Advertisment

Mahakumbh Monalisa: ଆଧୁନିକ ରୂପ ଦେଖାଇଲେ ମୋନାଲିସା; ଆପଣ ବି କହିବେ.. ବାପ୍‌ରେ କି ଷ୍ଟାଇଲ୍ !

ଲୋକମାନେ ମୋନାଲିସାଙ୍କ ପ୍ରତ୍ୟେକ ଷ୍ଟାଇଲ୍ ଏବଂ ଅପଡେଟ୍ ଉପରେ ନଜର ରଖିଛନ୍ତି। ମୋନାଲିସା ମଧ୍ୟ ସୋସିଆଲ୍ ମିଡିଆରେ ପ୍ରଶଂସକଙ୍କ ମନୋରଂଜନ କରିବାରେ ଆଜିକାଲି ଖୁବ ବ୍ୟସ୍ତ ରହୁଛନ୍ତି। ବର୍ତ୍ତମାନ ସେ ତାଙ୍କ ପ୍ରଶଂସକଙ୍କ ହୃଦୟକୁ ଜିତିବା ପାଇଁ ତାଙ୍କର ଅତ୍ୟାଧୁନିକ ରୂପ ଦେଖାଇଛନ୍ତି।

ଅଦ୍ୟତନ ହୋଇଛି
Monalisa modern look in pink tshirt and blue jeans

Monalisa modern look in pink tshirt and blue jeans

Advertisment

କୁମ୍ଭମେଳାର ଭାଇରାଲ୍ ଗାର୍ଲ ମୋନାଲିସାଙ୍କୁ ଯେତେବେଳେ ଇଣ୍ଟର୍‌ନେଟ୍ ବ୍ୟବହାରକାରୀମାନେ ଦେଖିଛନ୍ତି ସେବେଠାରୁ ସେ ହିରୋଇନ୍ ଘୋଷିତ ହୋଇଛନ୍ତି। ସନୋଜ ମିଶ୍ର ତାଙ୍କୁ 'ଦ ମଣିପୁର ଡାଏରୀ'ରେ ଏକ ଭୂମିକା ପ୍ରଦାନ କରିବା ପରେ ସେ ଅଫିସିଆଲି ହିରୋଇନ୍ ଟ୍ୟାଗ୍ ପାଇଛନ୍ତି। ଏହି ଖବର ପରେ ମୋନାଲିସାଙ୍କ ଲୋକପ୍ରିୟତା ଆହୁରି ବଢିଯାଇଛି।

Advertisment

ଲୋକମାନେ ମୋନାଲିସାଙ୍କ ପ୍ରତ୍ୟେକ ଷ୍ଟାଇଲ୍ ଏବଂ ଅପଡେଟ୍ ଉପରେ ନଜର ରଖିଛନ୍ତି। ମୋନାଲିସା ମଧ୍ୟ ସୋସିଆଲ୍ ମିଡିଆରେ ପ୍ରଶଂସକଙ୍କ ମନୋରଂଜନ କରିବାରେ ଆଜିକାଲି ଖୁବ ବ୍ୟସ୍ତ ରହୁଛନ୍ତି। ବର୍ତ୍ତମାନ ସେ ତାଙ୍କ ପ୍ରଶଂସକଙ୍କ ହୃଦୟକୁ ଜିତିବା ପାଇଁ ତାଙ୍କର ଅତ୍ୟାଧୁନିକ ରୂପ ଦେଖାଇଛନ୍ତି।

Advertisment

ଆପଣ ନିଶ୍ଚିତ ଭାବରେ ମୋନାଲିସାଙ୍କୁ ପୂର୍ବରୁ ବିଭିନ୍ନ ପ୍ରକାରର ସୁଟ୍ ପିନ୍ଧିଥିବାର ଦେଖିଥିବେ। ସେ ସବୁ ପୋଷାକରେ ସାଧାରଣ ଲୁକ୍ ଦେଖାଇ ଲୋକଙ୍କ ମନ କିଣିଛନ୍ତି। ବର୍ତ୍ତମାନ କିନ୍ତୁ ତାଙ୍କର ଲାଟେଷ୍ଟ୍ ଇନଷ୍ଟା ପୋଷ୍ଟରେ ସେ ତାଙ୍କ ଆଧୁନିକ ଅବତାର ଦେଖାଇ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।

Advertisment


ଅଧିକ ପଢ଼ନ୍ତୁ: ମୋନାଲିସାଙ୍କୁ ଫିଲ୍ମ ଅଫର କରିଥିବା ସନୋଜ ମିଶ୍ର ଗିରଫ; କରିଥିଲେ ଦୁଷ୍କର୍ମ

ନୂଆ ଲୁକ୍:

ନୂଆ ଲୁକ୍‌ରେ ମୋନାଲିସା ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିଛନ୍ତି। ତାଙ୍କୁ ସଂପୂର୍ଣ୍ଣ ଟ୍ରେଣ୍ଡି ଏବଂ ରୋକ୍ କରିବା ପାଇଁ ସେ ତାଙ୍କ ଟି-ସାର୍ଟ ଉପରେ କଳା ଜ୍ୟାକେଟ୍‌ଟିଏ ମଧ୍ୟ ପିନ୍ଧିଛନ୍ତି ଏବଂ ଆଖିରେ କଳା ଚଷମା ଲଗାଇଛନ୍ତି। ଗୋଟିଏ ଫଟୋରେ ସେ ବିନା ଚଷମାରେ ପୋଜ୍ ଦେଉଥିବା ବେଳେ ଆଉ ଏକ ଫଟୋରେ ସେ ଚଷମା ପିନ୍ଧିଛନ୍ତି।


ସନୋଜ ମିଶ୍ର ଗିରଫ:

ମୋନାଲିସାଙ୍କୁ ଏହି ଫିଲ୍ମ ଅଫର କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ର ଏବେ ସମସ୍ୟାରେ ଅଛନ୍ତି। ସନୋଜ ମିଶ୍ରଙ୍କୁ ପୋଲିସ ଗିରଫ କରିଛି। ଦୁଷ୍କର୍ମ ମାମଲା ସହିତ ମାରପିଟ୍, ଗର୍ଭପାତ କରେଇବା ଏବଂ ଧମକ ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଅଭିଯୋଗ ହୋଇଛି ଯେ ସନୋଜ ମିଶ୍ର ଏକ ଛୋଟ ସହରରୁ ଆସିଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହିତ ତାଙ୍କର ତିନିଥର ଗର୍ଭପାତ ମଧ୍ୟ କରେଇଛନ୍ତି।

କେନ୍ଦ୍ରୀୟ ଦିଲ୍ଲୀ ପୋଲିସର ନବୀ କରିମ ପୋଲିସ ଷ୍ଟେସନର ଟିମ୍ ଗାଜିଆବାଦରୁ ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ଗିରଫ କରିଛି।

ଅଧିକ ପଢ଼ନ୍ତୁ: ବିବାଦରେ ସନୋଜ ମିଶ୍ର; ସେଭ୍ କରିବାକୁ ଆଗକୁ ଆସିଲେ ଭାଇରାଲ୍ ଗାର୍ଲ ମୋନାଲିସା

Bollywood Mahakumbh Monalisa Director Sanoj Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ