Advertisment

ସଂଗୀତ ପ୍ରେମୀଙ୍କ ପାଇଁ ଦୁଃଖ ଖବର; ଚାଲିଗଲେ ସଂଗୀତର ବାଦଶାହ ଉସ୍ତାଦ୍ ରାସିଦ୍ ଖାନ୍

ଶାସ୍ତ୍ରୀୟ ସଂଗୀତ ଗାୟକ ଉସ୍ତାଦ୍ ରାସିଦ୍ ଖାନ୍ ଆଉ ନାହାଁନ୍ତି। ମଙ୍ଗଳବାର ସେ କୋଲକାତାର ଏକ ଡାକ୍ତରଖାନାରେ ୫୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Music maestro ustad Rashid khan passed away

Music maestro ustad Rashid khan passed away

ଶାସ୍ତ୍ରୀୟ ସଂଗୀତ ଗାୟକ ଉସ୍ତାଦ୍ ରାସିଦ୍ ଖାନ୍ ଆଉ ନାହାଁନ୍ତି। ମଙ୍ଗଳବାର ସେ କୋଲକାତାର ଏକ ଡାକ୍ତରଖାନାରେ ୫୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ପ୍ରୋଷ୍ଟେଟ୍‌ କ୍ୟାନ୍‌ସର୍ ସହିତ ଲଢୁଥିଲେ। ଡିସେମ୍ବରରୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା। ଡିସେମ୍ବର ୨୩ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ଆସିଥିଲା।

Advertisment

ଗତ କିଛି ଦିନ ହେବ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଏବଂ ସେ ଭେଣ୍ଟିଲେଟରରେ ଥିଲେ। ପ୍ରଥମେ ତାଙ୍କୁ ମୁମ୍ବାଇର ଟାଟା ମେମୋରିଆଲ୍‌ କର୍କଟ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା, କିନ୍ତୁ ପରେ ତାଙ୍କୁ କୋଲକାତା ସ୍ଥାନାନ୍ତରିତ କାରାଯାଇଥିଲା।

ଉସ୍ତାଦ୍ ରାସିଦ ଖାନ ଉତ୍ତରପ୍ରଦେଶର ବଦାୟୁରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ଜେଜେବାପା ଉସ୍ତାଦ୍ ନିସାର ହୁସେନ୍ ଖାନଙ୍କଠାରୁ ତାଲିମ ନେଇଥିଲେ। ରାସିଦ ଖାନଙ୍କ ପ୍ରଥମ ମଞ୍ଚ ପ୍ରଦର୍ଶନ ୧୧ ବର୍ଷ ବୟସରେ ହୋଇଥିଲା। ସେ ରାମପୁର-ସାହାସୱାନ ଘରାନେର ଜଣେ ଗାୟକ ଥିଲେ। ସେ ଚଳଚ୍ଚିତ୍ରରେ ମଧ୍ୟ ସ୍ୱର ଦେଇଥିଲେ। ସେ 'ଜବ୍ ୱି ମେଟ୍'ରେ ଗାଇଥିବା ବନ୍ଦିଶ୍ ଗୀତ ବହୁତ ଲୋକପ୍ରିୟ ହୋଇଥିଲା।

Advertisment

ରାସିଦ ଖାନ, ତାଙ୍କ ଜେଜେବାପା ପରି ଭାବବିହ୍ୱଳ ହୋଇ ଗୀତ ଗାଉଥିଲେ। ଉସ୍ତାଦ୍ ଆମୀର ଖାନ ଏବଂ ପଣ୍ଡିତ ଭୀମସେନ ଯୋଶୀଙ୍କ ଗୀତରେ ମଧ୍ୟ ସେ ପ୍ରଭାବିତ ହୋଇଥିଲେ। ସେ ଇଣ୍ଡଷ୍ଟ୍ରିରେ 'ତୋରେ ବିନା ମୋହେ ଚେନ୍' ପରି ଏକ ସୁପରହିଟ୍ ଗୀତ ଗାଇଥିଲେ।

ଏଥି ସହିତ ସେ କିଙ୍ଗ୍‌ ଅଫ୍ ଇଣ୍ଡଷ୍ଟ୍ରି ଅର୍ଥାତ୍ ଶାହରୁଖ ଖାନଙ୍କ ଫିଲ୍ମ 'ମାଇ ନେମ୍ ଇଜ୍ ଖାନ୍'ରେ ମଧ୍ୟ ଏକ ଗୀତ ଗାଇଛନ୍ତି। କେବଳ ଏତିକି ନୁହେଁ, ଉସ୍ତାଦ୍ ମଧ୍ୟ ତାଙ୍କ ସ୍ୱରର ଯାଦୁ 'ରାଜ୍ ୩', 'କାଦମ୍ବରୀ', 'ଶାଦୀ ମେ ଜରୁର ଆନା', 'ମଣ୍ଟୋ' ଭଳି ଚଳଚ୍ଚିତ୍ରରେ ଦେଖେଇଛନ୍ତି।

ନିଜ ସ୍ୱର ସହିତ ସଙ୍ଗୀତ ଜଗତକୁ ବିସ୍ମିତ କରିଥିବା ଉସ୍ତାଦ୍ ରାସିଦ ଖାନଙ୍କୁ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣରେ ପୁରସ୍କୃତ ମଧ୍ୟ କରାଯାଇଛି। ରାସିଦଙ୍କ ସଙ୍ଗୀତ କ୍ୟାରିୟର ୧୧ ବର୍ଷ ବୟସରେ ଆରମ୍ଭ ହୋଇଥିଲା। ସେ ଅନେକ ବଙ୍ଗଳା ଗୀତ ମଧ୍ୟ କରିଛନ୍ତି।

Music Director Music
Advertisment
Advertisment