• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଇମୋହନଙ୍କ ଆତ୍ମହତ୍ୟା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ, ଏହା ଉପରେ ତଦନ୍ତ ଆରମ୍ଭ କରିଛି ପୋଲିସ୍‌ । ତେବେ କାହିଁକି ଆତ୍ମହତ୍ୟା କଲେ ଓଲିଉଡର ଲୋକପ୍ରିୟ ଖଳନାୟକ ? କେଉଁ ଘଟଣା ତାଙ୍କୁ ବିଚଳିତ କରୁଥିଲା ? ମାନସିକ ଅବସାଦରେ ଥିଲେ କି ? ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା କି ?

ମୃତ୍ୟୁ ପୂର୍ବରୁ ଝିଅ ଓ ପତ୍ନୀଙ୍କୁ ପଠାଇଥିବା ‘ବାଏ’ ମେସେଜ ସନ୍ଦେହ ବଢ଼ାଇ ଦେଉଛି । ମୋବାଇଲରେ ନିଜ ୨ ଝିଅଙ୍କ ନାଁ ନେଇ ବାଏ କରିଥିଲେ ରାଇମୋହନ । ମୋବାଇଲ ମେସେଜ ନେଇ ମଞ୍ଚେଶ୍ୱର ପୋଲିସ ପାଖରେ ସୂଚନା ରହିଛି । ତେବେ ରାଇମୋହନଙ୍କ ଆତ୍ମହତ୍ୟାର ବଡ଼ ଗୁମର ଖୋଲିଛନ୍ତି ତାଙ୍କ ପଡ଼ୋଶୀ ।

ସେ କହିଛନ୍ତି, ରାଇଙ୍କ ଆତ୍ମହତ୍ୟା ପଛରେ ପାରିବାରିକ ଅଶାନ୍ତି ରହିଥିଲା । ସେ ଭାଇ ବହୁତ ଭଲ ଲୋକ ଥିଲେ, ଭାରି ହସଖୁସିଆ, ମେଳାପୀ । କିନ୍ତୁ କିଛି ଦିନ ହେଲାଣି ସେ ଭାରି ମନଦୁଃଖରେ ଥିଲେ ।

ଯାହା ଜଣାପଡ଼ିଛି, ତାଙ୍କର ଆର୍ଥିକ ଅନଟନ ଭଳି ସ୍ଥିତି ନଥିଲା । କରୋନାର ଝଡ଼ଝଞ୍ଜା ଭିତରେ ମଧ୍ୟ ସେ ଆଗେଇ ଚାଲିଥିଲେ । ଅନ୍ୟକୁ ରାହା ଦେଖାଉଥିବା ମଣିଷ ଜଣକ କିପରି ଏପରି ନିଷ୍ପତ୍ତି ନେଲେ ଚିନ୍ତା କରିହେଉନି । ବଡ଼ ଝିଅର ବାହାଘର ପର ଠାରୁ ସେ ଟିକେ ବିଷର୍ଣ୍ଣ ରହୁଥିଲେ ବୋଲି ସଂପୃକ୍ତ ପଡ଼ୋଶୀ କହିଛନ୍ତି ।

ମୁଁ ତାଙ୍କୁ ଅନେକ ଥର ପଚାରିଛି, ସେ କିନ୍ତୁ ମୋ କଥାକୁ ହସି ହସି ଏଡ଼ାଇ ଦିଅନ୍ତି । ମୁଁ ତାଙ୍କ ସାନ ଭଉଣୀ ଭଳି । ସେ ପ୍ରତିଦିନ ମର୍ଣ୍ଣିଂ ୱାକ୍‌ ପାଇଁ ଯାଆନ୍ତି । ସେହି ମର୍ଣ୍ଣିଂ ୱାକ୍‌ରେ ବେଳେବେଳେ ଭେଟ ହୋଇଯାଏ । ଶେଷ ଦେଖା ସମୟରେ ସେ ବିରସ ଜଣାପଡ଼ୁଥିଲେ । ପାରିବାରିକ ସମସ୍ୟାକୁ ନେଇ ତାଙ୍କର କିଛି ଦୁଃଖ ଥିବା ପରି ଲାଗୁଥିଲା । ସେ ମୋ ସହ ସବୁ ଦୁଃଖସୁଖ ବାଣ୍ଟନ୍ତି । ଭାଉଜ ଓ ପିଲାମାନଙ୍କ ସହ ତାଙ୍କର ଟିକିଏ ମନୋମାଳିନ୍ୟ ଥିଲା ପରି ଲାଗୁଥିଲା ।

ମିଡିଆ ପକ୍ଷରୁ ଅଧିକ ପ୍ରଶ୍ନ କରାଯିବା ପରେ ପଡ଼ୋଶୀ ଜଣକ କହିଛନ୍ତି, ମୁଁ ଅଧିକ କିଛି କହିବା ଠିକ୍‌ ହେବନି । ପୋଲିସ୍‌ ମୋତେ ଖାଇଯିବ । ତେବେ କାହିଁକି ଏତେବଡ଼ ଲୋକ ଆତ୍ମହତ୍ୟା କଲେ, ତାହା ସ୍ପଷ୍ଟ ହୋଇପାରୁନି । ପୋଲିସ ତଦନ୍ତ କରି ସବୁ ସତ ପଦାକୁ ଆଣୁ ବୋଲି ନିବେଦନ କହିଛନ୍ତି ସଂପୃକ୍ତ ପଡ଼ୋଶୀ ।