Advertisment

ହଇଚଇ କଲା ପ୍ରିୟଙ୍କାଙ୍କ ପିଙ୍କ୍ ବୋଲ୍ଡ ଗାଉନ୍

'ଦେଶୀ ଗାର୍ଲ' ପ୍ରିୟଙ୍କା ଚୋପ୍ରା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବୋଲ୍ଡ ଗାଉନ୍‌ରେ ସମସ୍ତଙ୍କ ମନ କିଣିଛନ୍ତି। ପ୍ରିୟଙ୍କା ତାଙ୍କ ସୁନ୍ଦର ଚେହେରା ସହିତ ସବୁଠାରୁ ହଟେଷ୍ଟ ରଙ୍ଗ 'ଗୋଲାପୀ' କୁ ଆଦରି ନେଇଛନ୍ତି। ତାଙ୍କ ଫଟୋ ଓ ଭିଡିଓ ଦେଖି ଆପଣଙ୍କ୍ ଦିଲ୍ ବି ଖୁସ୍ ହେଇଯିବ।

ଅଦ୍ୟତନ ହୋଇଛି
Priyanka Chopra

Priyanka Chopra looks gorgeous in pink outfit

Advertisment

ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କ ଚଳଚ୍ଚିତ୍ର ଏବଂ ଫ୍ୟାଶନ୍ ସେନ୍ସ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ବଲିଉଡ୍‌ ଠାରୁ ଆରମ୍ଭ କରି ହଲିଉଡ୍ ପର୍ଯ୍ୟନ୍ତ ଚଳଚ୍ଚିତ୍ରରେ ଏହି ଅଭିନେତ୍ରୀ ନିଜର ଚକମା ଦେଖେଇଛନ୍ତି। ନିକଟରେ ତାଙ୍କୁ ରେଡ୍‌ ସି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଦେଖିବାକୁ ମିଳିଥିଲା। ଏହା ପରେ ଅଭିନେତ୍ରୀ ଦୁବାଇର ବୁଲ୍‌ଗାରୀ କାର୍ଯ୍ୟକ୍ରମରେ ଯୋଗ ନେଇ ହଇଚଇ ସୃଷ୍ଟି କରିଛନ୍ତି। ସୋସିଆଲ୍ ମିଡିଆ ରେ ସେ ଏହା ଫଟୋ ଓ ଭିଡିଓ ଶେୟାର କରି ସମସ୍ତଙ୍କ ହୋସ୍ ଉଡେଇ ଦେଇଛନ୍ତି।

Advertisment

ପ୍ରିୟଙ୍କାଙ୍କ ଏହି ବୋଲ୍ଡ ଗାଉନ୍ ଲୁକ୍ ଏବେ ଚର୍ଚ୍ଚାରେ ରହିଛି। ସେ ତାଙ୍କର ଏହି ଛବିଗୁଡିକ ସୋସିଆଲ ମିଡିଆରେ ଶେୟାର କରିଥିବା ବେଳେ ସେ ଖୁବ ଆକର୍ଷଣୀୟ ଲାଗୁଛନ୍ତି ଆଉ ଏହାକୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି।

Advertisment

ସୋସିଆଲ ମିଡିଆରେ ପ୍ରିୟଙ୍କା ଚୋପ୍ରା ଜୋନାସ୍ ବହୁତ ସକ୍ରିୟ ଥାଆନ୍ତି। ନିକଟରେ ପ୍ରିୟଙ୍କା ଦୁବାଇରେ ଏକ ବଡ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ, ସେ ଏକ ଗାଢ ଗୋଲାପୀ ରଙ୍ଗର ଗାଉନ୍‌ରେ ଦେଖାଯିବା ସହିତ ବେକରେ ଏକ ମେଚିଂ ହାର ପିନ୍ଧିଛନ୍ତି। ଅଭିନେତ୍ରୀ ଗୋଲାପୀ ଗାଉନରେ ଏତେ ସୁନ୍ଦର ଦେଖାଯାଉଥିଲେ ଯେ ସେ ଏହି କାର୍ଯ୍ୟକ୍ରମରେ ଆକର୍ଷଣର କେନ୍ଦ୍ର ପାଲଟିଥିଲେ। ବାସ୍ତବରେ ପ୍ରିୟଙ୍କା ଦୁବାଇରେ ଏକ ବ୍ରାଣ୍ଡ୍‌ର ଆମ୍ବାସଡର ଭାବରେ ଯୋଗ ଦେଇଥିଲେ।

ଅଧିକ ପଢ଼ନ୍ତୁ: ନିକ୍‌ଙ୍କୁ ବାହା ହେବା ପୂର୍ବରୁ ହରମାନ ବାୱେଜାଙ୍କୁ ପ୍ରେମ କରୁଥିଲେ ପ୍ରିୟଙ୍କା; କାହିଁକି ହେଲା ବିଚ୍ଛେଦ

Advertisment

ଦୁବାଇରେ ଏକ ଅଳଙ୍କାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସୁନ୍ଦର କାର୍ଯ୍ୟକ୍ରମରେ ପ୍ରିୟଙ୍କା ଗୋଲାପୀ ରଙ୍ଗର ଗାଉନ୍ ସହିତ ଏକ ଭିନ୍ନ ହେୟାର ଷ୍ଟାଇଲ୍ ମଧ୍ୟ କରିଥିଲେ, ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଥିଲେ। ପ୍ରିୟଙ୍କା ଦୁବାଇର ଏହି ଚମତ୍କାର କାର୍ଯ୍ୟକ୍ରମର ଫଟୋ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଥିଲେ।

ପ୍ରିୟଙ୍କାଙ୍କ ଏହି ପୋଷ୍ଟରେ ପ୍ରଶଂସକମାନଙ୍କ ପ୍ରତିକ୍ରିୟାର ସୁଅ ଦେଖାଦେଇଛି। ଲୋକମାନେ ପ୍ରିୟଙ୍କାଙ୍କ ଲୁକ୍‌କୁ ବହୁତ ଖୁବ୍ ପସନ୍ଦ କରିଛନ୍ତି। ଏହି ଫଟୋରେ ତାଙ୍କ ସ୍ୱାମୀ ନିକ୍‌ ଜୋନସ୍‌ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ପ୍ରିୟଙ୍କାଙ୍କ ଫଟୋ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ ତାଙ୍କୁ 'ହଟ୍ଟି' ବୋଲି କହିଛନ୍ତି। ଆଉ ଜଣେ ତାଙ୍କୁ “ବୁଲ୍‌ଗାରିର ବାର୍ବି ଡଲ୍ ବୋଲି କହିଛନ୍ତି।”

Priyanka Chopra Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ