Advertisment

ଅସଫଳ ବୈବାହିକ ଜୀବନ: ତୃତୀୟ ପତ୍ନୀଙ୍କୁ ବି ଛାଡପତ୍ର ଦେବେ ପୱନ କଲ୍ୟାଣ!

ସାଉଥ୍‌ ସୁପରଷ୍ଟାର୍‌ ପୱନ କଲ୍ୟାଣଙ୍କ ବ୍ୟକ୍ତିଗତ ଜୀବନରେ ପୁଣି ଅଶାନ୍ତି। ଅଭିନେତାଙ୍କ ତୃତୀୟ ବିବାହ ମଧ୍ୟ ଭାଙ୍ଗିବାକୁ ଯାଉଛି! ପୱନ କଲ୍ୟାଣ ୨୦୧୩ ମସିହାରେ ଅନ୍ନା ଲେଝନେଭାଙ୍କୁ ବିବାହ କରିଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Pawan kalian Divorce

Pawan kalian divorce rumoured to have parted ways from his third wife

ସାଉଥ୍‌ ସୁପରଷ୍ଟାର୍‌ ପୱନ କଲ୍ୟାଣଙ୍କ ବ୍ୟକ୍ତିଗତ ଜୀବନରେ ଅଶାନ୍ତି ଦେଖାଦେଇଛି। ଖବର ଆସୁଛି ଯେ ବର୍ତ୍ତମାନ ଅଭିନେତାଙ୍କ ତୃତୀୟ ବିବାହ ମଧ୍ୟ ଭାଙ୍ଗିବାକୁ ଯାଉଛି। ପୱନ କଲ୍ୟାଣ ୨୦୧୩ ମସିହାରେ ଅନ୍ନା ଲେଝନେଭାଙ୍କୁ ବିବାହ କରିଥିଲେ। କିନ୍ତୁ, ବର୍ତ୍ତମାନ କୁହାଯାଉଛି ଯେ ଏହି ଦୁଇଜଣଙ୍କ ମଧ୍ୟରେ ଦୂରତା ଦେଖାଦେଇଛି ଏବଂ ଉଭୟ ନିଜ ଦାମ୍ପତ୍ୟ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ପୱନ କଲ୍ୟାଣଙ୍କ ବୃତ୍ତିଗତ ଜୀବନ ଅତ୍ୟନ୍ତ ଚମତ୍କାର ହେଲେ ମଧ୍ୟ ତାଙ୍କର ବ୍ୟକ୍ତିଗତ ଜୀବନ ଅନେକ ଉତ୍ଥାନ-ପତନ ଦେଇ ଗତି କରିଛି। ପୱନଙ୍କ ଶେଷ ଦୁଇ ବିବାହ ମଧ୍ୟ ବିଫଳ ହୋଇଥିଲା ଏବଂ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ତାଙ୍କର ତୃତୀୟ ବିବାହ ମଧ୍ୟ ସମସ୍ୟାରେ ପଡିଛି। ପୱନ କଲ୍ୟାଣ ତାଙ୍କର ୧୦ ବର୍ଷର ବୈବାହିକ ଜୀବନକୁ ଶେଷ କରି ଅନ୍ନାଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି। ପୱନ କଲ୍ୟାଣଙ୍କ ପ୍ରଥମ ବୈବାହିକ ଜୀବନ ୧୧ ବର୍ଷ ପର୍ଯ୍ୟନ୍ତ ତିଷ୍ଠିଥିଲା ବେଳେ ଦ୍ୱିତୀୟ ବିବାହ ମାତ୍ର ତିନି ବର୍ଷ ଧରି ଚାଲିଥିଲା।

ଅଧିକ ପଢ଼ନ୍ତୁ: ୨୦ ବର୍ଷ ହେଇଗଲା ପୂଜା ଭଟ୍ଟଙ୍କ ବିବାହ, ହେଇପାରିଲେ ନାହିଁ ମା’; କହିଲେ ଦୁଃଖ

Advertisment

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ତାରକାମାନଙ୍କ ମଧ୍ୟରେ ପୱନ କଲ୍ୟାଣ ଅନ୍ୟତମ। ସେ ହେଉଛନ୍ତି ରାମ ଚରଣଙ୍କ ଦାଦା ଅର୍ଥାତ ସାଉଥ୍ ମେଗାଷ୍ଟାର ଚିରଞ୍ଜୀବୀଙ୍କ ସାନ ଭାଇ। ଫିଲ୍ମରେ ଦମଦାର ଭୂମିକାରେ ଲୋକଙ୍କ ହୃଦୟରେ ରାଜ କରୁଥିବା ପୱନଙ୍କ ତୃତୀୟ ଛାଡପତ୍ର ଖବର ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ ତାଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।

ପୱନଙ୍କ ତୃତୀୟ ପତ୍ନୀ ଅନ୍ନା ଲେଝନେଭା ଜଣେ ଋଷୀୟ ମଡେଲ ଥିଲେ ଏବଂ ଦ୍ୱିତୀୟ ଛାଡପତ୍ର ପରେ ସେ ତାଙ୍କୁ ୨୦୧୩ରେ ବିବାହ କରିଥିଲେ। କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ପୱନ କଲ୍ୟାଣଙ୍କ ତୃତୀୟ ପତ୍ନୀ ଅନ୍ନା ଆଜିକାଲି ପିଲାମାନଙ୍କ ସହିତ ଅଭିନେତାଙ୍କଠାରୁ ଅଲଗା ହୋଇ ସିଙ୍ଗାପୁର କିମ୍ବା ଦୁବାଇରେ ରହୁଛନ୍ତି। ତେବେ ଛାଡପତ୍ର ଖବରକୁ ନେଇ ପୱନ କିମ୍ବା ଅନ୍ନା ନୀରବ ଅଛନ୍ତି।

Pawan Kalyan
Advertisment
Advertisment