Advertisment

ପରିଣୀତିଙ୍କ ପୂର୍ବରୁ ଏହି ୫ ଅଭିନେତ୍ରୀ ନେତାଙ୍କୁ ଦେଇଛନ୍ତି ମନ

ନିକଟରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢାଙ୍କ ନିର୍ବନ୍ଧ ହୋଇଛି। ଖୁବ୍ ଶୀଘ୍ର ଉଭୟ ବିବାହ କରିବେ। ଖାଲି ପରିଣୀତି-ରାଘବ ନୁହେଁ ଏହା ପୂର୍ବରୁ ମଧ୍ୟ ଅନେକ ଅଭିନେତ୍ରୀ ରାଜନେତାଙ୍କ ପ୍ରେମରେ ପଡିଛନ୍ତି ଏବଂ ସେମାନଙ୍କୁ ବିବାହ କରିଛନ୍ତି। ତେବେ ଆସନ୍ତୁ ସେଭଳି କିଛି ଯୋଡିଙ୍କ ବିଷୟ ନଜର ପକେଇବା।

author-image
Pramod Behera
ଅଦ୍ୟତନ ହୋଇଛି
Parineeti to swara stars who fell in love with politicians and got married

Parineeti to swara stars who fell in love with politicians and got married

ଚଳଚ୍ଚିତ୍ର ସେଲିବ୍ରିଟିଙ୍କ ବିବାହ ସବୁବେଳେ ଚର୍ଚ୍ଚାରେ ରହିଥାଏ। ବିବାହ ହେଉଛି ସେହି ପବିତ୍ର ସମ୍ପର୍କ ଯାହା ଦୁଇ ହୃଦୟକୁ ସବୁଦିନ ପାଇଁ ଏକାଠି କରେ। ସାଧାରଣତଃ ଚଳଚ୍ଚିତ୍ର ଶିଳ୍ପର ତାରକାମାନେ ସେମାନଙ୍କ କାମ ଆଉ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରହିଥାନ୍ତି। ଅନ୍ୟପକ୍ଷରେ, କିଛି ବଲିଉଡ ତାରକା ସେମାନଙ୍କ ବିବାହକୁ ନେଇ ଅନେକ ହେଡ୍‌ଲାଇନ୍‌ ଦେଇଛନ୍ତି।

Advertisment

ନିକଟରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢାଙ୍କ ନିର୍ବନ୍ଧ ହୋଇଛି। ଖୁବ୍ ଶୀଘ୍ର ଉଭୟ ବିବାହ ବନ୍ଧନରେ ବାନ୍ଧିହେବେ। ଖାଲି ପରିଣୀତି-ରାଘବ ନୁହେଁ ଏହା ପୂର୍ବରୁ ମଧ୍ୟ ଅନେକ ଅଭିନେତ୍ରୀ ରାଜନେତାଙ୍କ ପ୍ରେମରେ ପଡିଛନ୍ତି ଏବଂ ସେମାନଙ୍କୁ ବିବାହ କରିଛନ୍ତି। ତେବେ ଆସନ୍ତୁ ସେଭଳି କିଛି ଯୋଡିଙ୍କ ବିଷୟ ନଜର ପକେଇବା।

ସ୍ୱରା ଭାସ୍କର - ଫହାଦ ଜିରାର ଅହମ୍ମଦ

ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ସମାଜବାଦୀ ପାର୍ଟି ନେତା ଫାହାଦ ଅହମ୍ମଦଙ୍କୁ ବିବାହ କରିଛନ୍ତି। ପ୍ରଥମେ ଉଭୟ ଜାନୁଆରୀ ୬ରେ କୋର୍ଟ ବିବାହ କରିଥିଲେ। ଏହା ପରେ, ମାର୍ଚ୍ଚ ୧୬ରେ, ଦୁହେଁ ପୂରା ବିବାହ ରୀତିନୀତି ଅନୁସାରେ ବିବାହ କରିଥିଲେ।

Advertisment

ଆୟେଶା ତାକିଆ - ଫରହାନ୍ ଆଜମି

ବଲିଉଡ ଅଭିନେତ୍ରୀ ଆୟେଶା ତାକିଆ ସମାଜବାଦି ପାର୍ଟିର ଭେଟେରାନ ନେତା ଆବୁ ଆଜମିଙ୍କ ପୁଅ ଫରହାନ ଆଜମୀଙ୍କୁ ବିବାହ କରିଛନ୍ତି। ଚାରି ବର୍ଷ ପାଇଁ ପରସ୍ପର ଡେଟ୍‌ କରିବା ପରେ ସେମାନେ ୨୦୦୯ରେ ବିବାହ କରିଥିଲେ।

ନବନୀତ୍ କୌର - ରବି ରାଣା

ପଞ୍ଜାବୀ ଏବଂ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଅଭିନେତ୍ରୀ ଥିବା ନବନୀତ୍ କୌର ମହାରାଷ୍ଟ୍ରର ଅମରାବତୀର ଜଣେ ସ୍ୱାଧୀନ ସାଂସଦ ରବି ରାଣାଙ୍କୁ ବିବାହ କରିଛନ୍ତି। ଦୁହେଁ ୨୦୧୧ରେ ବିବାହ କରିଥିଲେ। ବର୍ତ୍ତମାନ ସେମାନେ ଦୁଇ ସନ୍ତାନର ପିତାମାତା।

ରାଧିକା - ଏଚ୍‌ଡି କୁମାରସ୍ୱାମୀ

ରାଧିକା କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ଏବଂ ନିର୍ମାତା। ସେ ୨୦୦୬ ମସିହାରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କୁ ଗୁପ୍ତରେ ବିବାହ କରିଥିଲେ। ବିବାହର ପ୍ରାୟ ୪ ବର୍ଷ ପରେ ଅଭିନେତ୍ରୀ ତାଙ୍କ ବିବାହ ବିଷୟରେ ପ୍ରକାଶ କରିଥିଲେ। ଉଭୟଙ୍କର ଶାମିକା ନାମକ ଏକ ଝିଅ ମଧ୍ୟ ଅଛି।

ସୁରଭି ତିୱାରୀ - ମନୋଜ ତିୱାରୀ

ସୁରଭି ତିୱାରୀ ଭୋଜପୁରୀ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟକ। ସେ ୨୦୨୦ ମସିହାରେ ବିଜେପି ସାଂସଦ ତଥା ଭୋଜପୁରୀ ଅଭିନେତା ମନୋଜ ତିୱାରୀଙ୍କୁ ବିବାହ କରିଥିଲେ। ସେମାନଙ୍କର ସାନ୍‌ଭିକା ନାମକ ଏକ ଝିଅ ଜନ୍ମ ହୋଇଥିଲେ। ଝିଅର ଜନ୍ମ ପରେ ମନୋଜ ତିୱାରୀ ତାଙ୍କ ବିବାହ ବିଷୟରେ ପ୍ରକାଶ କରିଥିଲେ।

Bollywood Swara Bhaskar Actress Parineeti Chopra
Advertisment
Advertisment