Advertisment

Jatra Actor Piyush Controversy: ମଞ୍ଚକୁ ଫେରିବାକୁ ପୀୟୂଷ ରାଜି, କ’ଣ ନିଷ୍ପତ୍ତି ନେବ ମାଲିକ ସଂଘ ?

ମାଲିକ ସଂଘକୁ ସମ୍ମାନ ଦେବା କଳାକାରଙ୍କ ଦାୟିତ୍ବ । ଦର୍ଶକଙ୍କ ଭଲ ପାଇବା ରହିଲେ ନିଶ୍ଚିତ ଯାତ୍ରାକୁ ଫେରିବି । ଏଥି ସହ ସିଂହବାହିନୀରୁ ନେଇଥିବା ଟଙ୍କା ଓ ଗାଡ଼ି ନଫେରାଇବା ପ୍ରସଙ୍ଗରେ ପୀୟୂଷ କହିଛନ୍ତି, ୨୦୨୬ରୁ ୨୦୩୦ ପର୍ଯ୍ୟନ୍ତ ମୁଁ ସିଂହବାହିନୀରେ ରହିବି ।

ଅଦ୍ୟତନ ହୋଇଛି
ଯାତ୍ରା କଳି

ଯାତ୍ରା କଳି

Advertisment

ଯାତ୍ରା କରିବାକୁ ପୀୟୂଷ ରାଜି । କି ନିଷ୍ପତ୍ତି ନେବ ମାଲିକ ସଂଘ ? ମଞ୍ଚକୁ ଫେରିବେ, ନା ହେବେ ବର୍ଷକ ପାଇଁ ବିଦା ? ବିବାଦ ଛିଡ଼ୁନି, କଳହ ବି କମୁନି । ଯାତ୍ରାମଞ୍ଚରେ ଏବେ ଖୁବ୍‌ ଡିମାଣ୍ଡ ଜଲିଉଡ୍‌ ଅଭିନେତା ପୀୟୂଷ ତ୍ରିପାଠୀ । ଦରମାର ଯେମିତି, ପରଫମାନ୍ସ ବି ସେମିତି । ୨୦୨୪-୨୦୨୫ ଶେଷ ନାଟକ ସରିବା ପରେ ଗୋଟଏ ବର୍ଷ ପାଇଁ ଯାତ୍ରାରୁ ବିଦାୟ ନେବାବେଳେ କାନ୍ଦିଥିଲେ ସାଥି କଳାକାର ।

Advertisment

ଆଉ ତା’ ପରେ ମାଲିକ-ମାଲିକଙ୍କ ମଧ୍ୟରେ ପୀୟୂଷଙ୍କ ପାଇଁ ଆରମ୍ଭ ହୋଇଥିଲା କଥା କଟାକଟି । ଆଉ ଏବେ ପୁଣି ସେହି ପ୍ରସଙ୍ଗକୁ ନେଇ ପ୍ରେସମିଟ୍‌ କରିଛନ୍ତି ପୀୟୂଷ । ଏବଂ ସବୁ ରାଗ ଅଭିମାନକୁ ଦୂରରେ ରଖି ‘ମୁଁ’ ଶବ୍ଦ ଛାଡ଼ି ‘ଆମେ’ ହେବାକୁ ସମସ୍ତ ଯାତ୍ରା ମାଲିକ ଓ କଳାକାରଙ୍କୁ ସେ ଅପିଲ୍‌ କରିଛନ୍ତି ।

ଓଡ଼ିଶା ଯାତ୍ରାର ଅମିତାଭ୍‌ ବଚ୍ଚନ କି ପୀୟୂଷ ତ୍ରିପାଠୀ ? ପୀୟୂଷଙ୍କ ପାଇଁ ମାଲିକ-ମାଲିକ କଥା କଟାକଟି । ଖୋଜୁଛି ମଞ୍ଚ, ଝୁରୁଛନ୍ତି ସାଥୀ କଳାକାର । ଦର୍ଶକଙ୍କୁ ବି ଲୋଡ଼ା ପୀୟୂଷଙ୍କ ନିଚ୍ଛକ ଅଭିନୟ । ଯାତ୍ରା ମଞ୍ଚ ଛାଡ଼ି ସାରିଥିଲେ ମଧ୍ୟ ବିବାଦ ନଥମିବାରୁ ଗଣମାଧ୍ୟମ ଆଗକୁ ଆସିଛନ୍ତି ଅଭିନେତା ପୀୟୂଷ ତ୍ରିପାଠୀ । ଯାତ୍ରାପାର୍ଟି ସୂର୍ଯ୍ୟ ମନ୍ଦିର ଓ ସିଂହବାହିନୀ ବିବାଦ ନେଇ ମତ ରଖି କହିଛନ୍ତି, ମୁଁ ଶବ୍ଦଟିକୁ ଛାଡ଼ି ଦେଲେ ସବୁ ବିବାଦ ସମାଧାନ ହୋଇଯିବ ବୋଲି ସେ କହିଛନ୍ତି ।

Advertisment

ମାଲିକ ସଂଘକୁ ସମ୍ମାନ ଦେବା କଳାକାରଙ୍କ ଦାୟିତ୍ବ । ଦର୍ଶକଙ୍କ ଭଲ ପାଇବା ରହିଲେ ନିଶ୍ଚିତ ଯାତ୍ରାକୁ ଫେରିବି । ଏଥି ସହ ସିଂହବାହିନୀରୁ ନେଇଥିବା ଟଙ୍କା ଓ ଗାଡ଼ି ନଫେରାଇବା ପ୍ରସଙ୍ଗରେ ପୀୟୂଷ କହିଛନ୍ତି, ୨୦୨୬ରୁ ୨୦୩୦ ପର୍ଯ୍ୟନ୍ତ ମୁଁ ସିଂହବାହିନୀରେ ରହିବି ।

ସୂଚନାଯୋଗ୍ୟଯେ, ଦୀର୍ଘଦିନ ଧରି ଯାତ୍ରା କଳି ଲାଗିରହିଥିବା ବେଳେ ଏହା ଯାତ୍ରାର ଭବିଷ୍ୟତ ନେଇ ଆଦୌ ଶୁଭଙ୍କର ନୁହେଁ ଏବଂ ଏହା ଦ୍ୱାରା କଳାକାର ହିଁ ବେଶି କ୍ଷତି ସହିବେ ବୋଲି ବୁଦ୍ଧିଜୀବୀ ମତ ଦେଉଛନ୍ତି। 

Advertisment

ତେବେ ଯାତ୍ରାକୁ ଫେରିବା ନେଇ ପୀୟୂଷ ଗଣମାଧ୍ୟମ ଆଗରେ ସ୍ପଷ୍ଟ ମତ ରଖିଥିଲେ ମଧ୍ୟ ଏନେଇ ଯାତ୍ରା ମାଲିକ ସଂଘ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହିଁ । ଆଗକୁ ଏହି ଯାତ୍ରା କଳହ କେଉଁ ମୋଡ଼ ନେଉଚି ତା’ ଦେଖିବାକୁ ବାକି ।

Jatra Party Jollywood Jollywood Updates Actor Piyush Tripathy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ