Advertisment

Uttam Mohanty Death: ଏପରି ଦେଖିଥିଲେ ସ୍ୱପ୍ନ ଓ ଏହା ଥିଲା ଉତ୍ତମଙ୍କ ଶେଷ ଇଚ୍ଛା

ମେଦାନ୍ତରେ ଥିଲା ବେଳେ ବାରିପଦା ଆସିବେ ବୋଲି କହୁଥିଲେ। ମୟୂରଭଞ୍ଜ ମହୋତ୍ସବରେ ଯୋଗ ଦେବେ ବୋଲି ମଧ୍ୟ କହୁଥିଲେ। ବାରିପଦାବାସୀଙ୍କ କାନ୍ଧରେ ଶ୍ମଶାନ ଯିବେ ବୋଲି ତାଙ୍କର ଶେଷ ଇଚ୍ଛା ଥିଲା । ବାରିପଦାରେ ତାଙ୍କ ଶେଷ କୃତ୍ୟ ହେଉ ବୋଲି ତାଙ୍କର ଇଚ୍ଛା ଥିଲା। ଏହି ଦୁଃଖଦ ଖବର ଶୁଣି ଘରେ ସମସ୍ତେ ମର୍ମାହତ ହୋଇପଡ଼ିଛନ୍ତି।

ଅଦ୍ୟତନ ହୋଇଛି
Uttam Mohanty Last Wish

Uttam Mohanty

Advertisment

ଜୀବନ ଯୁଦ୍ଧରେ ହାରିଗଲେ ଓଡ଼ିଆ ସିନେ ଜଗତର ଅପ୍ରତିଦ୍ୱନ୍ଦ୍ୱୀ ନାୟକ ଉତ୍ତମ ମହାନ୍ତିଗୁରୁଗ୍ରାମ ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ତାଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ହେଲେ ଉତ୍ତମ ମହାନ୍ତିଙ୍କ ଶେଷ ଇଚ୍ଛ କ’ଣ ଥିଲା, ତାଙ୍କର ଜଣେ ସଂପର୍କୀୟ କହିଛନ୍ତି।

Advertisment

ସେ କହିଛନ୍ତି, ମେଦାନ୍ତରେ ଥିଲା ବେଳେ ବାରିପଦା ଆସିବେ ବୋଲି କହୁଥିଲେ। ମୟୂରଭଞ୍ଜ ମହୋତ୍ସବରେ ଯୋଗ ଦେବେ ବୋଲି ମଧ୍ୟ କହୁଥିଲେ। ବାରିପଦାବାସୀଙ୍କ କାନ୍ଧରେ ଶ୍ମଶାନ ଯିବେ ବୋଲି ତାଙ୍କର ଶେଷ ଇଚ୍ଛା ଥିଲା । ବାରିପଦାରେ ତାଙ୍କର ଶେଷକୃତ୍ୟ ହେଉ ବୋଲି ତାଙ୍କର ଇଚ୍ଛା ଥିଲା। ଏହି ଦୁଃଖଦ ଖବର ଶୁଣି ଘରେ ସମସ୍ତେ ମର୍ମାହତ ହୋଇପଡ଼ିଛନ୍ତି।

ଅଧିକ ପଢ଼ନ୍ତୁ;   ଚିରନିଦ୍ରାରେ ସହରୀ ବାଘ; ଏଇଠି ହେବ ଶେଷକୃତ୍ୟ

ସେହିପରି ବାରିପଦାର ଜଣେ ବାସିନ୍ଦା କହିଛନ୍ତି, ମୁଁ କୁନିଆ ଭାଇ ତଥା ଉତ୍ତମ ଭାଇଙ୍କ ସହ ପିଲା ଦିନରୁ ପରିଚିତ। କୁନିଆ ଭାଇ କଥାବାର୍ତ୍ତା ଓ ଚାଲି ଚଳନକୁ ନେଇ ମୁଁ ଭାବେ ମୁଁ ବି ଉତ୍ତମ ମହାନ୍ତି ହେବି। ଆମେ ଭାବିଥିଲୁ କୁନିଆ ଭାଇ ସୁସ୍ଥ ହୋଇ ଚାଲି ଆସିବେ, ହେଲେ ତାହା ହେଲା ନାହିଁ। ଭଗବାନ ତାଙ୍କ ପାଖକୁ ନେଇଗଲେ।

Advertisment

କୁନିଆ ଭାଇ ଟ୍ରାଫିକ ଛକ ମାର୍କେଟରେ ବସନ୍ତି। ଆମେ ତାଙ୍କ ସହ ସେଠାରେ ବସୁ ଓ କଥାବାର୍ତ୍ତା କରୁ । କୁନିଆ ଭାଇ ସବୁବେଳେ ଥଟା ମଜାରେ କଥା କୁହନ୍ତି। ବାରିପଦାରେ କିପରି ଉନ୍ନତି ହେବ, ବାରିପଦାରେ ପିଲା କେମିତି ଉନ୍ନତି କରିବେ ଏହା ଥିଲା ତାଙ୍କର ସ୍ୱପ୍ନ ।

ମୁଁ ଭାବିଥିଲି କୁନିଆ ଭାଇ ଭଲ ହୋଇକି ଫେରି ଆସିବେ। ମୁଁ ଭାବିନଥିଲି ସେ ଚାଲିଯିବେ ବୋଲି। କୁନିଆ ଚାଲିଯିବା ଖବର ଶୁଣି ମୁଁ ରାତି ସାରା ଶୋଇପାରି ନାହିଁ ବୋଲି ସେ କହିଛନ୍ତି।

Advertisment

ଗତକାଲି ଓଲିଉଡର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଛି। ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି। ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ ଉତ୍ତମ। ଭୁବନେଶ୍ବରରେ ଦୀର୍ଘ ଦିନ ଧରି ଚିକିତ୍ସା ପରେ ଗତ ୮ ତାରିଖରେ ତାଙ୍କୁ ମେଦାନ୍ତ ହସପିଟାଲ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଏୟାରଲିଫ୍ଟ କରାଯାଇଥିଲା ଉତ୍ତମଙ୍କୁ।

ଅଧିକ ପଢନ୍ତୁ: ଜୀବନ ଯୁଦ୍ଧରେ ହାରିଗଲେ ଉତ୍ତମ ମହାନ୍ତି; ଦିନ୧୧ଟାରେ ଭୁବନେଶ୍ୱରରେ ପହଞ୍ଚିବ ମରଶରୀର

Ollywood Uttam Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ