Daman Film
୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ । ଦିଲ୍ଲୀ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରୁଛନ୍ତି । ବିଭିନ୍ନ ବର୍ଗରେ ମନୋନୀତ ଫିଲ୍ମ, ଅଭିନେତା, ଅଭିନେତ୍ରୀ, ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀଙ୍କୁ ସମ୍ମାନିତ କରୁଛନ୍ତି ରାଷ୍ଟ୍ରପତି । ସମାରୋହରେ ବଲିଉଡ୍ ସମେତ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିଜର ବହୁ ବଡ଼ ବଡ଼ ସେଲିବ୍ରିଟି ସାମିଲ ହୋଇଛନ୍ତି ।
ମାଲାୟାଲମ୍ ଫିଲ୍ମ ଆଟ୍ଟମକୁ ମିଳିଛି ଶ୍ରେଷ୍ଠ ଫିଲ୍ମ ପୁରସ୍କାର । ସେହିଭଳି କନ୍ତାରା ଫିଲ୍ମ ପାଇଁ ରିଷବ ସେଟ୍ଟୀ ଶ୍ରେଷ୍ଠ ଅଭିନେତା ଓ ଥିରୁଚିତ୍ରାମ୍ବଲମ ପାଇଁ ନିତ୍ୟା ମେନନ୍ ଓ କଚ୍ଛ ଏକ୍ସପ୍ରେସ୍ ପାଇଁ ମାନସୀ ପାରେଖ ମିଳିତ ଭାବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି । ମନୋଜ ବାଜପେୟୀଙ୍କ ଅଭିନୀତ 'ଗୁଲମୋହର' ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ପାଇଛି । ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ 'ଦମନ' କୁ ମିଳିଛି ଜାତୀୟ ସମ୍ମାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Daman_Film_1728398506.jpg)