Pak actress Ayesha opens up on relationship rumours with Shoaib Malik
ଗତ କିଛିଦିନ ହେବ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା(Sania Mirza) ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ(Shoaib Malik)ଙ୍କ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ଜୋର ଧରିଛି। ଖବର ସାମ୍ନାକୁ ଆସିଛି ଯେ, ସାନିଆ ଓ ସୋଏବଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଏପରିକି ଉଭୟ ଅଲଗା ହେବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ଆଉ ଏସବୁ ପଛର କାରଣ ପାକ୍ ଅଭିନେତ୍ରୀ ଆୟେସା ଓମାର ବୋଲି ଚର୍ଚ୍ଚା ହେଉଛି। ତେବେ ଦୀର୍ଘ ଦିନ ଧରି ଚାଲିଥିବା ଏହି ଚର୍ଚ୍ଚାକୁ ନେଇ ଆୟେସା ମୁହଁ ଖୋଲିଛନ୍ତି ଓ ସୋଏବଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି।
ଅଧିକ ପଢ଼ନ୍ତୁ: ବିବାହ ବିଚ୍ଛେଦ ଖବର ଭିତରେ ବଡ଼ ଘୋଷଣା କଲେ ସାନିଆ ଓ ଶୋଏବ୍
ସୋଏବଙ୍କ ସହ ସମ୍ପର୍କକୁ ନେଇ ଏମିତି କହିଲେ ଆୟେସା...
ଯେତେବେଳେ ଚର୍ଚ୍ଚା ଜୋର ଧରିଥିଲା, ସାନିଆ ଓ ସୋଏବ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ଓ ସେମାନଙ୍କର ଦୀର୍ଘ ୧୨ ବର୍ଷର ସମ୍ପର୍କ ତୁଟିବାକୁ ଯାଉଛି, ଏହାପରେ ଫ୍ୟାନ୍ସଙ୍କୁ ଏକ ବଡ଼ ଝଟ୍କା ଲାଗିଥିଲା। ଏସବୁ ପଛରେ ଆୟେସାଙ୍କୁ ହିଁ ଫ୍ୟାନ୍ସ ଦାୟୀ କରିଥିଲେ। ଏପରିକି ଆୟେସାଙ୍କୁ ଟ୍ରୋଲ୍ ମଧ୍ୟ କରିଥିଲେ। ଏଥିପାଇଁ ଆୟେସାଙ୍କୁ ମଧ୍ୟ ଅନେକ କିଛି ଶୁଣିବାକୁ ପଡ଼ିଥିଲା। ହେଲେ ଏବେ ଆୟେସା ମୁହଁ ଖୋଲିବା ସହ ସୋଏବଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ସାରା ଦୁନିଆକୁ ଜଣାଇଛନ୍ତି।
ବର୍ଷକ ତଳେ ଅର୍ଥାତ୍ ୨୦୨୧ ମସିହାରେ ସୋଏବ ଓ ଆୟେସା ଏକ ବୋଲ୍ଡ ଫୋଟ ଶୁଟ୍ରେ ନଜର ଆସିଥିଲେ। ପରେ ଏକ ସାକ୍ଷାତକାରରେ ସୋଏବ କୁଆଡ଼େ ଆୟେସାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ଏହି ଫଟୋ ଶୁଟ୍ ପରେ ସୋଏବ ଓ ଆୟେସାଙ୍କ ମଧ୍ୟରେ ଧୀରେ ଧୀରେ ଘନିଷ୍ଠତା ବଢିଥିଲା ଏବଂ ସୋଏବ-ସାନିଆଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଉଭୟଙ୍କ ମଧ୍ୟରେ ପରକୀୟା ପ୍ରୀତି ଥିବା ଚର୍ଚ୍ଚା ହେଉଥିଲା। ହେଲେ ଏବେ ଆୟେସା ଏସବୁଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1669790810.jpg)