Advertisment

‘ବଚ୍ଚନ ପାଣ୍ଡେ’କୁ ପଛରେ ପକେଇଲା ‘ରାଧେ ଶ୍ୟାମ’

ମାର୍ଚ୍ଚରେ ରିଲିଜ୍ ହେବ ଅନେକ ଫିଲ୍ମ ଓ ୱେବ୍ ସିରିଜ୍। ତେବେ ଦର୍ଶକଙ୍କ ଟପ୍ ଅପେକ୍ଷାରେ ଅଛି ରାଧେ ଶ୍ୟାମ୍, ବଚ୍ଚନ ପାଣ୍ଡେ ଓ ରୁଦ୍ର। ସବୁଠାରୁ ଅଧିକ ଉତ୍ସାହ ଥିବା ଫିଲ୍ମ ବିଷୟରେ ଜାଣିବା ପାଇଁ ପଢନ୍ତୁ…

author-image
Pramod Behera
Prabha’s Radhe Shyam beat Akshay Kumar’s Bachchan Pandey

Prabha’s Radhe Shyam beat Akshay Kumar’s Bachchan Pandey

ନୂଆଦିଲ୍ଲୀ: ଫେବୃଆରୀରେ ପ୍ରେକ୍ଷାଳୟରେ ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗଙ୍ଗୁବାଇ କାଠିଆୱାଡି’ ମୁକ୍ତିଲାଭ କରିଥିଲା। ଏହା ସହିତ ଦକ୍ଷିଣ ଭାରତର ଅନେକ ଚଳଚ୍ଚିତ୍ର ମଧ୍ୟ ପରଦାକୁ ଆସିଥିଲା। କିନ୍ତୁ ବର୍ତ୍ତମାନ ଏହା ମାର୍ଚ୍ଚର ପାଳି, ଏବଂ ଅନେକ ଚଳଚ୍ଚିତ୍ରର ଲମ୍ବା ଧାଡି ଲାଗିଛି। ମାର୍ଚ୍ଚରେ ଅନେକ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ରିଲିଜ୍ ହେବାକୁ ଯାଉଛି। ଯେଉଁଥିରେ ଅକ୍ଷୟ କୁମାର, ପ୍ରଭାସ ଏବଂ ଅଜୟ ଦେବଗାନଙ୍କ ପରି ଆଗଧାଡିର ଷ୍ଟାର୍‌ ନଜର ଆସିବେ।

Advertisment

ବର୍ତ୍ତମାନ ଆଇଏମ୍‌ଡିବି ଏକ ତାଲିକା ପ୍ରକାଶ କରିଛି ଯାହା ପ୍ରଶଂସକଙ୍କ ପେଜ୍ ଭ୍ୟୁ ଆଧାରରେ ପ୍ରସ୍ତୁତ ହୋଇଛି। ଏହି ତଥ୍ୟ ଫେବୃଆରୀ ୨୩ ପର୍ଯ୍ୟନ୍ତ। ତେବେ ପ୍ରଶଂସକମାନେ ଯେଉଁସବୁ ଫିଲ୍ମକୁ ନେଇ ଅଧିକ ଉତ୍ସାହର ସହ ଅପେକ୍ଷା କରିଛନ୍ତି ସେ ବିଷୟରେ କୁହାଯାଇଛି।

ମାର୍ଚ୍ଚରେ ରିଲିଜ୍ ହେବାକୁ ଥିବା ଆଗଧାଡିର ୩ଟି ଫିଲ୍ମ ଓ ୱେବ୍ ସିରିଜ୍;

୧. ରାଧେ ଶ୍ୟାମ - ଏହା ୧୯୭୦ ଦଶକରେ ୟୁରୋପରେ ଘଟିଥିବା ଏକ ରୋମାଣ୍ଟିକ୍ ଡ୍ରାମା ଫିଲ୍ମକୁ ନେଇ ଆଧାରିତ।

Advertisment

ନିର୍ଦ୍ଦେଶକ- କେ. କେ. ରାଧାକୃଷ୍ଣ କୁମାର

ଅଭିନେତା- ପ୍ରଭାସ, ପୂଜା ହେଗ୍‌ଡେ ଏବଂ ଭାଗାଶ୍ରୀ

ରିଲିଜ୍ - ମାର୍ଚ୍ଚ ୧୧

୨. ବଚ୍ଚନ ପାଣ୍ଡେ- ଗ୍ୟାଙ୍ଗଷ୍ଟର ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ ଜଣେ ନିର୍ଦ୍ଦେଶକ ବଚ୍ଚନ ପାଣ୍ଡେଙ୍କୁ ଭେଟିଛନ୍ତି ଏବଂ ଏହା ପରେ ଆରମ୍ଭ ହେଉଛି କମାଲ୍-ଧମାଲ-ଡ୍ରାମା।

ନିର୍ଦ୍ଦେଶକ- ଫରହାଦ୍ ସାମଜୀ

ଅଭିନେତା- ଅକ୍ଷୟ କୁମାର, କ୍ରିତି ସାନନ୍, ଅର୍ଶଦ ୱାର୍‌ସି, ପଙ୍କଜ ତ୍ରିପାଠୀ

ରିଲିଜ୍ - ମାର୍ଚ୍ଚ ୧୮

୩. ରୁଦ୍ର - ଏହି କାହାଣୀ ସୁପର୍‌ କପ୍‌ ରୁଦ୍ର ଭୀର ସିଂଙ୍କ ଉପରେ ଆଧାରିତ, ଯିଏ ମୁମ୍ବାଇରେ ଘଟୁଥିବା ରହସ୍ୟମୟ ଅପରାଧକୁ ରହସ୍ୟରେ ସମାଧାନ କରନ୍ତି।

ନିର୍ଦ୍ଦେଶକ- ରାଜେସ୍ ମପୁସ୍କର

ଅଭିନେତା- ଅଜୟ ଦେବଗନ୍, ରାଶି ଖାନ୍ନା, ଅତୁଲ କୁଲକର୍ଣ୍ଣି, ଏଶା ଦେଓଲ୍

ରିଲିଜ୍ - ମାର୍ଚ୍ଚ ୪

ପ୍ଲାଟ୍‌ଫର୍ମ- ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍

ତେବେ ଏ ସବୁ ଭିତରେ ଦର୍ଶକମାନେ ‘ରାଧେ ଶ୍ୟାମ’ ନେଇ ଅଧିକ ଉତ୍ସାହର ସହ ଅପେକ୍ଷା କରିଥିବା ଜଣାଯାଇଛି। ସେହି ଧାରା ଦର୍ଶକଙ୍କ ମଧ୍ୟ ଦ୍ୱିତୀୟ ଉତ୍ସାହରେ ‘ବଚ୍ଚନ ପାଣ୍ଡେ’ ରହିଥିବା ବେଳେ ତୃତୀୟ ସ୍ଥାନରେ ରୁଦ୍ର ରହିଛି।

Bollywood
Advertisment
Advertisment