Advertisment

ଋଷ୍‌ ଏବଂ ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରିୟଙ୍କା

ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ମଧ୍ୟ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଏହି ସମୟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ହୋଇଥିବା ଯୁଦ୍ଧକୁ ଭୟଙ୍କର ବୋଲି ବର୍ଣ୍ଣନା କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Priyanka Chopra requests help for Ukraine amid Russian war

Priyanka Chopra requests help for Ukraine amid Russian war

ମୁମ୍ବାଇ: ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଶନିବାର ରାଜଧାନୀ କୀଭ୍ ସମେତ ୟୁକ୍ରେନ୍‌ର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସହରରେ ବିସ୍ଫୋରଣ ଘଟିଛି। ଗତ ତିନି ଦିନ ମଧ୍ୟରେ ଋଷ୍‌ର ସେନା ସବୁ ଦିଗରୁ ୟୁକ୍ରେନ୍‌ ଉପରେ ଆକ୍ରମଣ କରି ସେମାନଙ୍କ ସେନାବାହିନୀକୁ ପଛକୁ ହଟିବାକୁ ବାଧ୍ୟ କରିଛି। ଜେଲେନସ୍କିଙ୍କୁ ଆମେରିକା ତରଫରୁ ୟୁକ୍ରେନ୍‌ ଛାଡିବାକୁ ପ୍ରସ୍ତାବ ମିଳିଥିଲା। କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

Advertisment

ଦେଶ ତଥା ବିଦେଶର ସମସ୍ତ ଲୋକ ଚାହୁଁଛନ୍ତି ଯେ ଏହି ଯୁଦ୍ଧ ଯଥାଶୀଘ୍ର ବନ୍ଦ ହୋଇଯାଉ। ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ମଧ୍ୟ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି।

ଏହି ସମୟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ହୋଇଥିବା ଯୁଦ୍ଧକୁ ଭୟଙ୍କର ବୋଲି ବର୍ଣ୍ଣନା କରିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରି ସେ ଲେଖିଛନ୍ତି, “ଏହି ଯୁଦ୍ଧ ଜୋନ୍‌ରେ ନିରୀହ ଲୋକମାନେ ମଧ୍ୟ ବାସ କରୁଛନ୍ତି। ସେମାନେ ତୁମ ଏବଂ ମୋ ଭଳି ଅଟନ୍ତି। ଆଧୁନିକ ଦୁନିଆରେ ବି କିପରି ଏଭଳି ଏକ ଭୟଙ୍କର ପରିସ୍ଥିତି ଉପୁଜିପାରେ ତାହା ଅନ୍ୟନ୍ତ ଚିନ୍ତାଜନକ।”

Advertisment

ସମସ୍ତ ବଲିଉଡ୍‌ ତାରକା ଏବଂ ପ୍ରଶଂସକମାନେ ପ୍ରିୟଙ୍କାଙ୍କ ଏହି ପୋଷ୍ଟ ଉପରେ ମନ୍ତବ୍ୟ ଦେଉଛନ୍ତି। ବିପାଶା ବସୁ ଲେଖିଛନ୍ତି ଯେ ହୃଦୟକୁ ଆଘାତ ଲାଗିଛି। ସେହିପରି ଇଟାଲୀ ଅଭିନେତା ପ୍ରିୟଙ୍କାଙ୍କୁ ଏହି ପୋଷ୍ଟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏଥି ସହିତ ଲୋକମାନେ ମଧ୍ୟ ଏହା ଉପରେ ନିଜର ମତାମତ ଦେଉଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ଏହାକୁ ବନ୍ଦ କରିବା ପାଇଁ ସମଗ୍ର ବିଶ୍ୱକୁ ଏକାଠି ହେବାକୁ ପଡ଼ିବ।

ଏହି ସମୟରେ, ଅନ୍ୟ ଜଣେ “ବିଶ୍ୱ ଶାନ୍ତି ଚାହୁଁଛି, ଯୁଦ୍ଧ ନୁହେଁ” ବୋଲି ଲେଖିଛନ୍ତି। ଏଥି ସହିତ, ୟୁକ୍ରେନ୍‌ରେ ଫସି ରହିଥିବା କିଛି ଭାରତୀୟ ଏହି ପୋଷ୍ଟ୍‌ରେ ମନ୍ତବ୍ୟ ଦେଇ ସାହାଯ୍ୟ ମାଗିଛନ୍ତି। ସେମାନେ କହିଛନ୍ତି ଯେ ଆମର ବାର୍ତ୍ତା ଭାରତୀୟ ଦୂତାବାସକୁ ପଠାଯିବା ଉଚିତ। ଏକ ରିପୋର୍ଟ ଅନୁଯାୟୀ, ୟୁକ୍ରେନ୍‌ରେ ପ୍ରାୟ ୨୦ ହଜାର ଭାରତୀୟ ଛାତ୍ର ଫସି ରହିଛନ୍ତି।

Bollywood
Advertisment
Advertisment