Advertisment

ଓଡ଼ିଆ ବୋହୂ ପିନ୍ଧିଲେ ସୁନ୍ଦରୀ ମୁକୁଟ

ପୂର୍ବରୁ ସେ ଜଣେ ମେକାପ ଆଟିଷ୍ଟ ଭାବେ ବିଭିନ୍ନ ର୍କୋସ କରି ପରିଚିତ ଥିଲେ। ସେ ଇଣ୍ଟରନେଟରୁ ମଡେଲିଂ ବିଷୟରେ ଜାଣିବାକୁ ପାଇ ସେଥିପ୍ରତି ମନ ବଳାଇଥିଲେ। ଦିଲ୍ଲୀର ଏକ ହୋଟେଲରେ ଆୟୋଜିତ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ଭାଗ ନେଇଥିଲେ।

ଅଦ୍ୟତନ ହୋଇଛି
 ଅଭିପ୍ସା ଦାସ ଦେ

ଅଭିପ୍ସା ଦାସ ଦେ

Advertisment

ବାରିପଦା(ମାନିକ୍ ଲାଲ୍ ପାଣି): ଓଡ଼ିଆ ବୋହୂ ପିନ୍ଧିଲେ ସୁନ୍ଦରୀ ମୁକୁଟ। ବାରିପଦାର ବୋହୂ ଅଭିପ୍ସା ଦାସ ଦେ ଭାଗ ନେଇ ମୁକୁଟ ଜିତିଛନ୍ତି। ଅଭିପ୍ସାଙ୍କ ଜନ୍ମ ଝାରସୁଗୁଡ଼ା ଜିଲ୍ଲା ହୋଇଥିବା ବେଳେ ସେ ବାରିପଦାରେ ବିବାହ କରିଛନ୍ତି। ଦିଲ୍ଲୀରେ ଆୟୋଜିତ ଟିସ୍କା ମିସ୍ ୟୁନିଭର୍ସରେ ସାଉଥି ଜୋନରୁ ସେ ଏହି ମୁକୁଟ ହାସଲ କରିଛନ୍ତି। 

Advertisment
ମିସେସ୍ ଇଣ୍ଡିଆ ପ୍ରତିଯୋଗିତାମିସେସ୍ ଇଣ୍ଡିଆ ପ୍ରତିଯୋଗିତା

ପୂର୍ବରୁ ସେ ଜଣେ ମେକପ ଆର୍ଟିଷ୍ଟ ଭାବେ ବିଭିନ୍ନ ର୍କୋସ କରି ପରିଚିତ ଥିଲେ। ସେ ଇଣ୍ଟରନେଟରୁ ମଡେଲିଂ ବିଷୟରେ ଜାଣିବାକୁ ପାଇ ସେଥିପ୍ରତି ମନ ବଳାଇଥିଲେ। ଦିଲ୍ଲୀର ଏକ ହୋଟେଲରେ ଆୟୋଜିତ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ଭାଗ ନେଇଥିଲେ। ଦେଶ ଓ ବିଦେଶରୁ ଆସିଥିବା ୭୦ଜଣ ପ୍ରତିଯୋଗୀଙ୍କୁ ସେ ପଛରେ ପକାଇ ସେ ଏହି ମୁକୁଟ ହାସଲ କରିଛନ୍ତି।

ଆଗକୁ ଯୁବ ପିଢ଼ିଙ୍କୁ ଫ୍ୟାଶନ ଏବଂ ମଡେଲିଂ ବିଷୟରେ ଶିକ୍ଷା ଦେବାସହ ସମାଜ ସେବା କରିବାର ଇଛା ରଖିଛନ୍ତି। ଗୋଟିଏ ଝିଅ ବିବାହ ପରେ ତାର ସ୍ୱାଧୀନତା ପରିଧି ଭିତରେ ରହିଯିବା କଥା ଭୁଲ ପ୍ରମାଣିତ କରି ଦେଖାଛନ୍ତି ଅଭିପ୍ସା। ମ୍ୟାରେଜ୍‌ ପରେ ପରିବାରକୁ ସମ୍ଭାଳିବା ସହ ନିଜ ଲକ୍ଷ୍ୟ ହାସଲ ପାଇଁ ସେ ପରିଶ୍ରମ କରିଛନ୍ତି।

Advertisment
Odisha Odia Bohu Misses India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ