Advertisment

ଏହି ଫିଲ୍ମକୁ ନିଜ ଘରେ ସ୍କ୍ରିନିଂ କରିବାକୁ ମୁକେଶ ଅମ୍ବାନୀଙ୍କ ଅନୁରୋଧ; ଟିମ୍‌ ଆଶ୍ଚର୍ଯ୍ୟ

ନିକଟରେ ଏକ ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି। ଏଥିରେ ଜଣେ ଆଇଏଏସ୍ ଆଶାୟୀଙ୍କ ସଂଘର୍ଷମୟ ଜୀବନକୁ ଚିତ୍ରିତ କରାଯାଇଛି। ଏହି ଫିଲ୍ମକୁ ନିଜ ଘରେ ସ୍କ୍ରିନିଂ କରିବାକୁ ଶିଳ୍ପପତି ମୁକେଶ ଅମ୍ବାନୀ ଅନୁରୋଧ କରିଛନ୍ତି।

ଅଦ୍ୟତନ ହୋଇଛି
Mukesh Amban Requested To Screening Ab Dilli Dur Nahin In Antilia

Mukesh Amban requested to screening ab dilli dur nahin in antilia

Advertisment

ଚଳଚ୍ଚିତ୍ର ନିର୍ମାତା ଇମ୍ରାନ ଜାହିଦଙ୍କ ଫିଲ୍ମ 'ଅବ୍‌ ଦିଲୀ ଦୂର ନହିଁ' ମେ ୧୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଦେଶର ଭେଟେରାନ ଶିଳ୍ପପତି ମୁକେଶ ଅମ୍ବାନୀ ମୁମ୍ବାଇର ତାଙ୍କ ବାସଭବନ 'ଆଣ୍ଟିଲିଆ'ରେ ଏହି ଫିଲ୍ମର ବ୍ୟକ୍ତିଗତ ସ୍କ୍ରିନିଂ କରିବାକୁ ଅନୁରୋଧ କରିଛନ୍ତି। ମୁକେଶ ଅମ୍ବାନୀଙ୍କ ଟିମ୍ ତରଫରୁ ଫିଲ୍ମ 'ଅବ୍‌ ଦିଲୀ ଦୂର ନହିଁ' ଟିମ୍‌କୁ ଏକ କଲ୍‌ କରାଯାଇଥିଲା। ପ୍ରଥମେ ଏହାକୁ ଟିମ୍‌ର ସଦସ୍ୟମାନେ ବିଶ୍ୱାସ କରିପାରି ନଥିଲେ ଏବଂ ସେମାନେ ଏହା ଏକ ପରିହାସ ବୋଲି ଭାବିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଅମ୍ବାନୀଙ୍କ ଘର ଦୁନିଆର ସବୁଠୁ ଦାମୀ; ଜାଣନ୍ତୁ କେତେ ଦାମ୍‌, କ’ଣ ରହିଛି ସୁବିଧା...

ଏଭଳି ପରିସ୍ଥିତିରେ ଫିଲ୍ମର ଟିମ୍ ମୁକେଶ ଅମ୍ବାନୀଙ୍କ ଟିମ୍‌ ଠାରୁ ଏକ ଅଫିସିଆଲ୍ ମେଲ୍ ମାଗିଥିଲେ। ଯେତେବେଳେ ମୁକେଶ ଅମ୍ବାନୀଙ୍କ ଟିମ୍ ଅଫିସିଆଲ ମେଲ;ରେ 'ଅବ୍‌ ଦିଲି ଦୂର୍ ନହିଁ'ର ବ୍ୟକ୍ତିଗତ ସ୍କ୍ରିନିଂ କରିବାକୁ ଦାବି କରିଥିଲେ, ସେତେବେଳେ ଫିଲ୍ମ ଟିମ୍ ପାଇଁ ଏହା ଏକ ସ୍ୱପ୍ନ ଥିଲା। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଫିଲ୍ମର ଟିମ୍ କହିଛି ଯେ ଏହାଠାରୁ ବଡ଼ ବିଜୟ ଆମ ପାଇଁ ଆଉ ବା କ’ଣ ହୋଇପାରେ। ଫିଲ୍ମର ଟିମ୍ କହିଛି ଯେ ମୁକେଶ ଅମ୍ବାନୀ ସାର୍‌ଙ୍କ କାର୍ଯ୍ୟାଳୟରୁ ମେଲ୍ ଆସିବା ଆମ ପାଇଁ ଗର୍ବର ବିଷୟ।

Advertisment

ମୁକେଶ ଅମ୍ବାନୀଙ୍କ କାର୍ଯ୍ୟାଳୟରୁ 'ଅବ ଦିଲୀ ଦୂର ନହିଁ'ଙ୍କ ଟିମ୍‌କୁ ମିଳିଥିବା ମେଲ୍‌ରେ ଲେଖାଅଛି, "ଅମ୍ବାନୀ ପରିବାର ଏହି ମନୋନୀତ ଚଳଚ୍ଚିତ୍ରକୁ ନିଜ ଘର ଥିଏଟରରେ ଦେଖିବାକୁ ଚାହାଁନ୍ତି। ଏହି ଘରୋଇ ଥିଏଟରରେ ଅନେକ ଆଧୁନିକ ସୁବିଧା ଅଛି। ଏଥିରେ ଫିଲ୍ମ ଦେଖିଲେ ନିଆରା ଅନୁଭବ ଆସିବ। ଏହାର ଟ୍ରେଲରକୁ ମଧ୍ୟ ଖୁବ ପସନ୍ଦ କରାଯାଇଥିଲା।

ଅନେକ କଳାକାର ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହି ଫିଲ୍ମ ଖୁବ କମ୍ ବଜେଟରେ ପ୍ରସ୍ତୁତ ହୋଇଛି, କିନ୍ତୁ ଏହାର ସ୍କ୍ରିନ୍ ସ୍କ୍ରିପ୍ ବହୁତ ଉତ୍କୃଷ୍ଟ। ଏହି ଚଳଚ୍ଚିତ୍ରରେ ଆଇଏସ୍‌ ପାଇଁ ପ୍ରସ୍ତୁତି ହେବାକୁ ବିହାରରୁ ଦିଲ୍ଲୀ ଆସୁଥିବା ଜଣେ ଆଶାୟୀଙ୍କ କାହାଣୀ ଚିତ୍ରିତ ହୋଇଛି। ତାଙ୍କର ଏହି ସଂଘର୍ଷ ଭିତରେ ସେ କେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ଫିଲ୍ମରେ ଦେଖାଯାଇଛି।

Advertisment
Mukesh Ambani Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ