଶ୍ରମ ଓ ଜରାଶ୍ରମରେ ମାଗଣା ଟିକେଟ୍‌ ଦେବାକୁ ନିଷ୍ପତ୍ତି ନେଇଛି।

Advertisment

ସୁପରଷ୍ଟାର ଓ ‘ବାହୁବଳୀ’ ଫେମ୍‌ ପ୍ରଭାସ ଓ କ୍ରିତି ସାନନଙ୍କ ପରି ବଡ଼ ଷ୍ଟାରକାଷ୍ଟଙ୍କୁ ନେଇ ହୋଇଥିବା ବିଗ୍‌ ବଜେଟ ଫିଲ୍ମ ‘ଆଦିପୁରୁଷ’ ଆସନ୍ତା ୧୬ ତାରିଖରେ ସିନେମା ହଲ୍‌ରେ ରିଲିଜ ହେବ । ହେଲେ ଏବେଠୁ ଏହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ ବଢ଼ିବାରେ ଲାଗିଲାଣି। ପ୍ରଭାସଙ୍କୁ ବଡ଼ ପରଦାରେ ଦେଖିବାକୁ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଲାଣି।

Advertisment

କିଛି ଦିନ ତଳେ ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମକୁ ନେଇ ଏକ ବଡ଼ ଘୋଷଣା କରିଛି ପ୍ରଡକସନ୍‌ ଟିମ୍‌ । ପ୍ରତି ସିନେମା ହଲର ଗୋଟିଏ ସିଟ୍‌ର ଟିକେଟ ବିକ୍ରି ହେବନି। ଏହି ସିଟ୍‌ ପ୍ରଭୁ ହନୁମାନଙ୍କ ପାଇଁ ସମର୍ପିତ ରହିବ । ରାମଭକ୍ତଙ୍କର ପ୍ରଭୁ ହନୁମାନଙ୍କ ଉପରେ ପ୍ରବଳ ଆସ୍ଥା ଥିବାରୁ ସେମାନଙ୍କ ଆସ୍ଥାକୁ ସମ୍ମାନ ଜଣାଇ ଏପରି ନିଷ୍ପତ୍ତି ନିଆଯାଇଛି।

Prabhas Adipurush Adipurush Teaser
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ