• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଉ ନାହାନ୍ତି ରାଇମୋହନ ପରିଡ଼ା । ଓଲିଉଡ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି । ଦୀର୍ଘ ଦିନ ଧରି ଓଲିଉଡ୍‌ ଓ ଯାତ୍ରା ଜଗତରେ ଦମ୍‌ଦାର୍‌ ଖଳନାୟକ ଭାବେ ରାଜ କରିବା ପରେ ସେ ଆଜି ଆରପାରିକୁ ଚାଲିଯାଇଛନ୍ତି । ଭୁବନେଶ୍ୱର ପଳାଶୁଣି ପ୍ରାଚୀ ବିହାରସ୍ଥିତ ତାଙ୍କ ନିଜସ୍ୱ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି । ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଠାବ କରାଯାଇଛି । ରାଇମୋହନ ଜଣେ ଲୋକପ୍ରିୟ ଅଭିନେତା ଥିଲେ । ଦର୍ଶକଙ୍କ ମନରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଥିଲା ।

ନିଜ ଅଭିନୟ ଯାଦୁରେ ସେ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ । ତାଙ୍କ ବିୟୋଗରେ ଏବେ ପୁରା ଓଲିଉଡ୍ ଜଗତ ସ୍ତବ୍ଧ ହୋଇଯାଇଛି । ହଠାତ ଆତ୍ମହତ୍ୟା ଭଳି ପଦକ୍ଷେପ ସେ କାହିଁକି ନେଲେ ସେନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ । ମୃତ୍ୟୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ସ୍ଥାନୀୟ ଲୋକ ଏବେ ରାଇମୋହନଙ୍କ ଘର ସାମ୍ନାରେ ଭିଡ଼ ଜମାଇଛନ୍ତି ।

୧୦ ଜୁଲାଇ ୧୯୬୩ ମସିହାରେ ରାଇମୋହନ ପରିଡ଼ାଙ୍କ ଜନ୍ମ । 'ସାଗର' ଚଳଚ୍ଚିତ୍ର ଦ୍ୱାରା ସେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ । ୧୯୯୧-୯୨ରେ ସେ ପ୍ରଥମେ ଅଶ୍ରୁମୋଚନ ମହାନ୍ତିଙ୍କ ସହ ମିଶି ତାରିଣୀ ଗଣନାଟ୍ୟର ନାଟକ ଭଙ୍ଗା ଆଇନାରେ ନିର୍ଦ୍ଦେଶନା ଦେଇଥିଲେ ।

ଆଉ ତାପରେ ଆରମ୍ଭ ହୋଇଥିଲା ରାଇମୋହନଙ୍କ ଅଭିନୟ ଯାତ୍ରା । ୧୯୮୪ ମସିହାରେ ଫିଲ୍ମ ‘ଗଙ୍ଗ ଶିଉଳି’ରେ ଅଭିନୟ କରି ଦର୍ଶକଙ୍କ ମନକୁ ଜିଣିଥିଲେ । ଏହାପରେ ତାଙ୍କ କ୍ୟାରିଅରରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ୨୦୧୧ରେ ବନ୍ଧନ, ୨୦୧୦ରେ ଆସିବୁ କେବେ ସାଜି ମୋ, ରାଣୀ, ୨୦୧୦ରେ ତୁ ଥିଲେ ମୋ ଡର କାହାକୁ, ୨୦୦୮ରେ ନେଇଯା'ରେ ମେଘ ମତେ, ୨୦୦୮ରେ ଛାତି ଚିରି ଦେଲେ ତୁ, କାଳିଶଙ୍କର (୨୦୦୭), ତୋ ବିନା ମୋ କାହାଣି ଅଧା (୨୦୦୭), ତୋ ପାଇଁ ନେବି ମୁଁ ସହେ ଜନମ (୨୦୦୭), ଦେ ମା ଶକ୍ତି ଦେ (୨୦୦୬), ରକତେ ଲେଖିଛି ନାଁ (୨୦୦୬), ତୁ ଏକା ଆମ ସାହା ଭରସା (୨୦୦୬), ବାବୁ ଆଇ ଲଭ୍ ୟୁ (୨୦୦୫), କଣ୍ଢେଇ ଆଖିରେ ଲୁହ (୨୦୦୪), ଯେ ପାଞ୍ଚେ ପର ମନ୍ଦ (୨୦୦୩), ସତ ମିଛ (୨୦୦୩), ସୁନା ସଂଖାଳି (୨୦୦୩), ବିଧାତା (୨୦୦୩), ମା ମଙ୍ଗଳା (୨୦୦୨), ସମୟ ଖେଳୁଛି ଚକା ଭଉଁରି (୨୦୦୨), ସରପଞ୍ଚ ବାବୁ (୨୦୦୨), ଧର୍ମ ଦେବତା (୨୦୦୧), ଧର୍ମ ନିକିତୀ (୧୯୯୯), ଜୟ ଶ୍ରୀରାମ (୧୯୯୯), ସିଂହବାହିନୀ (୧୯୯୮), ଲକ୍ଷେ ଶିବ ପୂଜି ପାଇଛି ପୁଅ (୧୯୯୭), ପୁଅ ମୋର ଜଗତ ଜିତା (୧୯୯୭), ସୁନା ସଂସାର (୧୯୯୭), କୁଳ ନନ୍ଦନ (୧୯୯୫), ମଣୀ ନାଗେଶ୍ୱରି (୧୯୯୫), ମୋ ମନ ଖାଲି ତୁମରି ପାଇଁ (୧୯୯୫), ରଣଭୂମି (୧୯୯୫), ଏମିତି ଭାଇ ଯଗତେ ନାହିଁ (୧୯୯୪), ନାଗ ଜ୍ୟୋତି (୧୯୯୪), ସାଗର ଗଙ୍ଗା (୧୯୯୪), ସୁନା ଭାଉଜ (୧୯୯୪), ଦାଦାଗିରି (୧୯୯୪), ନାଗ ଜ୍ୟୋତି (୧୯୯୩), ଉଦଣ୍ଡି ସୀତା (୧୯୯୨), କୋଟିଏ ମଣିଷ ଗୋଟିଏ ଜଗା (୧୯୯୧), ହସ ଲୁହ ଭରା ଦୁନିଆଁ (୧୯୯୦), ହିସାବ କରିବ କାଳିଆ (୧୯୯୦), ସାଗର (୧୯୮୯), ଆସୁଛି ମୋ କାଳିଆସୁନା (୧୯୮୯), ଚକାଆଖି ସବୁ ଦେଖୁଛି (୧୯୮୭), ସହରୀ ବାଘ (୧୯୮୫), ଗଙ୍ଗ ଶିଉଳି (୧୯୮୪) ।