Advertisment

ଅସୁବିଧାରେ ମହାଭାରତର 'ଶ୍ରୀକୃଷ୍ଣ'; ବିଚ୍ଛେଦ ପତ୍ନୀଙ୍କ ଦାବି, ବିକ୍ରିହେବ ସମ୍ପତ୍ତି !

ମହାଭାରତର 'ଶ୍ରୀକୃଷ୍ଣ' ଅର୍ଥାତ୍ ଅଭିନେତା ନୀତୀଶ ଭରଦ୍ୱାଜ ତାଙ୍କର ଦ୍ୱିତୀୟ ପତ୍ନୀ ଆଇଏଏସ୍ ସ୍ମିତାଙ୍କ ସହ ଚାଲିଥିବା ବିବାଦ କାରଣରୁ ଆଜିକାଲି ଆଲୋଚ୍ୟର ବିଷୟ ପାଲଟିଛନ୍ତି। ଛାଡପତ୍ର ପ୍ରକ୍ରିୟା ମଧ୍ୟରେ ନୀତୀଶ ଭରଦ୍ୱାଜ ଏବଂ ତାଙ୍କ ପତ୍ନୀ ସ୍ମିତାଙ୍କ ମଧ୍ୟରେ ମତଭେଦ ବଢିବାରେ ଲଗିଛି।

author-image
Pramod Behera
ଅଦ୍ୟତନ ହୋଇଛି
nitish bharadwaj wife seeks help of court for sale of actor property

nitish bharadwaj wife seeks help of court for sale of actor property

ମହାଭାରତର 'ଶ୍ରୀକୃଷ୍ଣ' ଅର୍ଥାତ୍ ଅଭିନେତା ନୀତୀଶ ଭରଦ୍ୱାଜ ତାଙ୍କର ଦ୍ୱିତୀୟ ପତ୍ନୀ ଆଇଏଏସ୍ ସ୍ମିତାଙ୍କ ସହ ଚାଲିଥିବା ବିବାଦ କାରଣରୁ ଆଜିକାଲି ଆଲୋଚ୍ୟର ବିଷୟ ପାଲଟିଛନ୍ତି। ଛାଡପତ୍ର ପ୍ରକ୍ରିୟା ମଧ୍ୟରେ ନୀତୀଶ ଭରଦ୍ୱାଜ ଏବଂ ତାଙ୍କ ପତ୍ନୀ ସ୍ମିତାଙ୍କ ମଧ୍ୟରେ ମତଭେଦ ବଢିବାରେ ଲଗିଛି।

Advertisment

ନିକଟରେ ଅଭିନେତା ତାଙ୍କ ବିଚ୍ଛିନ୍ନ ପତ୍ନୀ ସ୍ମିତାଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣି ପୋଲିସ ନିକଟରେ ଅଭିଯୋଗ କରିଥିଲେ। ତେବେ ତାଙ୍କ ପତ୍ନୀଙ୍କ ବିବୃତ୍ତି ମଧ୍ୟ ବାହାରକୁ ଆସିଛି ଏବଂ ସେ ନୀତୀଶଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ବର୍ତ୍ତମାନ ନୀତୀଶ ଭରଦ୍ୱାଜଙ୍କ ସମ୍ପତ୍ତି ବିକ୍ରି କରିବାକୁ ସ୍ମିତା କୋର୍ଟଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି।

ନୀତୀଶ ଭରଦ୍ୱାଜଙ୍କ ଅଭିଯୋଗ ମଧ୍ୟରେ 'ଶ୍ରୀକୃଷ୍ଣ'ଙ୍କ ଦ୍ୱିତୀୟ ପତ୍ନୀ କୋର୍ଟରେ ପହଞ୍ଚିଛନ୍ତି। ନୀତୀଶ ଭରଦ୍ୱାଜଙ୍କ ସମ୍ପତ୍ତି ବିକ୍ରି ପାଇଁ ସେ କୋର୍ଟଙ୍କ ସହାୟତା ଲୋଡିଛନ୍ତି। ତେବେ ଆସନ୍ତୁ ଜାଣିବା ଆଇଏଏସ୍ ସ୍ମିତାଙ୍କ ଓକିଲ ଚିନ୍ମୟ ବୈଦ୍ୟ ଏ ବିଷୟରେ କ’ଣ କହିଛନ୍ତି।

Advertisment

ଏକ ରିପୋର୍ଟରୁ ଜଣାପଡିଛି ଯେ, ୨୩ ଫେବୃଆରୀରେ ନୀତୀଶଙ୍କ ସମ୍ପତ୍ତି ବିକ୍ରି ପାଇଁ ସ୍ମିତା ମୁମ୍ବାଇର ଫ୍ୟାମିଲି କୋର୍ଟରୁ ସାହାଯ୍ୟ ମାଗିଛନ୍ତି। ଛାଡପତ୍ର ବଦଳରେ ସେ ଟଙ୍କା ମାଗିଛନ୍ତି।

ସ୍ମିତା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ନୀତୀଶ ଝିଅମାନଙ୍କର ପ୍ରତିପୋଷଣ ପାଇଁ ଗୋଟିଏ ଟଙ୍କା ଦେଉ ନାହାଁନ୍ତି, କିନ୍ତୁ ଝିଅମାନଙ୍କ ଖର୍ଚ୍ଚ ପାଇଁ ପ୍ରତି ମାସରେ ୧୦,୦୦୦ ଟଙ୍କା ଲେଖାଏଁ ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ନୀତୀଶ ଭରଦ୍ୱାଜଙ୍କ ପ୍ରତିଶ୍ରୁତି ଅନୁଯାୟୀ ତାଙ୍କ ଦୁଇ ଝିଅଙ୍କ ପାଇଁ ପ୍ରତିମାସରେ ୧୦,୦୦୦ ଟଙ୍କା ଲେଖାଏଁ ଦେବାକୁ ସ୍ମିତା କୋର୍ଟରେ ଏକ ଆବେଦନ କରିଛନ୍ତି। ଏହି ଆବେଦନକୁ ‘ଡାର୍କହାଷ୍ଟ’ କୁହାଯାଏ। ଏହି ସୂତ୍ରରୁ ଜଣାପଡିଛି ଯେ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ଆଧାର କରି କୋର୍ଟ ଏହି ପ୍ରତିବଦ୍ଧତାକୁ ରେକର୍ଡ କରିଛନ୍ତି।

ନୀତୀଶଙ୍କ ପୂର୍ବତନ ପତ୍ନୀ ତାଙ୍କ ପୁରୁଣା ଜିନିଷ ବିକ୍ରୟ ପାଇଁ କୋର୍ଟରେ ଆବେଦନ କରିଛନ୍ତି, ଯାହା ଦ୍ୱାରା ସେ ସେହି ଜିନିଷରୁ ପ୍ରାପ୍ତ ଟଙ୍କା ସହିତ ନିଜ ଝିଅମାନଙ୍କର ପ୍ରତିପାଳନ କରିପାରିବେ।

ଯେତେବେଳେ ଆଇଏଏସ୍ ସ୍ମିତାଙ୍କ ଓକିଲ ଚିନ୍ମୟ ବୈଦ୍ୟଙ୍କୁ ଏ ବିଷୟରେ ଅଧିକ ସୂଚନା ମଗାଗଲା, ସେ କିଛି କହିବାକୁ ମନା କରିଦେଇଥିଲେ। କେବଳ ଏତିକି କହିଥିଲେ ଯେ “ମୁଁ କେବଳ ଏତିକି କହିପାରିବି ଯେ ପରିବାର କୋର୍ଟରେ ଏକ ଡାର୍କହୋଷ୍ଟ ଦାଖଲ କରାଯାଇଛି ଏବଂ ଏହି ମାମଲା ବିଚାରଧିନ ଅଛି। ତେଣୁ, ମୁଁ ବର୍ତ୍ତମାନ ଏ ବିଷୟରେ ମନ୍ତବ୍ୟ ଦେଇପାରିବି ନାହିଁ।”

Mahabharata TV Actors
Advertisment
Advertisment