/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657793932.jpg)
Special story
ଅଭିନେତ୍ରୀଙ୍କୁ ସ୍ତ୍ରୀ କରିବାକୁ ବ୍ୟବସାୟୀଙ୍କ ଅଫର୍ । 'ଟ୍ରାଫିକ୍ ସିଗନାଲ୍' ଏବଂ 'ଗରମ ମସାଲା' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ନୀତୁ ଚନ୍ଦ୍ରା ଏପରି ଏକ ଖୁଲାସା କରିଛନ୍ତି, ଯାହା ଶୁଣି ସମସ୍ତଙ୍କ ହୋସ୍ ଉଡ଼ିଯିବ। ନିକଟରେ ଏକ ସାକ୍ଷାତକାରରେ ସେ ତାଙ୍କ ଦୁଃଖ ବଖାଣିଛନ୍ତି । ଅନେକ ସିନେମା ଫ୍ଲପ୍ ହେବା ପରେ ତାଙ୍କ ପାଖରେ କିଛି କାମ ନଥିଲା । ଆଉ ସେହି ସମୟରେ ଜଣେ ବ୍ୟବସାୟୀ ମାସକୁ ୨୫ ଲକ୍ଷ ଟଙ୍କା ଦେଇ ପ୍ରତିବଦଳରେ ତାଙ୍କ ପତ୍ନୀ ହେବାକୁ ପ୍ରସ୍ତାବ ଦେଇଥିଲେ । ସେହିପରି ଅଡିସନ ବିଷୟରେ ମଧ୍ୟ ସେ ସାକ୍ଷାତକାରରେ ଆଲୋଚନା କରିଛନ୍ତି । କାଷ୍ଟିଂ ନିର୍ଦ୍ଦେଶକ ତାଙ୍କୁ ଦେଖୁ ଦେଖୁ ହିଁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ।
ନିତୁ ଚନ୍ଦ୍ରା ଦୀର୍ଘ ଦିନ ଧରି ବଲିଉଡରୁ ଦୂରେଇ ଅଛନ୍ତି । ବଲିଉଡରେ ଅନେକ ଫ୍ଲପ୍ ସିନେମାରେ ୨୦୧୭ରେ ସେ ଦୁଇଟି ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ନୀତୁ ଚନ୍ଦ୍ରା ଏବେ Never Back Down: Revot ହଲିଉଡ ସିନେମା ଡେବ୍ୟୁ କରିଛନ୍ତି । 'ବଲିଉଡ ହଙ୍ଗାମା'କୁ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ନୀତୁ ଚନ୍ଦ୍ରା ନିଜର କଷ୍ଟଦାୟକ ସମୟକୁ ମନେ ପକାଇଛନ୍ତି । ଜଣେ ବଡ଼ ବ୍ୟବସାୟୀ ତାଙ୍କୁ ଦରମାନିଆ ସ୍ତ୍ରୀ ହେବାକୁ ଅଫର୍ ଦେଇଥିଲେ । ମାସକୁ ୨୫ଲକ୍ଷ ଟଙ୍କା ଦେଇ ବେତନ ପ୍ରାପ୍ତ ପତ୍ନୀ ଭାବରେ ରହିବାକୁ ପଡ଼ିଥାଆନ୍ତା ।
ଅନ୍ୟପଟେ ନୀତୁ କହିଛନ୍ତି, ବର୍ତ୍ତମାନ ମୋ ପାଖରେ ନା ଟଙ୍କା ଅଛି ନା କାମ । ବର୍ତ୍ତମାନ ମୁଁ ଭୟଭୀତ ଅବସ୍ଥାରେ ରହିଛି । ପରିଶ୍ରମ କରିବା ପରେ ମଧ୍ୟ ଲାଗୁଛି ସିନେ ଜଗତରେ ଯେପରି ମୋର କୌଣସି ଆବଶ୍ୟକତା ନାହିଁ ।
ସୂଚନାଯୋଗ୍ୟ ନିତୁ ଚନ୍ଦ୍ରା ୨୦୦୫ରେ ଅକ୍ଷୟ କୁମାର ଏବଂ ଜନ୍ ଆବ୍ରାହମଙ୍କ ସହିତ 'ଗରମ ମସାଲା' ରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ସେ 'ଟ୍ରାଫିକ୍ ସିଗନାଲ୍', 'ୱାନ୍ ଟୁ ଥ୍ରୀ', '୧୩ ବି', 'ଆପାର୍ଟମେଣ୍ଟ୍' ଏବଂ 'ଓକେ ଲକି ଓଏ' ଭଳି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ନିତୁ ଚନ୍ଦ୍ରା ଅନେକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)