Advertisment

Jatra Star Piyush Tripathi Issues: ପୀୟୂଷଙ୍କୁ ନେଇ ଜଲିଉଡରେ ପୁଣି ହଇଚଇ; ସିଂହବାହିନୀ ଆଖଡ଼ାକୁ ଯାଇ ନିଆଁରେ ଢାଳିଲେ ଘିଅ...

ଆଗ ଚିଠି ଲେଖି ମାଲିକ ସଂଘକୁ ଧମକ ଦେଲେ...ତା ପରେ ବିଶ୍ରାମରେ ଥାଇ ବି ଆଖଡ଼ା ମଞ୍ଚରେ ଚଢ଼ିଲେ...ଯାହା କହିଥିଲେ ତାହା ହିଁ କଲେ ପୀୟୂଷ ତ୍ରିପାଠୀ।

Jatra Star Piyush Tripathi Issues Public Challenge

Jatra Star Piyush Tripathi Issues Public Challenge

Advertisment

ମାଲିକ ସଂଘକୁ ଧମକ ପୂର୍ଣ୍ଣ ଚିଠି ଦେଲେ ପୀୟୂଷ ତ୍ରିପାଠୀ...ଯାତ୍ରାରେ ମାଲିକ କଳାକାର ବିବାଦ ପୁଣି ଥରେ ତେଜିଲା। ମାଲିକ ସଂଘକୁ ପୀୟୂଷ ଲେଖିଥିବା ଚିଠି ଓଟିଭି ହାତରେ ଲାଗିଛି। ଯାତ୍ରା କଳାକାର ପୀୟୂଷ ଓଡ଼ିଶା ଯାତ୍ରା ମାଲିକ ସଂଘକୁ ଏକ ଧମକ ପୂର୍ଣ୍ଣ ଚିଠି ଲେଖିଛନ୍ତି । ଏବେ ବିଚାର କର ନହେଲେ ନିଜ ପସନ୍ଦର ମଞ୍ଚ ବାଛିବେ ବୋଲି ସିଧା ସିଧା ଲେଖିଛନ୍ତି । ଅନ୍ୟ କଳାକାର ଦୁଇ ଦୁଇ ଟି ମାଲିକଙ୍କ ଠାରୁ ଟଙ୍କା ନେଇ ପାର୍ଟିରେ କାମ କରୁଛନ୍ତି କିନ୍ତୁ ପୀୟୂଷଙ୍କ କ୍ଷେତ୍ରରେ ଅବିଚାର କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପୀୟୂଷ । 

Advertisment

ଆଗ ଚିଠି ଲେଖି ମାଲିକ ସଂଘକୁ ଧମକ ଦେଲେ...ତା ପରେ ବିଶ୍ରାମରେ ଥାଇ ବି ଆଖଡ଼ା ମଞ୍ଚରେ ଚଢ଼ିଲେ...ଯାହା କହିଥିଲେ ତାହା ହିଁ କଲେ ପୀୟୂଷ ତ୍ରିପାଠୀ। ବାଲେଶ୍ବର ବାଲିଆପାଳରେ ସିଂହବାହିନୀର ଆଖଡ଼ାଶାଳ। ଗତକାଲି ଭୋଳାଶଙ୍କର ନାଟକର ଫାଇନାଲ୍ ରିହର୍ସାଲ ବେଳେ ମଞ୍ଚରେ ଚଢ଼ିଥିଲେ ପୀୟୂଷ। ଦମଦାର ଡାଇଲଗ୍ ମାରିବା ସହ, କହିଥିଲେ ମୋତେ ସିଂହବାହିନୀରେ ଦେଖିବାକୁ ପାଇବେ। 

ଅଧିକ ପଢନ୍ତୁ: ଧମାଲ ମଚାଇଲା ବିଗ୍ ବଜେଟ୍ ଫିଲ୍ମ 'ରାମାୟଣ' ଟିଜର୍

ତେବେ ଇଏ କେବଳ ଦର୍ଶକଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଥିଲା? ନା ଥିଲା ଯାତ୍ରା ମାଲିକ ସଂଘକୁ ପୀୟୂଷଙ୍କ ଖୋଲା ଚାଲେଞ୍ଜ୍ ? କାରଣ ଓଟିଭି ହାତରେ ଲାଗିଛି ମାଲିକ ସଂଘକୁ ପୀୟୂଷ ଲେଖିଥିବା ଚିଠି।...ଖୋଲାଖୋଲି ଲେଖିଛନ୍ତି, ୨୦୨୬-୨୭ରେ ମୁଁ କେଉଁ ଯାତ୍ରାପାର୍ଟିକୁ ଯିବି ସେ ନିଷ୍ପତ୍ତି ଯଦି ମାଲିକ ସଂଘ ନେବ, ତେବେ ମୋର ୨୦୨୫-୨୬ରେ ଘରେ ରହିବା ନିଷ୍ପତ୍ତି ବଦଳିଯିବ। କାରଣ ଯଦି ବିବାଦ ଆଜି ଛିଡ଼ୁନି, ବର୍ଷେ ପରେ କେମିତି ଛିଣ୍ଡିବ। କେବଳ ଏତିକି ନୁହେଁ, ଯାତ୍ରା ମାଲିକ ସଂଘକୁ ୭ ଦିନର ମହଲତ ଦେଇ ଲେଖିଛନ୍ତି, ଯଦି ୭ ଦିନ ଭିତରେ ସଂଘ ମୋତେ ତା ନିଷ୍ପତ୍ତି ନଜଣାଏ, ତେବେ ମୁଁ ମୋ ଇଚ୍ଛାରେ ମୋତେ ଭଲ ଲାଗୁଥିବା କୌଣସି ଏକ ଯାତ୍ରାପାର୍ଟିରେ ଯୋଗ ଦେବି। ସୂଚନା ଯୋଗ୍ୟ ଯେ, ଦୁଇଟି ପାର୍ଟିରୁ ଅଗ୍ରୀମ ନେଇ ବିବାଦରେ ଫସିବା ପୂର୍ବରୁ ଭୋଳା ଶଙ୍କର ନାଟକରେ ପୀୟୂଷଙ୍କୁ ନେଇ ପ୍ରୋଜେକ୍ଟ କରିଥିଲେ ସିଂହ ବାହିନୀ ଯାତ୍ରା ପାର୍ଟି ମାଲିକ ସଞ୍ଜୀବ ପାଢ଼ୀ। କିନ୍ତୁ ବିବାଦ ଭିତରେ ଭୋଳା ଶଙ୍କର ରିହର୍ସାଲ ସରିଗଲା। ସିଂହ ବାହିନୀର ଦ୍ୱିତୀୟ ନାଟକ ଯାଯାବରରେ ପୀୟୂଷ ଅଭିନୟ କରିବେ ବୋଲି ଯୋଜନା ଚାଲିଛି। ପୀୟୂଷ ସିଂହ ବାହିନୀ ସହ ଅଛନ୍ତି, କେବେ ମଞ୍ଚ ଚଢ଼ିବେ ତାହା ସମୟ କହିବ ସଞ୍ଜୀବ କହିଛନ୍ତି।

Advertisment

ବିବାଦରେ ଛନ୍ଦିହେବା ପରେ ବର୍ଷକ ପାଇଁ ବିଶ୍ରାମ ନେଇଥିବା ପୀୟୂଷ ତ୍ରିପାଠୀ ପ୍ରାୟ ୨ ସପ୍ତାହ ତଳେ ଘୋଷଣା କରିଥିଲେ ଯେ, ୨୦୨୬-୨୭ ବର୍ଷରୁ ପରବର୍ତ୍ତୀ ୫ ବର୍ଷ ପାଇଁ ସେ ଯାତ୍ରା ସିଂହବାହିନୀରେ ରହିବେ। ହେଲେ ସପ୍ତାହେ ତଳେ ଏଥିରେ କେଁ ପୂରାଇଥିଲା ଯାତ୍ରା ମାଲିକ ସଂଘ। ୨୦୨୬-୨୭ରେ ପୀୟୂଷ କୁଆଡ଼େ ଯିବେ, କେଉଁ ଯାତ୍ରାପାର୍ଟିରେ ଯୋଗ ଦେବେ, ତାହା ମାଲିକ ସଂଘ ଆଲୋଚନା କରି ନିଷ୍ପତ୍ତି ନେବ ବୋଲି ଚଣ୍ଡୀଖୋଲରେ ବୈଠକ ପରେ କହିଥିଲେ ସଂଘ ସଭାପତି ଭରତ ଭୂଷଣ ଦେଓ। ତାପରେ ଏହି ଚିଠି ଲେଖିଛନ୍ତି ପୀୟୂଷ।

ଏଥିସହ ନାଁ ନନେଇ ସୂର୍ଯ୍ୟମନ୍ଦିର ପାର୍ଟି ମାଲିକ ପ୍ରମୋଦ ସ୍ବାଇଁ, ଆର୍ଟିଷ୍ଟ୍ ଦଂପତି କାହ୍ନା ଓ ଟିକି ଏବଂ ଅଭିନେତ୍ରୀ ନମିତା ଭୂୟାଁ ପ୍ରମୁଖଙ୍କୁ ବି ଟାର୍ଗେଟ୍ କରିଛନ୍ତି । ଲେଖିଛନ୍ତି, ୨୦୨୫-୨୬ରେ ଅନେକ କଳାକାର ଗୋଟିଏ ପାର୍ଟିରୁ ଟଙ୍କା ନେଇ ଅନ୍ୟ ପାର୍ଟିକୁ ଯାଇଛନ୍ତି, ମାଲିକ ସଂଘର ନିଷ୍ପତ୍ତି ନମାନି ଏବେବି କାମ କରୁଛନ୍ତି। ହେଲେ ମୋ ପ୍ରତି ଏମିତି ବିଚାର କାହିଁକି ବୋଲି ପଚାରିବାକୁ ଚାହିଁଛନ୍ତି ପୀୟୂଷ। ଏବେ ଅପେକ୍ଷା ପୀୟୂଷଙ୍କ ଚିଠିର କେବେ ଓ କେଉଁଭଳି ଜବାବ ଦେଉଛି ଯାତ୍ରା ମାଲିକ ସଂଘ ।

Advertisment
Jatra Party Jatra Artist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ