• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଫିଲ୍ମ ଆଜିର ହେଉ ବା ୯୦ ଦଶକର ପ୍ରାୟ ବଲିଉଡ୍‌ ଫିଲ୍ମ ରୋମାନ୍ସ ଓ ଆକ୍ସନରେ ଭରପୂର ଥାଏ। ଏଭଳି ଫିଲ୍ମ ସହଜରେ ଦର୍ଶକଙ୍କ ପ୍ରଶଂସା ପାଉଥିବା ଦେଖାଯାଏ। ପ୍ରାୟ ଫିଲ୍ମରେ ହିରୋଙ୍କ ଆକ୍ସନ୍ ଦୃଶ୍ୟ ଦେଖିବାକୁ ମିଳେ। ଏହା ସହିତ ହିରୋ-ହିରୋଇନ୍‌ଙ୍କ ରୋମାନ୍ସ ମଧ୍ୟ ଦେଖିବାକୁ ମିଳେ।

କିନ୍ତୁ ସେଥିମଧ୍ୟରୁ ଅନେକ ବଲିଉଡ୍‌ ଫିଲ୍ମ ଅଛି ଯେଉଁଗୁଡିକ ବିଭିନ୍ନ ଧର୍ମ ଉପରେ ଆଧାର କରି ନିର୍ମିତ ହୋଇଛି। ଏହିସବୁ ଫିଲ୍ମଗୁଡିକ ଭଗବାନଙ୍କ ଉପରେ ବିଶ୍ୱାସ ଓ ଆସ୍ଥାକୁ ଦେଖେଇଥାଏ। ଆଜି ହେଉଛି ମହାଶିବରାତ୍ରୀ। ଭାରତବର୍ଷ ଶିବଙ୍କ ଭକ୍ତିରେ ଉତ୍ସାହିତ। ଏହି ଅବସରରେ, ଆମେ ଆପଣଙ୍କୁ ସେହି ବଲିଉଡ୍‌ ଚଳଚ୍ଚିତ୍ର ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଭଗବାନ ଶିବଙ୍କ ମହିମାକୁ ଲୋକଙ୍କ ସାମ୍ନାରେ ରଖିଛି।

ଶିବାୟ:

ଅଜୟ ଦେବଗନଙ୍କ ଚଳଚ୍ଚିତ୍ର 'ଶିବାୟ'କୁ ପ୍ରାୟ ଶିବଭକ୍ତ ଦେଖିଥିବେ। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍ ପର୍ବତାରୋହୀଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କ ଚରିତ୍ରର ନାମ ଶିବାୟ ରଖାଯାଇଥିଲା। ଚଳଚ୍ଚିତ୍ରଟି୨୦୧୬ରେ ମୁକ୍ତିଲାଭ କରିଥିଲା।

କେଦାରନାଥ:

ଚଳଚ୍ଚିତ୍ର ‘କେଦାରନାଥ’ ଭଗବାନ ଶିବଙ୍କ ଗୌରବ ଉପରେ ଆଧାରିତ। ଏଥିରେ କେଦାରନାଥରେ ହୋଇଥିବା ଦୁଃଖଦ ଘଟଣାକୁ ଉଲ୍ଲେଖ କରାଯାଇଛି। ଏହି ଚଳଚ୍ଚିତ୍ରରେ ସୁଶାନ୍ତ ସିଂ ରାଜପୁତଙ୍କ ବିପକ୍ଷରେ ସାରା ଅଲି ଖାନଙ୍କୁ ଦେଖିବାକୁ ମିଳିଥିଲା। ଏହା ସାରାଙ୍କ ଡେବ୍ୟୁ ଚଳଚ୍ଚିତ୍ର ଥିଲା ଏବଂ ସେ ତାଙ୍କୁ ଏହି ଚଳଚ୍ଚିତ୍ର ପାଇଁ ଖୁବ ପ୍ରଶଂସା କରାଯାଇଥିଲା। ଏହି ଚଳଚ୍ଚିତ୍ରର 'ନମୋ ନମୋ' ଗୀତ ଭଗବାନ ଶିବଙ୍କ ସହ ସମସ୍ତଙ୍କୁ ଯୋଡିବାରେ ସଫଳ ହୋଇଥିଲା।

ବାହୁବଳୀ:

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରହିଟ୍ ଫିଲ୍ମ 'ବାହୁବଳୀ'ର ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ। ଏହି ଫିଲ୍ମରେ ଅଭିନେତା ପ୍ରଭାସଙ୍କର ଏକ ଦୃଶ୍ୟ ଅଛି, ଯେଉଁଥିରେ ସେ ଶିବଲିଙ୍ଗକୁ କାନ୍ଧରେ ଉଠାଇ ଏକ ଝରଣା ତଳେ ରଖିଛନ୍ତି। ଏହି ଦୃଶ୍ୟ ଦର୍ଶକଙ୍କ ହୃଦୟ ଆନ୍ଦୋଳିତ କରିଦେଇଥିଲା। ଏହା ବ୍ୟତୀତ ଏହି ଚଳଚ୍ଚିତ୍ରର ଗୀତ ‘କୌନ ହୈ ୱୋ କୌନ ହୈ' ଆଜି ମଧ୍ୟ ଦର୍ଶକଙ୍କ ପ୍ରିୟ ହୋଇ ରହିଛି।

ସାଟେଲାଇଟ୍ ଶଙ୍କର:

ଭଗବାନ ଶିବଙ୍କ ପ୍ରତି ବିଶ୍ୱାସ ଏବଂ ଭକ୍ତି ଆଦିତ୍ୟ ପାଞ୍ଚୋଲିଙ୍କ ଚଳଚ୍ଚିତ୍ର 'ସାଟେଲାଇଟ୍ ଶଙ୍କର'ରେ ମଧ୍ୟ ଦେଖାଦେଇଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ କେବଳ ଆତ୍ମା ​​ଓ ପରମାତ୍ମାଙ୍କ ମିଳନକୁ ଦର୍ଶାଯାଇଛି। ‌ଏହି ଫିଲ୍ମ ମାଧ୍ୟମରେ ଆଦିତ୍ୟ ପାଞ୍ଚୋଲି ବଲିଉଡ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ବ୍ରହ୍ମାସ୍ତ୍ର:

ଏହି ତାଲିକାରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' ମଧ୍ୟ ଅନ୍ତର୍ଭୁକ୍ତ। ଯଦିଓ ଫିଲ୍ମ ଏପର୍ଯ୍ୟନ୍ତ ରିଲିଜ୍ ହୋଇ ନାହିଁ, ଏହି ଚଳଚ୍ଚିତ୍ରରେ ରଣବୀର କପୁରଙ୍କ ଚରିତ୍ରର ନାମ ଶିବ ହୋଇଛି ଓ ତାଙ୍କ ପାଖରେ କିଛି ବିଶେଷ ଶକ୍ତି ରହିଛି। ଏହି ଶକ୍ତିଗୁଡ଼ିକୁ ଭଗବାନ ଶିବଙ୍କ ସହ ମିଳିତ ଭାବରେ ଦେଖାଯାଉଛି।