Advertisment

ଶାହାରୁଖଙ୍କ ଘରେ NCB, ଅନନ୍ୟା ପାଣ୍ଡେଙ୍କୁ ପଚରାଉଚୁରା

ଶାହାରୁଖଙ୍କ ଘର ମନ୍ନତରେ ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋ(NCB) ଚଢଉ କରିଛି । ମନ୍ନତରେ ହାଉସରେ ବହୁ ତଲାସୀ ଆରମ୍ଭ କରିଛି ଏନସିବି । ତେବେ ଏହା ପୂର୍ବରୁ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ମଧ୍ୟ NCB ରେଡ୍‌ କରିଛି । ଏହା ସହ ଅନନ୍ୟାଙ୍କୁ ଏନସିବି ଅଫିସରେ ଦିନ ଦ୍ୱିପହରରେ ହାଜର ହେବାକୁ ସମନ ଜାରି କରାଯାଇଛି ।

ଅଦ୍ୟତନ ହୋଇଛି
NCB's ascent sharukh's house

NCB's ascent sharukh's house

Advertisment

 ମୁମ୍ବାଇ: ଦିନକୁ ଦିନ ବଢୁଛି ଶାହାରୁଖ ଖାନଙ୍କ ଅଡ଼ୁଆ । ଡ୍ରଗ୍ସ ଲିଙ୍କ ମାମଲାରେ ଆର୍ୟ୍ୟନ ଜେଲରେ ଥିବା ବେଳେ ଏବେ ଏନସିବି ଟାର୍ଗେଟରେ ବଲିଉଡର ବାତ୍ସା ଶାହରୁଖ ଖାନ୍  । ଶାହାରୁଖଙ୍କ ଘର ମନ୍ନତରେ ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋ(NCB) ଚଢଉ କରିଛି । ମନ୍ନତରେ ହାଉସରେ ବହୁ ତଲାସୀ ଆରମ୍ଭ କରିଛି ଏନସିବି । ତେବେ ଏହାପୂର୍ବରୁ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ମଧ୍ୟ NCB ରେଡ୍‌ କରିଛି । ଏହା ସହ ଅନନ୍ୟାଙ୍କୁ ଏନସିବି ଅଫିସରେ ହାଜର ହେବାକୁ ସମନ ଜାରି କରାଯାଇଛି ।

Advertisment

ସୂଚନା ଅନୁସାରେ ଆର୍ଯ୍ୟନଙ୍କ ଫୋନରୁ ଚାଟିଂରେ ଅନନ୍ୟା ପାଣ୍ଡେଙ୍କ ସଂପର୍କରେ ଜାଣିବାକୁ ପାଇଥିଲା ଏନସିବି । ୨ ଦିନ ପୂର୍ବରୁ ଯେ ଜଣେ ଅଭିନେତ୍ରୀଙ୍କ ସହିତ ଆର୍ଯ୍ୟନ ଡ୍ରଗ୍ସ ନେଇ ହ୍ୱାଟ୍ସଆପ୍‌ରେ ଚାଟ୍ କରିଥିଲେ ବୋଲି ସୂଚନା ମିଳିଥିଲା।  ସେହି ଚାଟ୍ ମେସେଜ୍‌ ଗୁଡ଼ିକୁ ଏନ୍‌ସିବି କୋର୍ଟରେ ମଧ୍ୟ ଦାଖଲ କରିଥିଲା।

Advertisment

ସୂଚନା ଅନୁସାରେ  ମୁମ୍ବାଇ କ୍ରୁଜ୍ ପାର୍ଟି ଡ୍ରଗ୍ସ ମାମଲାରେ ଏନ୍‌ସିବି ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିଛି। ସେ ଏବେ ଜେଲ୍‌ରେ ଅଛନ୍ତି। ମୁମ୍ବାଇର ଏକ ସ୍ପେଶାଲ୍ କୋର୍ଟରେ ଦୁଇ ଥର ତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଏହା ପରେ ଗତକାଲି ତାଙ୍କ ଓକିଲ ବମ୍ବେ ହାଇକୋର୍ଟ ଯାଇଛନ୍ତି। ତାଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଆସନ୍ତା ମଙ୍ଗଳବାର ଶୁଣାଣି କରିବେ। ଆର୍ୟନ ଖାନ୍‌ଙ୍କ ସମେତ ଅରବାଜ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ଜାମିନ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି ।

Bollywood Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ