Advertisment

ଦିନେ ପତଳା କଣ୍ଠ ଯୋଗୁଁ ରିଜେକ୍ଟ ହୋଇଥିଲେ ସୁର ସମ୍ରାଜ୍ଞୀ

ସୁର ସମ୍ରାଜ୍ଞୀ ଦିନେ ଅଭିନେତ୍ରୀ ଥିଲେ। କିନ୍ତୁ ଅଭିନୟ ତାଙ୍କର ପସନ୍ଦ ନ ଥିଲା। ଯେତେବେଳେ ଅଭିନୟ ଛାଡି ଗୀତ ଗାଇବାକୁ ଗଲେ ସେତେବେଳେ ତାଙ୍କୁ ରିଜେକ୍ଟ କରିଦିଆଯାଇଥିଲା।

author-image
Pramod Behera
ଅଦ୍ୟତନ ହୋଇଛି
Once Lata Mangeshkar rejected for singing

Once Lata Mangeshkar rejected for singing

ମୁମ୍ବାଇ: ଲତା ମଙ୍ଗେସ୍‌କର୍‌ ତାଙ୍କ ଗୀତ ପାଇଁ ଜଣାଶୁଣା। ସେ ବିଭିନ୍ନ ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇଛନ୍ତି। ସୁର କୋକିଳ ଲତା ମଙ୍ଗେସକର୍‌ଙ୍କର ରବିବାର ଦେହାନ୍ତ ହୋଇଛି। ସେ ଜାନୁଆରୀ ୨ ତାରିଖରୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଥିଲେ ଆଉ କୋଭିଡ୍‌ରେ ସଂକ୍ରମିତ ହୋଇଥିଲେ। ତାଙ୍କ ମୃତ୍ୟୁ କାରଣରୁ ଏବେ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି। ଏକ ସାକ୍ଷାତକାରରେ ସେ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରକୁ ନେଇ ଖୋଲାଖୋଲି ଭାବରେ କହିଥିଲେ।

Advertisment

ଏହି ସାକ୍ଷାତକାରରେ ଲତା ମଙ୍ଗେସ୍‌କର କହିଥିଲେ ଯେ ସେ କାହିଁକି ଅଭିନୟକୁ ପସନ୍ଦ କରୁ ନଥିଲେ। ଲତା ମଙ୍ଗେସ୍‌କର କହିଥିଲେ ଯେ ସେ ତାଙ୍କ କ୍ୟାରିଅର୍ ‘ବମ୍ବେ ଟକିଜ୍’ ରୁ ଆରମ୍ଭ କରିଥିଲେ। ସେ ମାଷ୍ଟର ବିନାୟକଙ୍କ ସହିତ କାମ କରୁଥିଲେ। କିନ୍ତୁ ସେ ଆଦୌ ମେକ୍‌ଅପ୍ କରିବାକୁ ପସନ୍ଦ କରୁ ନଥିଲେ। ଏହା ବ୍ୟତୀତ କ୍ୟାମେରା ଆଗରେ କାନ୍ଦିବା ଓ ହସିବାକୁ ସେ ପସନ୍ଦ କରୁ ନଥିଲେ। ସେ ଏହି ସାକ୍ଷାତକାରରେ କହିଥିଲେ ଯେ “ବେଳେବେଳେ ମାଡ ଖାଇବାକୁ ବି ପଡୁଥିଲା। ମୋର କିନ୍ତୁ ଅଧିକା ଧ୍ୟାନ ଗୀତ ପ୍ରତି ଥିଲା। ପିଲାଦିନରୁ ଗୀତ ଗାଇବା ମୋର ଜୀବନ ଥିଲା। ଯେତେବେଳେ ମାଷ୍ଟର ବିନାୟକଙ୍କ ଦେହାନ୍ତ ହେଲା, ଆମର କମ୍ପାନୀ ବନ୍ଦ ହୋଇଗଲା। ଏହା ପରେ ମୁଁ ପ୍ଲେବ୍ୟାକ୍ ଗୀତକୁ ବାଛିନେଲି।”

ସେ ଆହୁରି ମଧ୍ୟ କହିଥିଲେ ଯେ “ଜଣେ ବ୍ୟକ୍ତି ଥିଲେ ଯିଏ ମୋତେ ସଙ୍ଗୀତ ନିର୍ଦ୍ଦେଶକଙ୍କ ନିକଟକୁ ନେଇଗଲେ। କିନ୍ତୁ ମୁଖାର୍ଜୀ ସାହେବ ଫିଲ୍ମସ୍ତାନର ମାଲିକ ଥିଲେ। ସେ କହିଲେ ଯେ ତାଙ୍କ ହିରୋଇନଙ୍କ ପାଇଁ ମୋର ସ୍ୱର ମେଳ ଖାଉ ନାହିଁ। ବହୁତ ପତଳା ସ୍ୱର ଏବଂ ସେ ମୋତେ ପ୍ରତ୍ୟାଖ୍ୟାନ କରିଥିଲେ। ମାଷ୍ଟର ଗୁଲାମ ହାଇଦର ସାହେବ ମୋତେ ଏହି କଥା କହି ନଥିଲେ ଆଉ ତାଙ୍କ ସହିତ ଯିବାକୁ କହିଥିଲେ। ସେଠାରୁ ଆମେ ଷ୍ଟେସନକୁ ଯାଇ ଟ୍ରେନ୍‌ରେ ବମ୍ବେ ଟକିଜ୍ ମାଲାଡକୁ ଆସିଲୁ। ଏହାର ଦୁଇ ତିନି ଦିନ ପରେ ମୁଁ ଗୀତ ରେକର୍ଡିଂ କରିଲି।”

Advertisment
Once Lata Mangeshkar rejected for singingଲତା ମଙ୍ଗେସ୍‌କର୍ ବିରଳ ଫଟୋ

ତେବେ ଜନ୍ମ ସମୟରେ ଲତା ମଙ୍ଗେସକରଙ୍କ ନାମ ‘ହେମା’ ରଖାଯାଇଥିଲା। କିନ୍ତୁ କିଛି ଦିନ ଏକ ଥିଏଟରରେ ସେ ଅଭିନୟ କରିବା ବେଳେ ତାଙ୍କା ନାମ ‘ଲତିକା’ ହୋଇଥିଲା। ଏହାପରେ ତାଙ୍କ ବାପା ତାଙ୍କ ନାମ 'ଲତା' ଦେଇଦେଲେ। ତାଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ହୋଇଥିଲା ତାଙ୍କ ବାପାଙ୍କର ହୃଦଘାତରେ ଦେହାନ୍ତ ହୋଇଥିଲା। ଏହା ପରେ ପରିବାରର ସମସ୍ତ ଦାୟିତ୍ୱ ତାଙ୍କ କାନ୍ଧରେ ପଡିଲା। ଏହି କାରଣରୁ ସେ ପାଠ ମଧ୍ୟ ପଢିପାରିଲେ ନାହିଁ। ଲତା ୩୬ରୁ ଅଧିକ ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇ ଏକ ରେକର୍ଡ ସୃଷ୍ଟି କରିଛନ୍ତି।

Bollywood
Advertisment
Advertisment