Advertisment

Jollywood Controversy: ସବୁ ନାଟର ଗୋବର୍ଦ୍ଧନ ନାଣ୍ଡୁ ବାବୁ, ହେବେ କି ଗିରଫ !

ଚାରିଆଡେ ଯାତ୍ରା ମାଲିକ ନାଣ୍ଡୁ ବାବୁଙ୍କ କଳା କାରନାମାକୁ ନେଇ ଚର୍ଚ୍ଚା । ନରୀ ପଣ୍ଡା, ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ, ସୋନାଲିଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ସାମନ୍ତ ସିଂହାରଙ୍କ ପରେ ଏବେ ମୁହଁ ଖୋଲିଛନ୍ତି ପୂଜା । ନାଣ୍ଡୁ ବାବୁଙ୍କ ସହ ଗୋଟିଏ ରାତି ଶୋଇଲେ ସବୁ ମିଳିଯିବ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ଅଦ୍ୟତନ ହୋଇଛି
Jollywood Controversy

Jollywood Controversy

Advertisment

ଯାତ୍ରା ମାଲିକ ନାଣ୍ଡୁ ବାବୁଙ୍କ କଳା କାରନାମାକୁ ନେଇ ଥମୁନି ଚର୍ଚ୍ଚା । ଜଣକ ପରେ ଜଣେ କଳାକାର ନାଣ୍ଡୁଙ୍କ ବିରୁଦ୍ଧରେ ମୁହଁ ଖୋଲିଛନ୍ତି । ହାସ୍ୟ ଅଭିନେତା ନରୀ ପଣ୍ଡା, ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ, ଅଭିନେତ୍ରୀ ସୋନାଲିଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ସାମନ୍ତ ସିଂହାରଙ୍କ ପରେ ଏବେ ମୁହଁ ଖୋଲିଛନ୍ତି ପୂଜା । ନାଣ୍ଡୁଙ୍କ ବିରୁଦ୍ଧରେ ଅଭିନେତ୍ରୀ ପୂଜା ଆଣିଥିବା ସଙ୍ଗୀନ ଅଭିଯୋଗ ସମସ୍ତଙ୍କଠୁ ବଳିଗଲା । 

Advertisment

ନାଣ୍ଡୁ ବାବୁଙ୍କ ସହ ଗୋଟିଏ ରାତି ଶୋଇଲେ ସବୁ ମିଳିଯିବ ବୋଲି ସାଂଘାତିକ ଅଭିଯୋଗ ଆଣିଲେ ପୂଜା । ଏପରିକି ଦରମା ବି ବଢିଯିବ ବୋଲି କହିଲେ । ଭୁବନେଶ୍ୱରରେ ରହିବା ପାଇଁ ଫ୍ଲାଟଟିଏ ବି କରିଦେବେ ବୋଲି ନାଣ୍ଡୁ ବାବୁ ଡାକି କହିଥିଲେ । ହେଲେ ମୁଁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ଆରମ୍ଭ ହୋଇଗଲା ନିର୍ଯାତନା । ନାଣ୍ଡୁ ବାବୁଙ୍କ ଭଳି ସୈତାନ କେହି ନାହିଁ କହି ଭୋ ଭୋ ହୋଇ କାନ୍ଦି ନିଜର ରାଗ ଝାଡିଛନ୍ତି ପୂଜା ।

ଅଧିକ ପଢ଼ନ୍ତୁ: ରାକ୍ଷସ ପୁଅର ନାରକୀୟ କାଣ୍ଡ, ନିଶା ଖାଇବାକୁ ଟଙ୍କା ନ ମିଳିବାରୁ...

ଏପରିକି ତାଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ବ୍ଲାଙ୍କ ପେପରରେ ତାଙ୍କର ଦସ୍ତଖତ କରିନେଇଥିବା ଅଭିଯୋଗ କରିଛନ୍ତି । ଏଥିସହ ନାଣ୍ଡୁ ବାବୁ ତାଙ୍କୁ ଟଙ୍କା ଫେରାଇ ଯାତ୍ରା ପାର୍ଟି ଛାଡିବାକୁ ବାଧ୍ୟ କରିଥିଲେ । ସେ ସବୁ ଟଙ୍କା ଫେରାଇ ଦେଇଛନ୍ତି । ତଥାପି ତାଙ୍କୁ ମିଛରେ ଫସାଇବା ପାଇଁ କୋର୍ଟ ନୋଟିସ ଦେଇଥିବା ପୂଜା ଅଭିଯୋଗ କରିଛନ୍ତି । 

Advertisment

ଆହୁରି ପୂଜାଙ୍କ ଅଭିଯୋଗ ଯେ, ୨୦୨୪-୨୫ ପାଇଁ ତୁଳସୀ ଗଣନାଟ୍ୟରେ ଅଭିନୟ କରିବାକୁ ଏଗ୍ରିମେଣ୍ଟ ହୋଇଥିଲା । ମୋତେ ୮ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ । ମୋ ହାତ ଭାଙ୍ଗିଥିବାରୁ ରିହର୍ସାଲ କରିପାରିନଥିଲି । ୨ ଦିନ ଯାତ୍ରା ପାର୍ଟି କାମ କରିବା ପରେ ନାଣ୍ଡୁ ବାବୁ ଆରମ୍ଭ କରିଥିଲେ ତାଙ୍କର ଖେଳ । ଯେଉଁ ଝିଅ ନାଣ୍ଡୁ ବାବୁଙ୍କ ସହ ଶାରୀରିକ ସମ୍ପର୍କ ନରଖିବ ତାକୁ ଯାତ୍ରା ପାର୍ଟିରୁ ଏମିତି ଧମକ ଦେଇ ବାହାର କରିଦେଉଛନ୍ତି ।

ପୂଜା ନୁହଁନ୍ତି ଅଭିନେତ୍ରୀ ମାମୁନି ମଧ୍ୟ ନାଣ୍ଡୁଙ୍କ ବିରୁଦ୍ଧରେ ମୁହଁ ଖୋଲିଥିଲେ । ବକେୟା ଟଙ୍କା ମାଗିବାରୁ ଯାତ୍ରା ଚାଲିଥିବା ସମୟରେ ନାଣ୍ଡୁ ଲୋକ ଲଗାଇ ମୋତେ ଓ ମୋ ସ୍ବାମୀଙ୍କୁ ମାଡ ମାରିଥିବା ଅଭିଯୋଗ କରିଥିଲେ ମାମୁନି । ଏ ନେଇ ଭୁବନେଶ୍ବର ମହିଳା ଥାନାରେ ନାଣ୍ଡୁଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି ମାମୁନି । 

Advertisment

ସେପଟେ ଯାତ୍ରା ମାଲିକ ନାଣ୍ଡୁ ଧଳଙ୍କ ଯୁକ୍ତି ଅଲଗା।  ଟଙ୍କା ଫେରାଇବାକୁ କହିବାରୁ କଳାକାରମାନେ ମୋ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣୁଛନ୍ତି । ଆହୁରି ଅନେକ କଳାକାରଙ୍କୁ ମୁଁ ନୋଟିସ ଦେବି । ତେଣୁ ମୋ ନାଁରେ ଅଭିଯୋଗର ତାଲିକା ଆହୁରି ଲମ୍ବା ହେବ କହି ପୂଜାଙ୍କୁ ଦିଆଯାଇଥିବା କୋର୍ଟ ନୋଟିସକୁ ଦେଖାଇଥିଲେ ନାଣ୍ଡୁ । ମୋ ଟଙ୍କା ନଫେରାଇବାକୁ କଳାକାରମାନେ ଏକାଠି ହୋଇଥିବା କହି ପୂଜା କରିଥିବା ସାଂଘାତିକ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । 

ନାଣ୍ଡୁ ଧଳଙ୍କ ନାଁରେ ହାସ୍ୟ ଅଭିନେତା ନରି ପଣ୍ଡା ଜୀବନରେ ମାରିଦେବା ପାଇଁ ମାଡ ମାରିବା ଅଭିଯୋଗ କରିଛନ୍ତି । ଯାହାର ତଦନ୍ତ ଚାଲିଛି । ଠିକ ସେହିଭଳି ତୁଲସୀ ଗଣନାଟ୍ୟର ଅଭିନେତ୍ରୀ ସୋନାଲିଙ୍କ ସ୍ବାମୀ ମଧ୍ୟ ନାଣ୍ଡୁଙ୍କ ବିରୁଦ୍ଧରେ ମୁହଁ ଖୋଲିଥିଲେ । ନାଣ୍ଡୁ ତାଙ୍କ ସ୍ତ୍ରୀକୁ ଜୋର ଜବରଦସ୍ତ ନିଜ ପାଖରେ ରଖିଥିବା ଅଭିଯୋଗ କରିଥିଲେ । 

ଅଧିକ ପଢ଼ନ୍ତୁ:ଝିଅ ନା ନାଗକନ୍ୟା? ସାପକୁ ଆଘାତ ଲାଗିଲେ ଝିଅକୁ ହେଉଛି କଷ୍ଟ!

Jatra Actress Odia Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ