Advertisment

ଷ୍ଟେଜ୍‌ରେ ଚଢି ଜଗନ୍ନାଥଙ୍କ ଭଜନ ଗାଇଲେ ହ୍ୟୁମାନ ସାଗର

ବିବାଦ ଆରମ୍ଭ ହେବାର ଦିନ କେଇଟାରେ ଦର୍ଶକମାନେ ଶୁଣିଲେ ହ୍ୟୁମାନଙ୍କ କଣ୍ଠରୁ ଜଗନ୍ନାଥ ଭଜନ

ଅଦ୍ୟତନ ହୋଇଛି
Jagannath Bhajan by Humane Sagar

Jagannath Bhajan by Humane Sagar

Advertisment

''ତୋର ବିନା ମୋର କିଛି ନାହିଁ। ତୋର ବିନା ବଞ୍ଚିବାର ନାହିଁ। ତତେ କାଳିଆ ଦେଖିବା ପାଇଁ ମୋର ଡୋରି ଲାଗୁନାହିଁ... ଦଣ୍ଡବତ ହେଲି ମୁଁ କାଳିଆ ପାଇଁ।'' ଏ ହେଉଛି ଶ୍ରୀଜଗନ୍ନାଥଙ୍କ ଭଜନ, ଯାହାର କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର। ଅନେକ ବିବାଦ ଓ ସମାଲୋଚନା ପରେ ଷ୍ଟେଜ ଉପରେ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇଛନ୍ତି ହ୍ୟୁମାନ। ମାହାଙ୍ଗା ମହୋତ୍ସବରେ ଯୋଗଦେଇ ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ସେ ଭଜନ ଗାଇବା ସହ ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି।

Advertisment

ହ୍ୟୁମାନ ସାଗର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ ମନା କରିଥିବା ସଙ୍ଗୀତକାର ଜାପାନୀ ରାଉତ ଅଭିଯୋଗ କରିଥିଲେ। ତାଙ୍କୁ ଏନେଇ ହ୍ୟୁମାନଙ୍କ ସହଯୋଗୀ ଧମକ ଦେଇଥିବା ଅଭିଯୋଗ କରି ଥାନାରେ ଏତଲା ଦିଆଯାଇଥିଲା। ସେପଟେ ଘଟଣା ପରେ ପ୍ରତିକ୍ରିୟା ରଖି ହ୍ୟୁମାନ କହିଥିଲେ ଯେ, ‘ଯେଉଁମାନେ ଏସବୁ କରିଛନ୍ତି ଭଗବାନ ସେମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ। ସବୁ ଧର୍ମକୁ ମୁଁ ସମ୍ମାନ କରେ। ମହାପ୍ରଭୁଙ୍କ ଗୀତ ଗାଇବାକୁ ମୋର ଡୋରି ଲାଗିନି। ଯେବେ ଡୋରି ଲାଗିବ କେହି ଅଟକାଇ ପାରିବେ ନାହିଁ। ସାରା ଓଡ଼ିଶା ଝୁମିବ।’ କାହାର ଧାର୍ମିକ ଭାବନାକୁ ଆଘାତ ଦେବା ଲକ୍ଷ୍ୟ ନୁହେଁ ବୋଲି ହ୍ୟୁମାନ କହିଥିଲେ।’

Advertisment

ବିବାଦ ଆରମ୍ଭ ହେବାର ଦିନ କେଇଟାରେ ଦର୍ଶକମାନେ ଶୁଣିଲେ ହ୍ୟୁମାନଙ୍କ କଣ୍ଠରୁ ଜଗନ୍ନାଥ ଭଜନ 'ଦଣ୍ଡବତ ହେଲି ମୁଁ କାଳିଆ ପାଖରେ'। ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭଜନ ପ୍ରସ୍ତୁତ ଏହି ଭଜନକୁ ହ୍ୟୁମାନ ଫେସବୁକ୍‌ରେ ଏକ ପୋଷ୍ଟର ସେୟାର କରିଥିଲେ। ପ୍ରଥମେ ଷ୍ଟୁଡିଓରେ ଗୀତ ଗାଇବା ପରେ ଗତକାଲି ନିଶ୍ଚିତକୋଇଲିର ଜିଗିନିପୁର ଠାରେ ଆୟୋଜିତ ହୋଇଥିବା ମାହାଙ୍ଗା ମହୋତ୍ସବରେ ଯୋଗ ଦେଇ ସେଇ ଜଗନ୍ନାଥଙ୍କ ଭଜନ ଗାଇଥିଲେ। ତାଙ୍କର ଏହି ଗୀତରେ ଉପସ୍ଥିତ ଦର୍ଶକ ବିମୋହିତ ହୋଇଥିଲେ। 

Mahanga Mahotsav Jagannath Bhajan Humane Sagar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ