Advertisment

ରଣବୀରଙ୍କ 'ରାମାୟଣ'ର ବଜେଟ୍ ଶୁଣିଲେ ଉଡିଯିବ ହୋସ୍; ଜାଣନ୍ତୁ କେତେ କୋଟି ଖର୍ଚ୍ଚ

ଫିଲ୍ମ 'ରାମାୟଣ' ରିଲିଜ୍ ହେବା ପୂର୍ବରୁ ଏକ ନୂଆ ରେକର୍ଡ ସୃଷ୍ଟି କରିସାରିଛି। ଏହି ପୌରାଣିକ ଫିଲ୍ମ 'ରାମାୟଣ: ପାର୍ଟ ୧'ର ବଜେଟ୍ ୧୦୦ମିଲିୟନ୍ ଆମେରିକୀୟ ଡଲାର ଅର୍ଥାତ୍ ୮୩୫ କୋଟି ଟଙ୍କା ହେବ।

ଅଦ୍ୟତନ ହୋଇଛି
Nitesh tiwari Ramayana is more expensive than adipurush rrr

Nitesh tiwari Ramayana is more expensive than adipurush rrr

Advertisment

ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ହେଉଥିବା ଫିଲ୍ମ 'ରାମାୟଣ'କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଫିଲ୍ମର ସେଟ୍‌ରୁ ଫଟୋ ଏବଂ ଭିଡିଓ ଲିକ୍ ହେଉଛି। ଏହି ଫଟୋ ଏବଂ ଭିଡିଓ ଦେଖି ଲୋକମାନେ ପୂର୍ବ ଅପେକ୍ଷା ଅଧିକ ଉତ୍ସାହିତ ହେଉଛନ୍ତି। ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ଏକ ନୂଆ ରେକର୍ଡ ସୃଷ୍ଟି କରିସାରିଛି।

Advertisment

ଏହି ଫିଲ୍ମରେ ରଣବୀର କପୁର ଏବଂ ସାଇ ପଲ୍ଲଭୀ ରାମ ଏବଂ ସୀତା ଭୂମିକାରେ ନଜର ଆସିବେ। ଏହି ଫିଲ୍ମଟି ଭାରତରେ ନିର୍ମିତ ସବୁଠୁ ଦାମୀ ଫିଲ୍ମ ତାଲିକାରେ ସାମିଲ ହୋଇସାରିଛି। ଏହି ପୌରାଣିକ ଫିଲ୍ମ 'ରାମାୟଣ: ପାର୍ଟ ୧'ର ବଜେଟ୍ ୧୦୦ମିଲିୟନ୍ ଆମେରିକୀୟ ଡଲାର ଅର୍ଥାତ୍ ୮୩୫ କୋଟି ଟଙ୍କା ହେବ।

ଏହି ଫିଲ୍ମ ସହିତ ଜଡିତ ଜଣେ ବ୍ୟକ୍ତି ପ୍ରକାଶ କରିଛନ୍ତି ଯେ ନିର୍ମାତା ଏହି ଫିଲ୍ମକୁ ଆନ୍ତର୍ଜାତୀୟ ସ୍ତରରେ ନିର୍ମାଣ କରୁଛନ୍ତି। ଏଥିପାଇଁ ଆନୁମାନିକ ମେଗା ବଜେଟ୍ ୮୩୫ କୋଟି ଟଙ୍କା ସ୍ଥିର କରାଯାଇଛି। ସୂତ୍ରରୁ ପ୍ରକାଶ ଯେ, "ରାମାୟଣ" ଫ୍ରାଞ୍ଚାଇଜ୍‌ରେ ପାଣି ପରି ଟଙ୍କା ଖର୍ଚ୍ଚ କରିବାକୁ ନାମିତ ମଲହୋତ୍ରା ପ୍ରସ୍ତୁତ ଅଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ସୁଟିଂ ସେଟ୍‌ରୁ ଭାଇରାଲ୍ ହେଉଛନ୍ତି ‘ରାମ-ସୀତା’; ଜଣା ନାହିଁ କେଉଁଠି ହେଉଛି ସୁଟିଂ

କୁହାଯାଇଛି ଯେ ଏହା ଏପରି ଏକ ଫିଲ୍ମ ହେବ ଯାହାର ଭିଜୁଆଲ୍ ଇଫେକ୍ଟ ଦର୍ଶକଙ୍କୁ ବହୁତ ପ୍ରଭାବିତ କରିବ। ୨୦୨୨ ବ୍ଲକ୍‌ବଷ୍ଟର୍‌ ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୁର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହି ଚଳଚ୍ଚିତ୍ରର ବଜେଟ୍ ଥିଲା ୪୫୦ କୋଟି ଟଙ୍କା। ଚଳଚ୍ଚିତ୍ରଟି ବଜେଟ୍ ଠାରୁ ଅଧିକ ରୋଜଗାର କରିଥିଲା। ଏବେ ରଣବୀର 'ରାମାୟଣ' ସହିତ ହିନ୍ଦୀ ସିନେମା ପାଇଁ ଏକ ନୂଆ ଟ୍ରେଣ୍ଡ୍ ସୃଷ୍ଟି କରିବାକୁ ଯାଉଛନ୍ତି।

Advertisment

‘RRR’, ‘ଆଦିପୁରୁଷ’ ଏବଂ ‘କଲ୍କୀ ୨୮୯୮ଏଡି’ ଭଳି ଫିଲ୍ମର ବଜେଟ୍ ପାଖାପାଖି ୫୦୦କୋଟିରେ ସୀମିତି ଥିବାବେଳେ ‘ରାମାୟଣ’ ସେସବୁର ରେକର୍ଡ ଭାଙ୍ଗିଛି। ରିପୋର୍ଟ ଅନୁଯାୟୀ, ଫିଲ୍ମର ପୋଷ୍ଟ ପ୍ରଡକ୍ସନ୍ କାମ ୬୦୦ ଦିନ ଲାଗିବ। ଗତ ମାସରୁ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ଏହି ଫିଲ୍ମ ୨୦୨୬ରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି।

Bollywood Ranbir Kapoor Sai Pallavi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ