Advertisment

ରିଲିଜ୍ ହେଲା ‘ଡେଲିଭରି ବୟ-2’

ମୌଳିକ କାହାଣୀ ସହିତ ସମାଜରେ ଘଟୁଥିବା କିଛି ଘଟଣାକୁ ନେଇ ଚଳଚ୍ଚିତ୍ରଟି ଗତିଶୀଳ । ତେଣୁ ପୂଜା ବଜାରରେ ଚଳଚ୍ଚିତ୍ରକୁ ଭଲ ପାଇବା ମିଳିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

Delivery Boy-2

Delivery Boy-2

Advertisment

ପବିତ୍ର ଶ୍ରୀଗଣେଶ ଚତୁର୍ଥୀରେ ଆଜି ବଡ଼ ପରଦାରେ ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ଡେଲିଭରି ବୟ-୨ । ମଲ୍ଟି ଷ୍ଟାରର ଏହି ଫିଲ୍ମ ଗଣମାଧ୍ୟମର ଦାୟିତ୍ୱବୋଧ ଓ ସାମାଜିକ ଗଣମାଧ୍ୟମର ଅପବ୍ୟବହାରକୁ ନେଇ ଗତିଶୀଳ ହେଉଛି । ଜଣେ ଡେଲିଭରି ବୟର ସଂଘର୍ଷ ଓ ତାଙ୍କ ଜୀବନର ଅକୁହା କଥା ଏଥିରେ ଦର୍ଶାଯାଇଛି ।

Advertisment

ମୌଳିକ କାହାଣୀ ସହିତ ସମାଜରେ ଘଟୁଥିବା କିଛି ଘଟଣାକୁ ନେଇ ଚଳଚ୍ଚିତ୍ରଟି ଗତିଶୀଳ । ତେଣୁ ପୂଜା ବଜାରରେ ଚଳଚ୍ଚିତ୍ରକୁ ଭଲ ପାଇବା ମିଳିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ଅଶ୍ବିନୀ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜକ ଓ କାହାଣୀ ଲେଖିଛନ୍ତି ଜେଆରଏମ ।

ମୁଖ୍ୟ ଭୂମିକାରେ ଅଛନ୍ତି ଅର୍ଚ୍ଚିତା, ଶୈଳେନ୍ଦ୍ର, ବୁଦ୍ଧାଦିତ୍ୟ, ପ୍ରିୟମ୍ବଦା, ଶ୍ରୀତମ, ପୁପିନ୍ଦର, ସୁଶାନ୍ତ ଦାସ ମହାପାତ୍ର । ଗୀତ ଲେଖିଛନ୍ତି ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀ । ଆଉ ଗୀତ ଗୁଡ଼ିକୁ ସଙ୍ଗୀତରେ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ । କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ଅନନ୍ୟା ଶ୍ରୀତମ ନନ୍ଦ, ଅନ୍ତରା ଓ ମଣ୍ଟୁ ଛୁରିଆ ।

Advertisment

ଫିଲ୍ମ ସମ୍ପର୍କରେ ଅଧିକ ଆଲୋଚନା ପାଇଁ ଆମ ସହ ଯୋଡ଼ି ହୋଇଛନ୍ତି ଫିଲ୍ମର ଷ୍ଟାରକାଷ୍ଟ । ସ୍ବାଗତ କରିବା ସମସ୍ତଙ୍କୁ । ଆମ ସହ ଅଛନ୍ତି ଅର୍ଚ୍ଚିତା, ଶୈଳେନ୍ଦ୍ର ଓ ଶ୍ରୀତମ ଦାସ ।

Odia Film
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ