Advertisment

Padma Awards 2024: ପଦ୍ମ ଭୂଷଣରେ ସମ୍ମାନିତ ହେବେ ବଲିଉଡ୍‌ର ଡିସ୍କୋ ଡ୍ୟାନ୍ସର

ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯିବ। ଗତ ବର୍ଷ ସେପ୍ଟେମ୍ବର ମାସରେ ଏହି ପୁରସ୍କାର ପାଇଁ ନାମାଙ୍କନ ପତ୍ର ମଗା ଯାଇଥିଲା। ବର୍ତ୍ତମାନ ଗଣତନ୍ତ୍ର ଦିବସ ଅବସରରେ, ଏହି ପୁରସ୍କାର ବିଜେତାମାନଙ୍କ ନାମ ତାଲିକା ପ୍ରକାଶ ପାଇଛି।

author-image
Pramod Behera
mithun chakraborty will be honored by padma bhushan

mithun chakraborty will be honored by padma bhushan

ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯିବ। ଗତ ବର୍ଷ ସେପ୍ଟେମ୍ବର ମାସରେ ଏହି ପୁରସ୍କାର ପାଇଁ ନାମାଙ୍କନ ପତ୍ର ମଗା ଯାଇଥିଲା। ବର୍ତ୍ତମାନ ଗଣତନ୍ତ୍ର ଦିବସ ଅବସରରେ, ଏହି ପୁରସ୍କାର ବିଜେତାମାନଙ୍କ ନାମ ତାଲିକା ପ୍ରକାଶ ପାଇଛି।

Advertisment

ଭାରତ ସରକାରଙ୍କ ଏହି ପୁରସ୍କାର ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ତିନୋଟି ଶ୍ରେଣୀ ଆକାରରେ ପ୍ରଦାନ କରାଯାଏ। କଳା, ସାମାଜିକ କାର୍ଯ୍ୟ, ଜନସମ୍ପର୍କ, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଚିକିତ୍ସା, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ନାଗରିକ ସେବା ଭଳି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ।

ଦକ୍ଷିଣ ସିନେମା ସୁପରଷ୍ଟାର ଚିରଞ୍ଜୀବୀଙ୍କୁ ମଧ୍ୟ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯିବ। ସରକାର ଦ୍ୱାରା ଏହି ତାଲିକା ପ୍ରକାଶ ପାଇବା ପରେ ଚିରଞ୍ଜୀବୀଙ୍କୁ ଅଭିନନ୍ଦନର ସୁଅ ଛୁଟିଛି। ଗୁରୁବାର ବିଳମ୍ବିତ ରାତିରେ ସରକାର ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବାକୁ ଥିବା ୩୪ ଜଣ ବ୍ୟକ୍ତିତ୍ୱଙ୍କ ନାମ ସାର୍ବଜନୀନ କରିଥିଲେ। ଏଥିରେ ସିନେମା ଜଗତରୁ ମିଥୁନ ଚକ୍ରବର୍ତ୍ତୀଙ୍କ ନାମ ମଧ୍ୟ ରହିଛି। ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯିବ।

Advertisment

ବଲିଉଡ୍‌ର ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତୀ ୧୬ ଜୁନ୍ ୧୯୫୦ରେ ଜନ୍ମଗ୍ରହଣ କରିଥିଲେ। ସେ ଆର୍ଟ ଫିଲ୍ମ ‘ମୃଗୟା’ ସହ ଅଭିନୟ ଆରମ୍ଭ କରିଥିଲେ, ଯେଉଁଥିପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବରେ ତାଙ୍କର ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

୧୯୮୦ ଦଶକରେ ସେ ଜଣେ ଡ୍ୟାନ୍ସିଂ ଷ୍ଟାର୍ ଭାବରେ ଉଭା ହୋଇଥିଲେ। ଏହି ସମୟରେ ସେ ଖୁବ ଲୋକପ୍ରିୟତା ହାସଲ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୩୫୦ରୁ ଅଧିକ ବଲିଉଡ ଚଳଚ୍ଚିତ୍ରରେ ନିଜର ଅଭିନୟ ଦକ୍ଷତା ଦେଖେଇ ସାରିଛନ୍ତି। ଏହା ବ୍ୟତୀତ ସେ ବଙ୍ଗାଳୀ, ଓଡିଆ ଏବଂ ଭୋଜପୁରୀରେ ମଧ୍ୟ ଅନେକ ଚଳଚ୍ଚିତ୍ର କରିଛନ୍ତି।

ସେହିପରି ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବ୍ୟତୀତ ତାମିଲ ଅଭିନେତା ବିଜୟକାନ୍ତ ଏବଂ ଗାୟକ ଉଷା ଉଥୁପଙ୍କୁ ମଧ୍ୟ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯିବ।

ଉଷା ଉଥୁପ ୧୯୪୭ ମସିହାରେ ତାମିଲନାଡୁର ମାଡ୍ରାସର (ବର୍ତ୍ତମାନ ଚେନ୍ନାଇ) ତାମିଲ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ତିନି ଭଉଣୀ ଉମା ପୋଚା, ଇନ୍ଦିରା ଶ୍ରୀନିବାସନ୍ ଏବଂ ମାୟା ସାମି ମଧ୍ୟ ଗାୟିକା। ସେମାନେ ୬ ଭାଇଭଉଣୀଙ୍କ ମଧ୍ୟରେ ତାଙ୍କର ସ୍ଥାନ ପଞ୍ଚମ। ଉଷା ୧୯୭୦ ଏବଂ ୧୯୮୦ ଦଶକରେ ସଂଗୀତକାର ଆର୍‌ଡି ବର୍ମନ୍ ଏବଂ ବାପି ଲାହିରିଙ୍କ ପାଇଁ ଅନେକ ଗୀତ ଗାଇଥିଲେ। ସେ ଅନ୍ୟ ଗାୟକମାନଙ୍କ ଦ୍ୱାରା ବୋଲାଯାଇଥିବା ଆର୍‌ଡି ବର୍ମନଙ୍କ “ମେହବୁବା ମେହବୁବା” ଏବଂ “ଦମ୍ ମାରୋ ଦମ୍” ପରି କିଛି ଗୀତକୁ ଆଉ ଥରେ ଗାଇଥିଲେ, ଯାହା ଖୁବ୍ ଲୋକପ୍ରିୟ ହୋଇଯାଇଥିଲା।

ବିଜୟକାନ୍ତ କେବଳ ଦକ୍ଷିଣ ସିନେମାରେ ନୁହେଁ ରାଜନୀତିରେ ମଧ୍ୟ ଏକ ବଡ ନାମ ଥିଲା। ଅଭିନେତା ତଥା ରାଜନେତା ବିଜୟକାନ୍ତଙ୍କ ସମ୍ପୂର୍ଣ୍ଣ ନାମ ଥିଲା ନାରାୟଣ ବିଜୟରାଜ ଅଲଗାରସ୍ୱାମୀ। ୧୯୮୦ ଏବଂ ୧୯୯୦ ଦଶକରେ ତାମିଲ ସିନେମାରେ ସେ ଏକ ବଡ ନାମ ଥିଲେ। ସେ ୨୦୧୧ ରୁ ୨୦୧୬ ପର୍ଯ୍ୟନ୍ତ ତାମିଲନାଡୁ ବିଧାନସଭାରେ ବିରୋଧୀ ଦଳର ନେତା ଥିଲେ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ବିଜୟକାନ୍ତ ଜଣେ ସଫଳ ଅଭିନେତା, ନିର୍ମାତା ଏବଂ ନିର୍ଦ୍ଦେଶକ ଥିଲେ। ବିଜୟକାନ୍ତ ତାମିଲନାଡୁ ବିଧାନସଭାର ବର୍ତ୍ତମାନର DMDK ସଭାପତି ମଧ୍ୟ ଥିଲେ।

ସେ ୧୫୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ୨୦୦୫ ମସିହାରେ ସେ DMDK ପ୍ରତିଷ୍ଠା କରିଥିଲେ। ବିଜୟକାନ୍ତଙ୍କ ଡିସେମ୍ବର ୨୦୨୩ରେ ଦେହାନ୍ତ ହୋଇଛି। ଉଚ୍ଚ କୋଟିର ସେବା ପାଇଁ ତାଙ୍କୁ ମରୋଣତ୍ତର ପଦ୍ମ ଭୂଷଣ ପ୍ରଦାନ କରାଯିବ।

Bollywood Mithun Chakraborty Padma Awards Padma Awardee
Advertisment
Advertisment