/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695097691.jpg)
Pushkara’
ଆଜି ରିଲିଜ୍ ହେଉଛି ଓଡ଼ିଶାର ବହୁ ପ୍ରତିକ୍ଷିତ ସିନେମା ‘ପୁଷ୍କରା’। ସାରା ରାଜ୍ୟର ସିଲଭର୍ ସ୍କ୍ରିନରେ ଆଜିଠୁ ଦେଖିବେ ଦର୍ଶକ ।ଫିଲ୍ମର ମୁଖ୍ୟ ଚରିତ୍ରରେ ସବ୍ୟସାଚୀ ଓ ସୁପ୍ରିୟା ନଜର ଆସିଛନ୍ତି । ତାସହ ଭର୍ସଟାଇଲ୍ ଆକ୍ଟର ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ, ଦିବଙ୍ଗତ ପିଣ୍ଟୁ ନନ୍ଦ ଏବଂ ରବି ମିଶ୍ରଙ୍କୁ ବି ଦେଖିବାକୁ ମିଳିଛି । ଚହଳ ସୃଷ୍ଟି କରିଥିବା ସବ୍ୟସାଚୀଙ୍କ ଲୁକସକୁ ପାଖରୁ ଦେଖିବେ ବାଣୀବିହାରର ଛାତ୍ରଛାତ୍ରୀ । ପୁଷ୍କରାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବାଣୀବିହାର କ୍ୟାମ୍ପସରେ ଆୟୋଜନ ହେଉଛି ।
ସାହିତ୍ୟରୁ ସିନେମା.. ପୁରାପୁରି ଅରିଜିନାଲ ତଥା ଏକ ଜୀବନ୍ତ କାହାଣୀ । ବର୍ତ୍ତମାନ ସମାଜରେ ହଜି ଯାଉଥିବା କିଛି କୌଳିକ ବୃତ୍ତିକୁ ମଧ୍ୟ ଫିଲ୍ମରେ ସ୍ଥାନ ଦିଆଯାଇଛି। ଫିଲ୍ମର ଭିନ୍ନ ଏକ କାହାଣୀ ଓ କଳାକାରଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।
ପ୍ରସିଦ୍ଧ ଲେଖକ ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନାଦବିନ୍ଦୁ’ରୁ ଏହି ଫିଲ୍ମର ପରିକଳ୍ପନା ହୋଇଛି । ଶୁଭ୍ରାଂଶୁ ଦାସ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ସଂଳାପ ଖୋଦ୍ ଶଙ୍କର ତ୍ରିପାଠୀ ଲେଖିଛନ୍ତିା ବହୁ ଦିନ ପରେ ଓଡ଼ିଆ ସିନେମା ଜଗତରେ ଏକ ବିପ୍ଲବ ସୃଷ୍ଟିକାରୀ କାହାଣୀକୁ ପରଦାକୁ ଆଣିବାକୁ ଯାଉଛି ତରଙ୍ଗ ସିନେ ପ୍ରଡକସନ ।
ଆଜି ଭୁବନେଶ୍ୱର, କଟକ, ବାଲେଶ୍ୱର, ଯାଜପୁର, ରାଉରକେଲା, ସମ୍ବଲପୁର, ସୁନ୍ଦରଗଡ଼ ସମେତ ୨୫ଟି ସହରର ଏକାଧିକ ଥିଏଟରରେ ଦର୍ଶକ ପୁଷ୍କରାକୁ ଦେଖିପାରିବେ । ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)