Advertisment

ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ପରଲୋକ

ଫିଲ୍ମ ଅଭିଳାଷ ଓ ଫୁଲଚନ୍ଦନ ପାଇଁ ସେ ଶ୍ରେଷ୍ଠ ସଙ୍ଗୀତକାର ପୁରସ୍କାର ମଧ୍ୟ ହାସଲ କରିଥିଲେ।

ଅଦ୍ୟତନ ହୋଇଛି
Saroj Pattnaik

Saroj Pattnaik

Advertisment

ବାରିପଦା: ମିହିର ଦାସଙ୍କ ବିୟୋଗ ପରେ ଓଲିଉଡ୍‌ରୁ ଆସିଲା ଆଉ ଏକ ଦୁଃଖଦ ଖବର।  ଓଡିଆ ସିନେ ଜଗତର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ସରୋଜ ପଟ୍ଟନାୟକଙ୍କ ପରଲୋକ। ୮୨ ବର୍ଷ ବୟସରେ ବାରିପଦାସ୍ଥିତ ତାଙ୍କ ବାସଭନବରେ ତାଙ୍କ ଦେହାନ୍ତ ହୋଇଛି। ବହୁ ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ।

Advertisment

ବୃତ୍ତିରେ ଇଞ୍ଜିନିୟର ଥିବା ସରୋଜ ୧୯୭୭ ମସିହାରେ ଅଭିମାନ ଚଳଚିତ୍ର ଜରିଆରେ ସେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହା ପରେ ଫୁଲଚନ୍ଦନ, ଝିଅଟି ସୀତା ପରି, ଅଭିଳାଷ ଓ ହାକିମବାବୁ ଭଳି ବହୁ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଗୀତ ରଚନା ମଧ୍ୟ କରିଥିଲେ। ଫିଲ୍ମ ଅଭିଳାଷ ଓ ଫୁଲଚନ୍ଦନ ପାଇଁ ସେ ଶ୍ରେଷ୍ଠ ସଙ୍ଗୀତକାର ପୁରସ୍କାର ମଧ୍ୟ ହାସଲ କରିଥିଲେ। 

ପ୍ରକାଶଥାଉକି ବରିଷ୍ଠ ସିନେ ଅଭିନେତା ମିହିର ଦାସ ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଥିଲା। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ସେ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ବେଳକୁ ମାତ୍ର ୬୩ ବର୍ଷ ବୟସ ହୋଇଥିଲା।

Advertisment
Ollywood Saroj Pattnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ