Nari
ନରି ପଣ୍ଡାଙ୍କୁ ଯାତ୍ରା ମାଲିକଙ୍କ ମାଡ଼ ମାମଲାରେ ସାମ୍ନାକୁ ଆସିଲା ବହୁ ପ୍ରତିକ୍ଷିତ CCTV ଭିଜୁଆଲ୍। ଏହାକୁ ସାର୍ବଜନୀନ କଲେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ। ଭିଡ଼ିଓରେ ଦେଖିବାକୁ ମିଳୁଛି ନରୀ ପଣ୍ଡା ହାତରେ ଏକ ଛୋଟ ବ୍ୟାଗ ଧରି ଅନନ୍ତଙ୍କ ଢାବା ଭିତରକୁ ପ୍ରବେଶ କରୁଛନ୍ତି। ଯେଉଁଥିରେ କଣ ଅଛି ସ୍ପଷ୍ଟ ଭାବେ ଜଣାପଡୁନାହିଁ। ଏହାକୁ ଧରି ସେ ଅନନ୍ତଙ୍କ କାର୍ଯ୍ୟାଳୟରେ ପ୍ରବେଶ କରୁଛନ୍ତି।
ଅଧିକ ପଢ଼ନ୍ତୁ: ଭୟରେ ଥରୁଛନ୍ତି ହାସ୍ୟ ଅଭିନେତା ନରି ପଣ୍ଡା, ରାତିଅଧରେ କଲେ ଅନଲାଇନ୍ FIR
ତେବେ ଆଗରୁ ଅନନ୍ତଙ୍କ ବିରୁଦ୍ଧରେ ନରି ପଣ୍ଡା ଅନଲାଇନ FIR କରିଥିଲେ ମଧ୍ୟ ଗତ ଶନିବାର ଦିନ ବାଲିଚନ୍ଦ୍ରପୁର ଥାନାରେ ପହଂଚି ପୁଣି ଏକ ଲିଖିତ ଅଭିଯୋଗ କରିଥିଲେ। ତେଣୁ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅନନ୍ତ ଧଳଙ୍କ ପତରାଜପୁରସ୍ଥିତ ସମ୍ପୃକ୍ତ ଢ଼ାବାରେ ପହଞ୍ଚିଥିଲା ପୋଲିସ। ସେଦିନର CCTV ଫୁଟେଜ ଯାଞ୍ଚ କରିବା ସହ ଷ୍ଟାଫଙ୍କୁ ପଚାର ଉଚରା ଓ କାଗଜ ପତ୍ର ଯାଞ୍ଚ ମଧ୍ୟ କରିଥିଲା ।
ସେପଟେ ପୋଲିସ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ଧଳ। ମୁଁ ମିଛ କହୁନାହିଁ, ମୋ ପାଖରେ ସବୁ ପ୍ରମାଣ ଅଛି ସତ ଖୁବଶୀଘ୍ର ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି ।
ତୁଳସୀ ଗଣନାଟ୍ୟରେ କାମ କରିବା ପାଇଁ ଅନନ୍ତଙ୍କ ଠାରୁ ଅଗ୍ରୀମ ୧୦ ଲକ୍ଷ ଟଙ୍କା ନେଇଥିଲେ ନରି ପଣ୍ଡା। ହେଲେ ଆଉ କିଛି ଆଡଭାନସ ଟଙ୍କା ମାଗିବାରୁ ଅନନ୍ତ ତାଙ୍କ ଫୋନ ଉଠାଇଲେନି ଓ ନରୀଙ୍କ ପତ୍ନୀ ଫୋନ କରିବାରୁ ଖରାପ ବ୍ୟବହାର କଲେ। ତେଣୁ ସେ ନେଇଥିବା ଟଙ୍କା ଫେରାଇବାକୁ ଚାହିଁଥିଲେ। ହେଲେ ଅନନ୍ତ ତାଙ୍କୁ ଡାକି ମାଡ ମାରିବା ସହ ଗାଳି ଗୁଲଜ କରିଥିଲେ ବୋଲି ଅଭିଯୋଗ କରିଥିଲେ ନରୀ। ଏନେଇ କିଛିଦିନ ତଳେ FIR କରିଥିଲେ। ଯାହାର ୨ଦିନ ପରେ ଯାତ୍ରା ମାଲିକ ସଂଘ ତାଙ୍କୁ ବ୍ୟାନ କରିଥିଲେ। ଏବେ ଘଣଟାର CCTV ଭିଜୁଆଲ ସାମ୍ନାକୁ ଆସିଥିବା ବେଳେ ତଦନ୍ତ କେଉଁ ଦିଗକୁ ଯାଉଛି ଦେଖିବାକୁ ବାକି ରହିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Nari_1744092267.jpg)