Advertisment

ବାହା ନହୋଇ ଆଗୁଆ ମାଆ ହେବା ପ୍ରସଙ୍ଗରେ ମୁହଁ ଖୋଲିଲେ ଜୟାଙ୍କ ନାତୁଣୀ ନଭ୍ୟା

ଜୟା କହିଥିଲେ ଯେ- ମୋର ଏହି ମନ୍ତବ୍ୟ ଶୁଣିବା ପରେ କିଛି ଲୋକମାନେ ଆପତ୍ତି ଉଠାଇପାରନ୍ତି।

ଅଦ୍ୟତନ ହୋଇଛି
Navya Nanda

Navya Nanda

Advertisment

ବାହା ନହୋଇ ଆଗୁଆ ମାଆ ହେଲେ କୌଣସି ଅସୁବିଧା ନାହିଁ। ଏକଥା କହିଥିଲେ ବଲିଉଡ୍‌ର ଭେଟେରାନ୍ ଅଭିନେତ୍ରୀ ଜୟା ବଚ୍ଚନ। ସେ ଏପରି ଶିକ୍ଷା ତାଙ୍କ ନାତୁଣୀଙ୍କୁ ଦେଇଥିଲେ। କୌଣସି ସମ୍ପର୍କ ଲମ୍ବା ସମୟ ପାଇଁ ରଖିବାକୁ ହେଲେ ଶାରିରୀକ ସମ୍ପର୍କ ଜରୁରୀ। What The Hell Navya ପଡ୍‌କାଷ୍ଟରେ ହେଉଥିବା ବାର୍ତ୍ତାଳପରେ ଏକଥା କହିଥିଲେ ଜୟା ବଚ୍ଚନ। ନାତୁଣୀଙ୍କୁ ଜୟାଙ୍କ ଏହି ନୀତିଶିକ୍ଷା ଏବେ ଚର୍ଚ୍ଚାର ବିଷୟ ହୋଇଥିଲା।

Advertisment

ଜୟା କହିଥିଲେ ଯେ- ମୋର ଏହି ମନ୍ତବ୍ୟ ଶୁଣିବା ପରେ କିଛି ଲୋକମାନେ ଆପତ୍ତି ଉଠାଇପାରନ୍ତି। ସତକୁ ସତ ସେଇଆ ହେଲା। ଜୟାଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଗଲା। ହେଲେ ବହୁ ଦିନର ନିରବତା ପରେ ମୁହିଁ ଖୋଲିଛନ୍ତି ଜୟାଙ୍କ ନାତୁଣୀ ନଭ୍ୟା ନବେଲି ନନ୍ଦା। NDTVକୁ ଦେଇଥିବା ସାକ୍ଷାତକାରରେ ସେ ସମସ୍ତ କଥାର ଉତ୍ତର ରଖିଛନ୍ତି। 

ସେ କହିଛନ୍ତି ଯେ, ପଡ୍‌କାଷ୍ଟରେ ହୋଇଥିବା ବାର୍ତ୍ତାଳାପ ସଂମ୍ପୂର୍ଣ୍ଣ ଭାବେ ନାରୀମାନଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଆଲୋଚନା କରାଯାଇଥିଲା। ଆମେ ତାହା କରିପାରିଛୁ ବୋଲି ଆଶାବାଦୀ ଅଛି। ସେମାନଙ୍କ ରିଲେସନସିପ୍‌ ଓ ଫ୍ରେଣ୍ଡସିପ୍‌କୁ ନେଇ ମୁଁ ବହୁତ ଦୃଢବାଦୀ ଥିଲି। ଆମର ଏହି ଏପିସୋଡ୍‌ ଭାରତର ନାରୀ ସୁରକ୍ଷା ଓ ପରିଚ୍ଛନ୍ନତା ଉପରେ ରହିଥିଲା। ମୁଁ ଭାବୁଛି ଏହା ଏପରି ପ୍ଲାଟଫର୍ମ ଯେଉଁଠି ଆମେ ମୁକ୍ତ ଭାବେ କଥା ହୋଇପାରିବା ଓ ମତ ରଖିପାରିବା। 

Advertisment

ଆପଣଙ୍କ ହିସାବରେ ଭାବନ୍ତୁ, ସମସ୍ତେ ତୁମକୁ ଦେଖୁଛନ୍ତି, ତୁମେ ତୁମ ଭାବନା ଓ ମତାମତ ସମସ୍ତଙ୍କ ସହ ସେୟାର କରୁଛ। କିଛି ଲୋକ ଗ୍ରହଣ କରିବେ ବା କିଛି କରିବେନି। ଏହାହିଁ ପଡକାଷ୍ଟର ମୂଲ ତତ୍ତ୍ୱ, ଯାହା ଆପଣଙ୍କୁ ବାର୍ତ୍ତାଳାପରେ ଅନେକ ଶିକ୍ଷା ଦେବ। ଏହି ପଡକାଷ୍ଟର ଏପିସୋଡ୍‌କୁ ଲୋକଙ୍କ ବହୁତ ସମର୍ଥନ ଓ ଭଲପାଇବା ମିଳିପାରିଛି।

ବିବାହ ପୂର୍ବର ରିଲେସନସିପ୍‌କୁ ନେଇ ବଡ଼ ବୟାନ ରଖିଥିଲେ ଜୟା। ନଭ୍ୟାଙ୍କୁ ଜୟା କଣ କହିଲେ ଶୁଣନ୍ତୁ:

Advertisment

ଜୟା ତାଙ୍କ ନାତୁଣୀ ନଭ୍ୟା ନବେଲୀ ନନ୍ଦାଙ୍କୁ ବୋଲ୍ଡ ଆଡଭାଇସ୍‌ ଦେଇଥିଲେ। ‘‘କୌଣସି ସମ୍ପର୍କ ଲମ୍ବା ସମୟ ପାଇଁ ରଖିବାକୁ ହେଲେ ଶାରିରୀକ ସମ୍ପର୍କ ଜରୁରୀ ବୋଲି ଜୟା କହିଛନ୍ତି। ତାଙ୍କ ସମୟରେ ସେ ଏକ୍ସପେରିମେଣ୍ଟ କରିପାରିନାହାନ୍ତି। କୌଣସି ବି ସମ୍ପର୍କ କେବଳ ପ୍ରେମ ଓ ଖାପ ଖୁଆଇ ଚାଲିବାରେ ଲମ୍ବା ସମୟ ରହିନଥାଏ । ଆମ ସମୟରେ ଆମେ ଏପରି ଏକ୍ସପେରିମେଣ୍ଟ କରିପାରିନଥିଲୁ। ଆଜିର ପିଢି ଏପରି କାମ କରୁଛନ୍ତି, କାହିଁକି ବା ନକରିବେ? ଯଦି ଶାରିରୀକ ସମ୍ପର୍କ ନରହିବ, ତାହାହେଲେ କୌଣସି ବି ସମ୍ପର୍କ ଲମ୍ବା ସମୟ ପାଇଁ ତିଷ୍ଠି ପାରିବନି। ଏହା ନିହାତି ଜରୁରୀ ବୋଲି ମୁଁ ଭାବେ।'' 

Jaya Bachchan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ