Advertisment

ଓଡ଼ିଶାରେ ଟିମ୍‌ ‘ପୁଷ୍ପା’, ଖୁବ୍‌ଶୀଘ୍ର ଏହିସବୁ ସ୍ଥାନରେ ଆରମ୍ଭ ହେବ ଶୁଟିଂ

ଓଡ଼ିଶାରେ ଟିମ୍ ‘ପୁଷ୍ପା’। ବହୁ ଚର୍ଚ୍ଚିତ ପାନ୍ ଇଣ୍ଡିଆ ଫିଲ୍ମ ‘ପୁଷ୍ପା ୨’ର ଶୁଟିଂ ଓଡ଼ିଶାରେ ଆରମ୍ଭ ହେବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Pushpa 2 Shooting

Pan India movie Pushpa 2 shooting to start in Odisha soon

ଓଡ଼ିଶାରେ ଟିମ୍ ‘ପୁଷ୍ପା’। ବହୁ ଚର୍ଚ୍ଚିତ ପାନ୍ ଇଣ୍ଡିଆ ଫିଲ୍ମ ‘ପୁଷ୍ପା ୨’ର ଶୁଟିଂ ମାଲକାନଗିରିରେ ଖୁବ୍‌ଶୀଘ୍ର ଆରମ୍ଭ ହେବ। ମାଲକାନଗିରିର ପୋଲୁରରେ ଶୁଟିଂ ହେବ ବୋଲି ଜଣାପଡ଼ିଛି। ଏନେଇ ‘ପୁଷ୍ପା ୨’ର ନିର୍ଦ୍ଦେଶକ ସୁକୁମାର ପହଞ୍ଚିଛନ୍ତି। ଶୁଟିଂ ପାଇଁ ଉପଯୋଗୀ ସ୍ପଟ୍‌କୁ ଖୋଦ୍ ସୁକୁମାର ବୁଲି ଦେଖିଛନ୍ତିା ଏହି ଟିମ୍‌ରେ ସହାୟକ ନିର୍ଦ୍ଦେଶକ ଏମ. ପ୍ରସାଦ ବି ଶୁଟିଂ ସ୍ଥାନ ପରିଦର୍ଶନ କରିଛନ୍ତି।

Advertisment

ଆସନ୍ତା ୭ ତାରିଖରେ ଶୁଟିଂ ସମ୍ପର୍କରେ ଜିଲ୍ଲାପାଳଙ୍କ ଅନୁମତି ଲୋଡିବ ଟିମ୍। ପୋଲୁର ମାନମକୋଣ୍ଡା ଆଖପାଖ ଗାଁରେ ଫିଲ୍ମର ଶୁଟିଂ ହେବ ବୋଲି ସୂଚନା ମିଳିଛି। ପୂର୍ବରୁ ପୁଷ୍ପା ୨ର ଶୁଟିଂ ସ୍ୱାଭିମାନ ଅଞ୍ଚଳରେ ହେବ ବୋଲି ଚର୍ଚ୍ଚା ହେଉଥିଲା। କିଛିଦିନ ପୂର୍ବେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ପାଦଦେଶ ଆନ୍ଧ୍ରପ୍ରଦେଶ ତରାବୁରେ ଚଳଚ୍ଚିତ୍ର ‘ପୁଷ୍ପା-୨’ର ଶୁଟିଂ ଆରମ୍ଭ ହୋଇଥିଲା।

ଅଧିକ ପଢ଼ନ୍ତୁ: ‘ପୁଷ୍ପା-୨’ ପାଇଁ ଏତେ କୋଟି ନେଲେ ଅଲୁ ଅର୍ଜୁନ

ପାନ୍‌ ଇଣ୍ଡିଆ ଫିଲ୍ମ ‘ପୁଷ୍ପା-୨’ର ଟିଜର ରିଲିଜ୍ ହୋଇସାରିଛି। ଫୁଲ୍ ଅଫ୍ ଆକ୍ସନ, ଫାଇଟ୍, ଫାୟାର, ଡାଇଲଗ୍ ଏବଂ ଅଲ୍ଲୁଙ୍କ ଜବରଦସ୍ତ ଆଟିଟ୍ୟୁଡ୍ ଟିଜରରେ ନଜର ଆସିଛି।ହାଇଭୋଲଟେଜ୍ ଡାଇଲଗ, ସୁପର ଆକ୍ସନ...ଟିଜର ଯଦି ଏମିତି ଧମାକାଦାର ହୋଇଛି ତେବେ ଫିଲ୍ମ କେମିତି ହୋଇଥିବ।

Advertisment

Allu Arjun Pushpa
Advertisment
Advertisment