Advertisment

ରାମୟା କ୍ରିଷ୍ଣନଙ୍କ ଜନ୍ମଦିନରେ ମନେପଡ଼ିଲେ ‘ନୀଳାମ୍ବରି’

୫ଟି ଭାଷାର ୨୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ସାଉଥ୍‌ ଲେଡି ସୁପରଷ୍ଟାର ରାମୟା କ୍ରିଷ୍ଣନଙ୍କର ଆଜି ଜନ୍ମଦିନ। ୫୨ ବର୍ଷରେ ପାଦ ଦେଇଛନ୍ତି ରାମୟା।  ତେଲ୍‌ଗୁ, କନ୍ନଡ, ମାଲାୟଲମ ଏବଂ ହୀନ୍ଦି ଫିଲ୍ମରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଖାଲି ଦର୍ଶକ ନୁହେଁ, ପ୍ରସିଦ୍ଧ ତେଲ୍‌ଗୁ ଆକ୍ଟର ରଜନୀକାନ୍ତ ମଧ୍ୟ ରାମୟା କ୍ରିଷ୍ଣନଙ୍କ ଭୁରିଭୁରି ପ୍ରଶଂସା କରିଛନ୍ତି।

ଅଦ୍ୟତନ ହୋଇଛି
Happy Birthday Ramya Krishnan

ramya krishnans birthday today

Advertisment

୫ଟି ଭାଷାର ୨୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ସାଉଥ୍‌ ଲେଡି ସୁପରଷ୍ଟାର ରାମୟା କ୍ରିଷ୍ଣନଙ୍କର ଆଜି ଜନ୍ମଦିନ। ୫୨ ବର୍ଷରେ ପାଦ ଦେଇଛନ୍ତି ରାମୟା।  ତେଲ୍‌ଗୁ, କନ୍ନଡ, ମାଲାୟଲମ ଏବଂ ହୀନ୍ଦି ଫିଲ୍ମରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଖାଲି ଦର୍ଶକ ନୁହେଁ, ପ୍ରସିଦ୍ଧ ତେଲ୍‌ଗୁ ଆକ୍ଟର ରଜନୀକାନ୍ତ ମଧ୍ୟ ରାମୟା କ୍ରିଷ୍ଣନଙ୍କ ଭୁରିଭୁରି ପ୍ରଶଂସା କରନ୍ତି। ନେଗେଟିଭ ରୋଲ କରୁଥିବା ଦୁଇଟି ଚରିତ୍ରଙ୍କୁ ରଜନୀକାନ୍ତ ଖୁବ ପସନ୍ଦ କରନ୍ତି। ତା ମଧ୍ୟରୁ ରାମୟା କ୍ରିଷ୍ଣନଙ୍କ ନିଳାମ୍ବରୀ ଗୋଟିଏ ବୋଲି ସେ ଏକାଧିକ ଥର କହିଥିବା ଶୁଣିବାକୁ ମିଳିଛି  । ୧୯୯୯ର ଫିଲ୍ମ ପଦୟପ୍ପାରେ ରଜନୀକାନ୍ତଙ୍କ ସହ ରାମୟା କ୍ରିଷ୍ଣନ ଅଭିନୟ କରିଥିଲେ। ଏଥିରେ ତାଙ୍କ ରୋଲ ଥିଲା ନେଗେଟିଭ ।

Advertisment

ବହୁ ଚର୍ଚ୍ଚିତ ଫିଲ୍ମ 'ପୋନ୍ନିୟିନ୍ ସେଲ୍‌ଭନ୍'ର ଟ୍ରେଲର ଏବଂ ଅଡିଓ ଲଞ୍ଚ ବେଳେ ସୁପରଷ୍ଟାର ରଜନୀକାନ୍ତ ରାମୟାକ୍ରିଷ୍ଣନଙ୍କ ପ୍ରସଙ୍ଗ ଉଠାଇ କହିଥିଲେ ଯଦିଓ ଉଭୟ ଫିଲ୍ମର ଷ୍ଟୋରି ଭିନ୍ନ ତେବେ ନୀଳାମ୍ବରୀ ଚରିତ୍ର ସହ ପୋନ୍ନିୟନ ସେଲଭନ୍‌ର ନନ୍ଦିନୀ ଚରିତ୍ର ସହ ସାମଞ୍ଜସ୍ୟ ରହିଛି। ଏଠି କହିରଖିବୁ, ମଣିରତ୍ନନଙ୍କ 'ପୋନ୍ନିୟିନ୍ ସେଲ୍‌ଭନ୍'ରେ ନନ୍ଦିନୀ ଭୂମିକାରେ ଐଶ୍ୱର୍ଯ୍ୟା ରାୟବଚନ ଅଭିନୟ କରିଛନ୍ତି।

'ପୋନ୍ନିୟିନ୍ ସେଲ୍‌ଭନ୍'ରେ ନନ୍ଦିନୀ ଜଣେ ରାଜକନ୍ୟା ଯିଏ କି ନିଜ ବାପା-ମା’ଙ୍କୁ ହରାଇଛି। ଏପରିକି ନିଜ ଆଖି ସାମ୍ନାରେ ନିଜ ପ୍ରେମିକର ମୁଣ୍ଡକାଟ ଦେଖିଛି। ଏହାର ପ୍ରତିଶୋଧ ନେବାପାଇଁ ସେ ପାଇଛନ୍ତି ପେରିୟା ପଜୁଭେଟ୍ଟାରିୟାରଙ୍କୁ। ସେ ତାଙ୍କୁ କହିଛନ୍ତି, ଚୋଳ ସାମ୍ରାଜ୍ୟର ତୁମେ ରାଜା ହେବ ଆଉ ମୁଁ ହେବି ରାଣୀ। ରଜନୀକାନ୍ତ କହିଛନ୍ତି, ଖୁବ୍‌ ପାୱାରଫୁଲ ରୋଲ । ତେବେ ତାଙ୍କ ଫିଲ୍ମ ପଦୟପ୍ପାରେ ନିଳାମ୍ବରୀ ଏକ ଭିନ୍ନ ଚରିତ୍ର। ତେବେ ଯିଏ ସେ ନଭେଲ ପଢିଥିବ ସେ ନୀଳାମ୍ବରୀ ଏବଂ ନନ୍ଦିନୀ ମଧ୍ୟରେ ସାମଞ୍ଜସ୍ୟକୁ ଅନୁଭବ କରିପାରୁଥିବ।

Advertisment

ଏଠି କହିରଖିବୁ, ରଜନୀକାନ୍ତ ଏଠି ପ୍ରଥମଥର ପାଇଁ ରାମୟା କ୍ରିଷ୍ଣନଙ୍କ ପ୍ରଶଂସା ଖୋଲାଖୋଲି କରିନାହାନ୍ତି। ଅନେକ ସ୍ଥାନରେ ସେ ରାମୟା କ୍ରିଷ୍ଣନଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ମୋର ଦୀର୍ଘ ଦଶନ୍ଧିର ଅଭିନୟ ଜୀବନରେ ଦୁଇଟି ଖଳନାୟକ ଚରିତ୍ର ମୋତେ ପ୍ରଭାବିତ କରିଥିଲା। ଜଣେ ବାଶାର ଆଣ୍ଟୋନି ଏବଂ ଅନ୍ୟଟି ପଦୟପ୍ପାର ନୀଳାମ୍ବରି। ସେଦିନ ପଦୟପ୍ପାର ନୀଳାମ୍ବରି ଭୂମିକାରେ ଅଭିନୟ କରିବା ପାଇଁ ରାମୟା ଦ୍ୱନ୍ଦ୍ୱରେ ଥିଲେ । କାରଣ ସେ ଭୟ କରୁଥିଲେ ଏହା ହୁଏତ ତାଙ୍କ କ୍ୟାରିୟରରେ ପ୍ରଭାବ ପକାଇବ। ରାମୟାଙ୍କ ଶୁଭେଚ୍ଛୁ ବି ତାଙ୍କୁ ଏଥିପାଇଁ ମନା କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଭୂମିକା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ରାମୟା ନିଜେ ବି କହିଥିଲେ, ଏହାକୁ ଗ୍ରହଣ କରିବା ବ୍ୟତୀତ ମୋ ପାଖରେ ଆଉ କିଛି ବାଟ ନ ଥିଲା। ଯାହା ବି ହେଉ ଫିଲ୍ମ ରିଲିଜ୍‌ ପରେ ରାମୟଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ଏପରିକି ଦର୍ଶକ ସ୍କ୍ରିନ ନଷ୍ଟ କରିବା ସହ ସ୍ଳିପର ଫିଙ୍ଗିଥିଲେ। ତେବେ ଏହି ପ୍ରତିକ୍ରିୟା କମ ସମୟର ଥିଲା। ଏହା ରାମୟାଙ୍କ ଅଭିନୟ ଦକ୍ଷତାକୁ ଏମିତି ଏକ ସ୍ତରକୁ ନେଇ ଯାଇଥିଲା ଯାହା ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା। ନୀଳାମ୍ବରି ଅନେକଙ୍କ ପାଇଁ ପ୍ରେରଣା ପାଲଟି ଯାଇଥିଲା।

ପଦୟପ୍ପା ପରେ ଯେଉଁ ଫିଲ୍ମରେ ମହିଳା ଚରିତ୍ରଙ୍କୁ ନେଗେଟିଭ ରୋଲରେ ଦେଖିବାକୁ ମିଳିଛି ସମସ୍ତଙ୍କୁ  ନୀଳାମ୍ବରି ହିଁ  ପ୍ରେରଣା ଦେଇଛି। ନିଜ ଚରିତ୍ରରେ ସମସ୍ତେ ନୀଳାମ୍ବରିଙ୍କୁ ଖୋଜିଛନ୍ତି। ୨୯ ବର୍ଷ ବୟସରେ ରାମୟା ନୀଳାମ୍ବରି ଭୂମିକାରେ ଆସିଥିଲେ। ଆଜି ସେ ୫୨ ବର୍ଷରେ ପାଦ ଦେଇଛନ୍ତି। ତଥାପି ଳୀଳାମ୍ବରି ସମସ୍ତଙ୍କ ହୃଦୟରେ ସେମିତି ହସୁଛନ୍ତି ।

Advertisment
Ramya Krishnan’s Birthday Neelambari PonniyinSelvan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ