Advertisment

Sanjay Bhol Ban: ଯାତ୍ରା ମଞ୍ଚରେ ଆଉ ଗର୍ଜିବେନି କି ଯାତ୍ରା ଟାଇଗର୍‌ ? ପୁଣି କି ବିବାଦ...

ବିଦା ହେବେ କି ଦୁର୍ଦ୍ଦାନ୍ତ ଯାତ୍ରା ଖଳନାୟକ ସଞ୍ଜୟ ଭୋଳ ? ସଞ୍ଜୟଙ୍କୁ ପୁଣି ବାଜିଲା ମାଷ୍ଟରଙ୍କ 'ବ୍ୟାନ୍' ଛାଟ । କଳାକାର-ମାଲିକ କଳି ପରେ ଏବେ ଯାତ୍ରା ଜଗତରେ ମୁଣ୍ଡ ଟେକିଛି କଳାକାର-ଲେଖକ କଳି । ପରୱା ନାହିଁ କହିଲେ ଯାତ୍ରା ଟାଇଗର୍...

ଅଦ୍ୟତନ ହୋଇଛି
Sanjay Bhol Ban

Sanjay Bhol Ban

Advertisment

ଯାତ୍ରାରେ ନୂଆ ବିବାଦ । ଏଥର ମୁଣ୍ଡ ଟେକିଛି କଳାକାର-ଲେଖକ କଳି । କାହାଣୀ ଚୋରି ଓ ଯାତ୍ରା ମାଷ୍ଟରଙ୍କୁ ଛି ଛି କହି ପୁଣି ବିବାଦକୁ ଆସିଛନ୍ତି ଜଲିଉଡର ଚର୍ଚ୍ଚିତ ଖଳ ଅଭିନେତା ସଞ୍ଜୟ ଭୋଳ । ସେ ପାର୍ଟିକୁ ଗଲେ ଆମେ ଯିବୁନି କହି ବ୍ୟାନ୍ କଲା ଓଡ଼ିଶା ମାଷ୍ଟର୍ ସଂଘ, ପରୱା ନାହିଁ କହିଲେ ଯାତ୍ରା ଟାଇଗର୍...

Advertisment

ଯାତ୍ରା ମଞ୍ଚରେ ଆଉ ଗର୍ଜିବନି କି ଯାତ୍ରା ମହାବଳ ?  ବିଦା ହେବେ କି ଦୁର୍ଦ୍ଦାନ୍ତ ଖଳନାୟକ ସଞ୍ଜୟ ଭୋଳ ? ସଞ୍ଜୟ ଭୋଳଙ୍କୁ ପୁଣି ବାଜିଲା ମାଷ୍ଟରଙ୍କ 'ବ୍ୟାନ୍' ଛାଟ । କଳାକାର-ମାଲିକ କଳି ପରେ ଏବେ ଯାତ୍ରା ଜଗତରେ ମୁଣ୍ଡ ଟେକିଛି କଳାକାର-ଲେଖକ କଳି । ବିବାଦୀୟ ମନ୍ତବ୍ୟ ଦେଇ ପୂର୍ବରୁ ଥରେ ବ୍ୟାନ୍ ହୋଇଥିବା ଓ କ୍ଷମା ମାଗିଥିବା ଖଳ ଅଭିନେତା ସଞ୍ଜୟ ଭୋଳଙ୍କୁ, ପୁଣି ଥରେ ବ୍ୟାନ୍ କରିଛି ଅପେରା ମାଷ୍ଟର୍ ଆସୋସିଏସନ୍-'ଓମା' । ଯାତ୍ରା ଲେଖକଙ୍କ ଲେଖାକୁ ଛି ଛି ବୋଲି କହିବା ସହ, ରାଇଟରମାନେ କେଉଁଠୁ ୧୦/୧୨ ଖଣ୍ଡ ନାଟକ ଦେଖୁଛନ୍ତି ଓ ସବୁ ଚୋରି କରି ଆଣି ଏଠି ପୂରାଇ ଦେଉଛନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି ସଞ୍ଜୟ ଭୋଳ । 

ଅଧିକ ପଢ଼ନ୍ତୁ:ଷ୍ଟେଜ୍ ୨ ଲିଭର କ୍ୟାନ୍‌ସର୍‌ରେ ପୀଡିତ ଦୀପିକା; ଆଜି ହେବ ସର୍ଜରୀ

ଏହା ପରେ ପୁଣି ବିବାଦ ତେଜିବା ସହ, ତାଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇଛି ଓମା । ସଞ୍ଜୟ ଭୋଳ ଯେଉଁ ଯାତ୍ରାପାର୍ଟିରେ କାମ କରିବେ, ଓମା ସଦସ୍ୟ ଥିବା ଲେଖକ, ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ସେ ପାର୍ଟିରେ ରହିବେ ନାହିଁ । ଏହା ସ୍ପଷ୍ଟ କରିଛନ୍ତି ଓମା ସଭାପତି ବିଜୟ ଦାସ । ସଞ୍ଜୟ ଭୋଳ ୨୦୨୫-୨୬ ପାଇଁ ରାଜନନ୍ଦିନୀ ଯାତ୍ରା ପାର୍ଟି ସହ ଅନୁବନ୍ଧିତ ହୋଇଥିଲେ । ଆଉ ଏଥିରେ ହେବାକୁ ଥିବା ନାଟକ 'ରାବଣ' ଓ 'ପାହାନ୍ତି ରାତିର ପାପ' ନାଟକ ଲାଗି କାମ କରୁଥିଲେ ନିଜେ ଓମା ସଭାପତି ବିଜୟ ଦାସ । ତେବେ ସେ ଏହି ନାଟକଗୁଡ଼ିକରୁ ବି ଓହରିଯାଇଥିବା ଏବଂ ରାଜନନ୍ଦିନୀ ମାଲିକଙ୍କୁ ସଂଘ ନିଷ୍ପତ୍ତି ସଂପର୍କରେ ଜଣାଇ ଦେଇଥିବା ସୂଚନା ମିଳିଛି ।

Advertisment

ଅନ୍ୟପକ୍ଷରେ, ସଞ୍ଜୟ ଭୋଳ ପ୍ରତିକ୍ରିୟାରେ ପୁଣି କାହାଣୀ ଚୋରି ଓ କପି ଅଭିଯୋଗ ଦୋହରାଇବା ସହ କହିଛନ୍ତି, କଳାକାରଙ୍କୁ ନେଇ ଓମା ନା ଓମାଙ୍କୁ ନେଇ କଳାକାର। ମୁଁ କଣ କରିବି ନକରିବି ନିଷ୍ପତ୍ତି ନେବାକୁ ସେ କିଏ । ବାସନ୍ଦ ପ୍ରସଙ୍ଗରେ କହିଛନ୍ତି,  ସଞ୍ଜୟ ଭୋଳ ବିପିଏଲ୍ ଚାଉଳକୁ ଆଶ୍ରା କରିନି । ଦରକାର ପଡ଼ିଲେ ନିଜେ ଗୋଟିଏ ଯାତ୍ରା ପାର୍ଟି କରିବି, ନାଁ ରହିବ 'ଅପରା ମହାବଳ'। ଦରକାର ପଡ଼ିଲେ ସେଇ ନିର୍ଦ୍ଦେଶକ ଆସି ମୋ ପାର୍ଟିର ଯାତ୍ରା ନିର୍ଦ୍ଦେଶନା ଦେବେ ।

କେବଳ ଏବେ ନୁହେଁ, ଅଢ଼େଇ ମାସ ତଳେ ଓଟିଭି ଷ୍ଟୁଡିଓରେ ବି ଖୋଲାଖୋଲି ବିଷୋଦଗାର କରିଥିଲେ ସଞ୍ଜୟ ଭୋଳ । କହିଥିଲେ, ଯାତ୍ରା କାହାଣୀ ଲେଖକମାନେ ଏ ଯାତ୍ରାର କିଛି ସିନ୍ ସେ ଯାତ୍ରାରେ ପୂରାଇ ଦେଉଛନ୍ତି, ସେ ଯାତ୍ରାର କିଛି ସିନ୍ ଏ ଯାତ୍ରାରେ ପୂରାଇ ଦେଉଛନ୍ତି ବୋଲି ଦର୍ଶକ ଅଭିଯୋଗ କରୁଛନ୍ତି । ୫ ବର୍ଷ ଭିତରେ ଯାତ୍ରା ଶିଳ୍ପକୁ ପାରାଲିସିସ୍ ହୋଇଯିବ ବୋଲି ମଧ୍ୟ ଜୋର୍ ଦେଇ କହିଥିଲେ । ତେବେ ସତରେ କଣ ଯାତ୍ରା ବହିକୁ ବି ଚରିଗଲାଣି 'କପି' ଉଈ ? ଜଲିଉଡରେ ବି ଚାଲିଛି କି କପି-ପେଷ୍ଟ୍ ଟ୍ରେଣ୍ଡ୍ ? ନା ଅନ୍ୟ କୌଣସି କାରଣରୁ ଲେଖକଙ୍କ ଉପରେ ବ୍ୟକ୍ତିଗତ ରୋଷ ଶୁଝାଉଛନ୍ତି ସଞ୍ଜୟ ଭୋଳ ? ପୁଣି ସେ କ୍ଷମା ମାଗିଲେ ମାଫ୍ କରିଦେବେ କି ମାଷ୍ଟର୍ ? 

Advertisment

ଗୋଟିଏ ପଟେ ଯାତ୍ରା ମାଲିକଙ୍କ ବିରୋଧରେ କଳାକାରଙ୍କ ପାଉଣା ବାକି, ମାଡ଼ଗୋଳ ଓ କାଷ୍ଟିଂ କାଉଚ୍ ଭଳି ସାଂଘାତିକ ଅଭିଯୋଗକୁ ନେଇ, ବିବାଦ ମଞ୍ଚ ଉଠୁଥିବା ପଡ଼ୁଥିବା ବେଳେ, ଏବେ ଯାତ୍ରା ଟାଇଗର୍ ଓ ଯାତ୍ରା ମାଷ୍ଟର୍ କଳି ଆଗକୁ କେଉଁ ମୋଡ଼ ନେଉଛି, ତା ଉପରେ ନଜର । 

ଅଧିକ ପଢ଼ନ୍ତୁ:କିଙ୍ଗ୍‌ ଖାନ୍‌ଙ୍କ ନିଆରା ଇଚ୍ଛା, କହିଲେ ହେବେ କିଙ୍ଗ୍ କୋହଲି

Jatra Party Odia Jatra Jatra Villain Sanjay Bhol
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ