Advertisment

ରାଘବ ଚଢାଙ୍କୁ ବିବାହ ପରେ ରାଜନୀତିରେ ଏଣ୍ଟ୍ରୀ କରିବେ କି ପରିଣୀତି…

ପରିଣୀତି ଚୋପ୍ରା ଏବଂ ରାଘବ ଚଢା ବିବାହ ପରେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ୍‌ କରି ସେମାନଙ୍କର ଦାମ୍ପତ୍ୟ ଜୀବନର ଝଲକ ଜାରି ରଖିଛନ୍ତି। ଏବେ ଅଭିନେତ୍ରୀ ପରିଣୀତି ଚୋପ୍ରା ଅଭିନୟରୁ ରାଜନୀତିରେ ଯୋଗଦେବାକୁ ନେଇ ଚାଞ୍ଜଲ୍ୟକର ବୟାନ ଦେଇଛନ୍ତି।

author-image
Pramod Behera
Parineeti chopra revealed his planning about joining politics

Parineeti chopra revealed his planning about joining politics

ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢା ସେପ୍ଟେମ୍ବର ୨୪ରେ ରାଜସ୍ଥାନର ଉଦୟପୁରରେ ବିବାହ କରିଥିଲେ। ସେବେଠାରୁ ଏହି ଦମ୍ପତି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ୍‌ କରି ସେମାନଙ୍କର ଦାମ୍ପତ୍ୟ ଜୀବନର ଝଲକ ଜାରି ରଖିଛନ୍ତି।

Advertisment

ନିକଟରେ ପରିଣୀତି ଭଡୋଦରେ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ତାଙ୍କୁ ଅଭିନୟରୁ ରାଜନୀତିରେ ଯୋଗଦେବା ପାଇଁ ଯୋଜନା ବିଷୟରେ ପଚରାଯାଇଥିଲା। ଉତ୍ତରରେ ସେ ଯାହା କହିଛନ୍ତି ଆପଣ ଆଶ୍ଚର୍ଯ୍ୟ ହେବେ।

ପ୍ରଶ୍ନର ଉତ୍ତରରେ ପରିଣୀତି ଚୋପ୍ରା କହିଛନ୍ତି, "ମୋର ସଫଳ ବିବାହର ରହସ୍ୟ ମୁଁ ଆପଣଙ୍କୁ କହିବି। ସେ ବଲିଉଡ ବିଷୟରେ କିଛି ଜାଣନ୍ତି ନାହିଁ ଏବଂ ମୁଁ ରାଜନୀତି ବିଷୟରେ କିଛି ଜାଣେ ନାହିଁ! ତେଣୁ ମତେ ଲାଗୁ ନାହିଁ ଯେ ଆପଣ ମୋତେ ରାଜନୀତିରେ ଆସିବା ଦେଖିବେ। ଯଦିଓ ଆମେ ଦୁହେଁ ସର୍ବସାଧାରଣଙ୍କ ଜୀବନରେ ଅଛୁ, ତଥାପି ଆମର କୌଣସି ଧାରଣା ନଥିଲା ଯେ ଆମେ ସମଗ୍ର ଦେଶରୁ ଏତେ ଭଲ ପାଇଆ ପାଇବୁ। ମତେ ଲାଗେ ଯଦି ଆପଣ ଠିକ୍ ବ୍ୟକ୍ତିଙ୍କ ସହିତ ଅଛନ୍ତି ତେବେ ବୈବାହିକ ଜୀବନ ସର୍ବୋତ୍ତମ ହେବ।”

Advertisment

ନିଜ ଜୀବନ ବିଷୟରେ ଅଭିନେତ୍ରୀ କହିଛନ୍ତି, “କର୍ମମୟ ଜୀବନରେ ସଠିକ୍ ସନ୍ତୁଳନ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତରେ ଆମେ ପ୍ରାୟତଃ ଲୋକମାନେ ଗର୍ବର ସହିତ କହିବା ଦେଖୁ ଯେ ସେମାନେ କିପରି କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଠିକ୍ ସମୟରେ ଖାଆନ୍ତି ନାହିଁ କି ଶୁଅନ୍ତି ନାହିଁ।

ସେମାନେ ଏହାକୁ ସମ୍ମାନର ବ୍ୟାଜ ପରି ପିନ୍ଧନ୍ତି କିନ୍ତୁ ମୁଁ ବ୍ୟକ୍ତିଗତ ଭାବରେ ଏହାକୁ ଜୀବନ ବଞ୍ଚିବାର ସଠିକ୍ ଉପାୟ ବୋଲି ଭାବୁନାହିଁ। ମୁଁ ପ୍ରକୃତରେ କଠିନ ପରିଶ୍ରମ କରିବାରେ ବିଶ୍ୱାସ କରେ ଆଉ ମୋର ସାଙ୍ଗମାନଙ୍କୁ ଭେଟିବାକୁ ଏବଂ ଛୁଟି କାଟିବାକୁ ମଧ୍ୟ ଭଲ ପାଏ। ଯେତେବେଳେ ମୁଁ ୮୫ କିମ୍ବା ୯୦ ବର୍ଷରେ ପହଞ୍ଚିବି ଏବଂ ପଛକୁ ଚାହିଁବି, ମୁଁ ଅନୁଭବ କରିବି ଯେ ମୁଁ ମୋ ଜୀବନକୁ ସେହିଭଳି ଭାବେ ଜୀଇଛି ଯେମିତି ଜୀଇବାକୁ ଚାହିଁଥିଲି।”

Bollywood Parineeti Chopra Actress Parineeti Chopra
Advertisment
Advertisment