Advertisment

‘ପୃଥ୍ୱୀରାଜ’ର ଟିଜର ରିଲିଜ୍: ସଂଗ୍ରାମର କାହାଣୀ କହିବ ଫିଲ୍ମ

ରିଲିଜ୍ ହୋଇଛି ଅକ୍ଷୟ କୁମାରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ପୃଥ୍ୱୀରାଜ’ର ଟିଜର୍। ବୀର ପୃଥ୍ୱୀରାଜଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ। ଏଥିରେ ଦର୍ଶକେ ପ୍ରେମ ସହିତ ସଂଗ୍ରାମର ଝଲଜ ଦେଖିବାକୁ ପାଇବେ।

author-image
Pramod Behera
ଅଦ୍ୟତନ ହୋଇଛି
Prithviraj teaser out, Akshay Kumar-Manushi Chhillar first film

Prithviraj teaser out, Akshay Kumar-Manushi Chhillar first film

ଅକ୍ଷୟ କୁମାର ଓ ମାନୁଷୀ ଛିଲ୍ଲର ଅଭିନୀତ ‘ପୃଥ୍ୱୀରାଜ’ର ଟିଜର ସାମ୍ନାକୁ ଆସିଯାଇଛି। ଫିଲ୍ମର ଏହି ଟିଜର ବହୁର ଭଲ ହୋଇଥିବା ଦେଖାଯାଏ। ପୃଥ୍ୱୀରାଜଙ୍କ ଭୂମିକାରେ ଅକ୍ଷୟ କୁମାର ପୂରା ବୀର ରାଜା ଭଳି ଦେଖାଯାଉଛନ୍ତି। ତାଙ୍କୁ ହିନ୍ଦୁସ୍ତାନର ସିଂହ ବୋଲି କୁହାଯାଉଛି। ସେହିପରି ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର ମଧ୍ୟ ନିଜର ସୌନ୍ଦର୍ଯ୍ୟ ଓ ରାଣୀ ସୟୋଙ୍ଗିତ ଭୂମିକାରେ ପ୍ରଭାବଶାଳୀ ଦେଖାଯାଉଛନ୍ତି। ଅକ୍ଷୟ କୁମାରଙ୍କ ସଂଳାପ ଯିଏ ଶୁଣୁଛି ସିଏ ରୋମାଞ୍ଚିତ ହୋଇଉଠୁଛି। ତାଙ୍କର ପ୍ରତିଟି ଡାଏଲଗ୍‌ ହୃଦୟକୁ ଛୁଉଁଛି। ରାଣୀ ଭୂମିକାରେ ମାନୁଷୀ ଖୁବ୍ ସୁନ୍ଦର ଲାଗୁଥିବା ବେଳେ ତାଙ୍କ ଗହଣା ଓ ଆଭୂଷଣ ଖୁବ୍ ଚମକୁଛି।

Advertisment

‘ପୃଥ୍ୱୀରାଜ’ର ଏହି ଟିଜର ୧ ମିନିଟ୍ ୨୨ ସେକେଣ୍ଡର ହୋଇଥିବା ବେଳେ ଆରମ୍ଭରେ ଏକ ଯୁଦ୍ଧର ଦୃଶ୍ୟ ଦେଖାଯାଉଛି। ଏଥିରେ ହଜାର ହଜାର ଲୋକର ସେନା ଲଢୁଥିବା ନଜର ଆସୁଛି। ଆକାଶ ମାର୍ଗରେ ତୀର ବର୍ଷା ଦେଖାଯାଉଛି। ଏହା ପରେ ଯୁଦ୍ଧରେ ଅକ୍ଷୟ କୁମାରଙ୍କ ବୀରତ୍ୱର ଚିତ୍କାର ଶୁଣାଯାଉଛି। ସେ ଏହି ଯୁଦ୍ଧକୁ ଲଢୁଥିବା ନଜର ଆସୁଛନ୍ତି। ବିଶ୍ୱାସ, ଧୋକା, ମାତୃଭୂମି ପାଇଁ ବଳିଦାନ, ସଂଘର୍ଷ, ଯୁଗ ଯୁଗର ଅମର ପ୍ରେମ କାହାଣୀ ଏହି ଫିଲ୍ମରେ ଦର୍ଶକେ ଦେଖିବାକୁ ପାଇବେ।

ଏଥିରେ ଦିଆଯାଇଥିବା ବ୍ୟାକ୍‌ଗ୍ରାଉଣ୍ଡ୍ ମ୍ୟୁଜିକ୍ ଯିଏ ଶୁଣିବ ସିଏ ପ୍ରଶଂସା କରିବ। ଏହି ଫିଲ୍ମର ଟିଜରରେ ସଞ୍ଜୟ ଦତ୍ତଙ୍କର ମଧ୍ୟ ଭୟଙ୍କର ରୂପ ଦେଖିବାକୁ ମିଳେ। ସଞ୍ଜୟ ଏଥିରେ ମହମ୍ମଦ ଘୋରୀ ଭୂମିକାରେ ନଜର ଆସୁଛନ୍ତି। ସେ ହିଁ ହେଉଛନ୍ତି ଏହି ଫିଲ୍ମର ମୁଖ୍ୟ ଖଳନାୟକ।

Advertisment

‘ପୃଥ୍ୱୀରାଜ’ର ଏହି ଟିଜରରେ ସୋନୁ ସୁଦ ମଧ୍ୟ ଜଣେ ଭିନ୍ନ ଭୂମିକାରେ ନଜର ଆସୁଛନ୍ତି। ସେ ଲେଖକ ଚାନ୍ଦ ଦରବାଇ ଭାବେ ନଜର ଆସିବେ। ଚାନ୍ଦ ଦରବାଇଙ୍କ ରଚନା ଆଧାର କରି ଏହି ଫିଲ୍ମ ପ୍ରସ୍ତୁତ ହୋଇଛି। ଏହା ପରେ ଫିଲ୍ମର ମୁଖ୍ୟ ନାୟିକା ମାନୁଷୀ ଛିଲ୍ଲରଙ୍କ ଝଲକ ଦେଖାଯାଉଛି। ସେ ଏଥିରେ ମହାରାଣୀ ଭୂମିକା ନିଭାଉଛନ୍ତି। ତାଙ୍କୁ ଶତାଧିକ ମହିଳା ଘେରି ରହିଥିବା ବେଳେ ସେ କୌଣସି ସମାରୋହରେ ପ୍ରସ୍ତୁତିରେ ଥିବା ନଜର ଆସୁଛନ୍ତି। ସେ ମହାରାଣୀ ବେଶ ଧାରଣ କରିଥିବା ବେଳେ ଅନେକ ଅଳଙ୍କାର ଧାରଣ କରିଥିବା ଦେଖାଯାଆନ୍ତି।

‘ପୃଥ୍ୱୀରାଜ’ର ପିକ୍ଚରାଇଜେସନ ଚମତ୍କାର ହୋଇଥିବା ବେଳେ ଏହାର ସେଟ୍ ବହୁତ ସୁନ୍ଦର ଲାଗୁଛି। ତେବେ ଏହି ଟିଜରର ଶେଷରେ ଅକ୍ଷୟ କୁମାର ହର୍ ହର୍ ମହାଦେବ ନାରା ଦେଉଥିବା ନଜର ଆସୁଛନ୍ତି। ଶେଷରେ ସେ କହୁଛନ୍ତି ଯେ “ଧର୍ମ ପାଇଁ ବଞ୍ଚିଛି, ଧର୍ମ ପାଇଁ ମରିବି।”

‘ପୃଥ୍ୱୀରାଜ’କୁ ଡା. ଚନ୍ଦ୍ର ପ୍ରକାଶ ଦ୍ୱିବେଦୀ ନିର୍ଦ୍ଦେଶନା ଦେଇଥିବା ବେଳେ ମାନୁଷୀ ଏଥିରେ ଡେବ୍ୟୁ କରୁଛନ୍ତି। ଫିଲ୍ମର୍ ସେଟ୍ ଦେଖିଲେ ଜଣାଯାଉଛି ଯେ ଏହାର ନିର୍ମାତା ନିଶ୍ଚିତ ସୁଅ ଭଳି ଟଙ୍କା ଖର୍ଚ୍ଚ କରିଥିବେ। ଏନେଇ ଏହା ବକ୍ସ ଅଫିସ୍‌ରେ ଭଲ ଚାଲିବ ବୋଲି ନିର୍ମାତା ଆଶା କରିଛନ୍ତି। ଫିଲ୍ମରେ ୨୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାଯାଇଛି। ଏହାର ଟିଜର ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି କରିଛି। ୟୁଟ୍ୟୁବ୍‌ରେ ଆସୁ ଆସୁ ଏହାକୁ ୩୪ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।

୨୦୧୯ ନଭେମ୍ବରରେ ଦୀପାବଳୀ ଅବସରରେ ନିର୍ମାତା ଏହି ଫିଲ୍ମ ବିଷୟରେ ସୂଚନା ଦେଇଥିଲେ। ଏହାକୁ ଚଳିତ ବର୍ଷ ନଭେମ୍ବର ୫ରେ ରିଲିଜ୍ କରିବାର ଥିଲା। କିନ୍ତୁ କରୋନା କାରଣରୁ ଏହାର ରିଲିଜ୍ ତାରିଖକୁ ଘୁଞ୍ଚା ଯାଇଥିଲା। ଫିଲ୍ମର ଟ୍ରେଲର ଆସନ୍ତା ସପ୍ତାହରେ ଆସିବାକୁ ଥିବା ବେଳେ ୨୦୨୨ ଜାନୁଆରୀ ୨୧ରେ ଏହା ବଡ ପରଦାକୁ ଆସିବାର ଯୋଜନା ରହିଛି।

Bollywood Prithviraj Teaser Out
Advertisment
Advertisment